‘ସୁଭଦ୍ରା’କୁ ନେଇ ନବୀନଙ୍କ ଟାର୍ଗେଟ୍ । ବିଜେପିକୁ ନିଶାନା କଲେ ନବୀନ । ନବୀନଙ୍କୁ ବି ମନମୋହନ ଦେଲେ କଡ଼ା ଜବାବ । ଅନ୍ତର୍ଜାତୀୟ ମହିଳା ଦିବସରେ ବିଜେଡି କାର୍ଯ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ନବୀନ କହିଛନ୍ତି, ଡବଲ୍ ଇଞ୍ଜିନ ସରକାର ମିଶନ ଶକ୍ତି କାର୍ଯ୍ୟକ୍ରମକୁ ବନ୍ଦ କରିବାକୁ ଚେଷ୍ଟା କରୁଛି । ପ୍ରଚାର ପାଇଁ ଶହ ଶହ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ମାଆମାନଙ୍କୁ ଦିନକୁ ୨୭ ଟଙ୍କା ଦେଇ ବିଭ୍ରାନ୍ତ କରୁଛନ୍ତି ।
Also Read
ନବୀନଙ୍କ ଏହି ଅଭିଯୋଗର କଡ଼ା ଜବାବ ରଖିଛି ବିଜେପି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, କିଏ ପ୍ରଚାର ପ୍ରସାର କରୁଥିଲା ତାହା ଲୋକ ଜାଣିଛନ୍ତି । ଏଣୁ ସେ ନିଜେ ପ୍ରଥମେ ସମୀକ୍ଷା କରନ୍ତୁ । ମିଶନ ଶକ୍ତିକୁ ବନ୍ଦ କରାଯିବା ନେଇ ବିଜେଡି ଯେଉଁ ଅପପ୍ରଚାର କରୁଛି ତାହା ବୃଥାରେ ଯିବ ।
ଅଧିକ ପଢ଼ନ୍ତୁ: ଆଉ ନାହାନ୍ତି ପୂର୍ବତନ ମନ୍ତ୍ରୀ ଅନନ୍ତ ଦାସ, ଶୋକବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ
ମହିଳାମାନେ ହାତ ଛାଡ଼ିଦେବାରୁ ୨୦୨୪ ନିର୍ବାଚନ ହାରିଲା ବିଜେଡି । ଏକଥାକୁ ପରୋକ୍ଷରେ ସ୍ବୀକାର କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ବିଜେଡି କାର୍ଯ୍ୟାଳୟରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ କିଛି ଏମିତି ଇଙ୍ଗିତ କରିଛନ୍ତି ପ୍ରମିଳା । ଖୋଦ୍ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଆଗରେ ଦଳର ମହିଳା ନେତ୍ରୀ ଓ କର୍ମୀଙ୍କ ଉପରେ ସେ ଖୁବ୍ ବର୍ଷିଛନ୍ତି ।
ପ୍ରମିଳା କହିଛନ୍ତି, ମହିଳା ସଶକ୍ତୀକରଣରେ ନବୀନ ବାବୁଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ଆମେ ତାକୁ ଭୁଲିବା ନାହିଁ । କିନ୍ତୁ ନିର୍ବାଚନ ସମୟରେ କେମିତି ମହିଳାମାନେ ଭୁଲିଗଲେ ବୋଲି ପ୍ରଶ୍ନ କରିଥିଲେ ପ୍ରମିଳା । ୫ ହଜାର, ୧୦ ହଜାର ଟଙ୍କା ଲୋଭରେ କାହିଁକି ଆମେ ଭୁଲିଗଲେ ବୋଲି ତାଗିଦ୍ କରିବା ସହ ଆଗକୁ ଅଭିମାନ ଭାଙ୍ଗିବା କି ନାହିଁ ବୋଲି ବି ପ୍ରଶ୍ନ କରିଥିଲେ । ପ୍ରମିଳାଙ୍କ କଥାରୁ ସ୍ପଷ୍ଟ, ଯେ ୨୦୨୪ ନିର୍ବାଚନରେ ମହିଳାମାନେ ବିଜେଡିକୁ ମୁହଁ ମୋଡ଼ିଛନ୍ତି । ଦଳର ମହିଳା ଭୋଟ୍ ବ୍ୟାଙ୍କ ଏକଦମ୍ ଭୁଶୁଡ଼ିପଡ଼ିଛି ।
ମହିଳାଙ୍କୁ ନେଇ ବିଜେଡି ବିଜେପିର ଏ କାଦୁଅ ଫିଙ୍ଗା ରାଜନୀତି ଦିନକୁ ଦିନ ବଢ଼ିବାରେ ଲାଗିଛି । ଆଗରୁ ‘ସୁଭଦ୍ରା’ ଯୋଜନାକୁ ନେଇ ବିଜେଡି ବିଜେପିକୁ ଟାର୍ଗେଟ୍ କରୁଥିଲା, ଏବେ ବି ସେହି ରାଜନୀତି ଜାରି ରଖିଛି ।