Advertisment

Naveen Patnaik To Undergo Treatment: ଚିକିତ୍ସା ପାଇଁ ମୁମ୍ବାଇ ଯିବେ ନବୀନ, ଏହି ନେତାଙ୍କୁ ଦେଲେ ବିଜେଡିର ଗୁରୁଦାୟିତ୍ୱ

ଚିକିତ୍ସା ପାଇଁ ମୁମ୍ବାଇ ଯିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ମୁମ୍ବାଇ ସ୍ଥିତ କୋକିଲାବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ସର୍ଭାଇକାଲ୍ ଆର୍ଥରାଇଟିସ୍‌ର ଚିକିତ୍ସା କରାଯିବ । ନବୀନଙ୍କ ଅନୁପସ୍ଥିତିରେ ବିଜେଡିର ଦାୟିତ୍ୱ କିଏ ନେବେ? ମୁମ୍ବାଇ ଗସ୍ତ ପୂର୍ବରୁ ଜଣେ ବରିଷ୍ଠ ନେତାଙ୍କୁ ଦଳର ଦାୟିତ୍ୱ ଦେଇଛନ୍ତି ସୁପ୍ରିମୋ ।

author-image
Lipsa Mohapatra
ଅଦ୍ୟତନ ହୋଇଛି
BJD Responsibilities

BJD Responsibilities

ଚିକିତ୍ସା ପାଇଁ ମୁମ୍ବାଇ ଯିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନଙ୍କ ଅନୁପସ୍ଥିତିରେ ବରିଷ୍ଠ ନେତା ଦେବୀ ମିଶ୍ରଙ୍କୁ ଦଳର ଗୁରୁଦାୟିତ୍ୱ ଦିଆଯାଇଛି । କାରଣ ବିଜେଡିର ଉପ ସଭାପତି ଅଛନ୍ତି ଦେବୀ ମିଶ୍ର। ତେବେ "ନବୀନଙ୍କ ଅନୁପସ୍ଥିତିରେ ଅଡୁଆ ବଢାଇବେ କି ଅସନ୍ତୁଷ୍ଟ ?" ଏମିତି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଙ୍କି ମାରିଲାଣି । ଏନେଇ ପ୍ରତିକ୍ରିୟା ରଖି ଦେବୀ ମିଶ୍ର କହିଛନ୍ତି,  "ଦଳରେ କେହି ଅସନ୍ତୁଷ୍ଟ ନାହାନ୍ତି । ମତଭେଦ ଥିଲେ, ସହମତିରେ ସମାଧାନ ହେଉଛି । ଦଳର ସୁପରିଚାଳନା ପାଇଁ PAC ଗଠନ କରାଯାଇଛି । PAC ଦଳୀୟ କାର୍ଯ୍ୟକ୍ରମ ସଠିକ ଭାବେ ତୁଲାଉଛି ।  ନବୀନ ବାବୁ ଅଳ୍ପ ଦିନ ପାଇଁ ଯାଉଛନ୍ତି। ସର୍ଭିକାଲ ଆର୍ଥିଟିସ ଟ୍ରିଟମେଣ୍ଟ ପାଇଁ ଯାଉଛନ୍ତି, ହାର୍ଟ ଜନିତ କୌଣସି ସମସ୍ୟା ନାହିଁ । " 

Advertisment

ସୂଚନାଯୋଗ୍ୟ, ସର୍ଭାଇକାଲ୍ ଆର୍ଥରାଇଟିସ୍‌ର ଚିକିତ୍ସା କରାଇବାକୁ ମୁମ୍ବାଇ ଯିବେ ବୋଲି ଗତକାଲି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ନବୀନ ଲେଖିଥିଲେ, "ଜୟ ଜଗନ୍ନାଥ । ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଚଳିତ ମାସ ୨୨ ତାରିଖରେ ମୁମ୍ବାଇ ସ୍ଥିତ କୋକିଲାବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ସର୍ଭାଇକାଲ୍ ଆର୍ଥରାଇଟିସ୍‌ ସମ୍ବନ୍ଧୀୟ ଚିକିତ୍ସା କରାଇବାକୁ ମୁଁ ମୁମ୍ବାଇ ଯାଉଛି। ମୋର ବ୍ୟକ୍ତିଗତ ଡାକ୍ତର ଡା. ରମାକାନ୍ତ ପଣ୍ଡା ଏହାର ତତ୍ୱାବଧାନ କରୁଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଆଶୀର୍ବାଦ ଏବଂ ମୋର ପ୍ରିୟ ଓଡ଼ିଶାବାସୀଙ୍କ ଶୁଭେଚ୍ଛାକୁ ସାଥିରେ ନେଇ ମୁଁ ମୁମ୍ବାଇ ଯାଉଛି। ଶୀଘ୍ର ସୁସ୍ଥ ହୋଇ ପୁଣିଥରେ ଆପଣମାନଙ୍କ ସେବା ପାଇଁ ଓଡ଼ିଶା ଫେରି ଆସିବି ।" 

Naveen Patnaik Debi Prasad Mishra
Advertisment
Related Articles
Advertisment