Special Story: ଜିଲ୍ଲା ଗସ୍ତ କରିବେ ବିଜେଡି ମୁଖିଆ; ଦି ଫାଳ କର୍ମୀ, ଚିନ୍ତାରେ ନେତା...

ଡିସେମ୍ବର ୩୦ ତାରିଖରୁ ଗଞ୍ଜମ ଜିଲ୍ଲା ଗସ୍ତରେ ବାହରିବେ ନବୀନ । ହଞ୍ଜିଳି, କବିସୂର୍ଯ୍ୟନଗର ଓ ଆସିକା ଯିବେ । ମୁଖିଆଙ୍କ ଗସ୍ତ ଏବେ ଜିଲ୍ଲା ନେତାଙ୍କ ପାଇଁ ମୁଣ୍ଡ ବିନ୍ଧା ।

Naveen Patnaik Begins His District Visit

ବିଜେଡି ମୁଖିଆଙ୍କ ଜିଲ୍ଲା ଗସ୍ତ ପାଇଁ ମନେ ପଡିଲା କି ? ଜିଲ୍ଲାସ୍ତରରେ ଦଳ ଅବସ୍ଥା ନେଇ ବାଧ୍ୟ ହୋଇଗଲେ କି ନବୀନ ? ଡିସେମ୍ବର ୩୦ ତାରିଖରୁ ଗଞ୍ଜମ ଜିଲ୍ଲା ଗସ୍ତରେ ବାହରିବେ ନବୀନ । ହଞ୍ଜିଳି, କବିସୂର୍ଯ୍ୟନଗର ଓ ଆସିକା ଯିବେ । ମୁଖିଆଙ୍କ ଗସ୍ତ ଏବେ ଜିଲ୍ଲା ନେତାଙ୍କ ପାଇଁ ମୁଣ୍ଡ ବିନ୍ଧା । କାରଣ କର୍ମୀ ଦି ଫାଳ । ସେଥିପାଇଁ ପୂର୍ବତନ ବିଧାୟିକା ଚାଷୀ ଭାଇମାନଙ୍କୁ ନବୀନଙ୍କ ମିଟିଂରେ ଯୋଗ ଦେବାକୁ ଅପିଲ କରିଛନ୍ତି। 

 
ପୋଲସରା ନିର୍ବାଚନ ମଣ୍ଡଳୀର ବୁଗୁଡା ବ୍ଲକରେ ମୁଖିଆ ଯିବାର ୪ ଦିନ ପୂର୍ବରୁ ବୁଗୁଡା ବ୍ଲକ୍‌ ଅଧ୍ୟକ୍ଷା, ଉପାଧ୍ୟକ୍ଷ, ପୂର୍ବତନ ବ୍ଲକ ସଭାପତିଙ୍କ ସହ ସମିତି ସଭ୍ୟ, ସରପଞ୍ଚ , ଶତାଧିକ କର୍ମୀ ବିଜେଡି ଛାଡି ବିଜେପି ଶିବିରରେ। ପୂର୍ବତନ ବିଧାୟକଙ୍କ ବ୍ୟବହାରରେ ଅତିଷ୍ଠ ହୋଇ ଦଳ ଛାଡିଥିବା କଥା କହୁଛନ୍ତି କର୍ମୀ। ଚିକିଟି ବିଧାୟକଙ୍କ ନେତୃତ୍ବରେ ଆସି ବିଜେପିରେ ମିଶିଛନ୍ତି।  ଆସ୍କା ନିର୍ବାଚନ ମଣ୍ଡଳୀରେ ୪ ସମିତି ସଭ୍ୟ ଓ ୬ ସରପଞ୍ଚ ବିଜେପିରେ ମିଶିଛନ୍ତି। ନବୀନଙ୍କ ହିଞ୍ଜିଳି ନିର୍ବାଚନ ମଣ୍ଡଳୀରୁ ୭ ସମିତି ସଭ୍ୟ ଓ ୨ ସରପଞ୍ଚ ଅସନ୍ତୋଷ ଜାହିର କରି ବିଜେପି ଶିବିରରେ। ନିର୍ବାଚନ ଶେଷ ହେବାର ୬ ମାସ ଭିତରେ ନବୀନ ଥରେ ହେଲେ ନିଜ ନିବାଚନ ମଣ୍ଡଳୀ ଯାଇ ନାହାନ୍ତି। 

ଅଧିକ ପଢ଼ନ୍ତୁ: ବିଜେଡିରେ ଥମୁନି ବିଶୃଙ୍ଖଳା ! କାଲି ହାତାହାତି, ଆଜି ବୟାନବାଜି

ନଭେମ୍ବର ମାସରୁ ନବୀନ ଜିଲ୍ଲା ବୁଲିବେ ବୋଲି ଆଗରୁ ଆଲୋଚନା ହେଉଥିଲା । କିନ୍ତୁ ମୁଖିଆ ବାହାରି ନଥିଲେ । ଆଉ ଏହାରି ଭିତରେ ରାଜ୍ୟ ବ୍ୟାପୀ ବିଜେଡି କର୍ମୀ ହତୋତ୍ସାହିତ ହୋଇ ବିଜେପି ମୁହାଁ ହୋଇଛନ୍ତି । ଜିଲ୍ଲା ସ୍ତରରେ ବି ନେତା ଦୁଇ ଫାଳ । ଯାଜପୁର ଠୁ ଆରମ୍ଭ ଜଗତସିଂହପୁର, ପାରାଦୀପ, ବାଲେଶ୍ବର, ପର୍ଯ୍ୟନ୍ତ  ସମାନ୍ତରାଳ ସଂଗଠନ କରି ନବୀନଙ୍କ ଗସ୍ତ ସମୟରେ ନିଜ ନିଜର ପତିଆରା ଦେଖାଇବେ । ଯାହା କର୍ମୀଙ୍କ ଭିତରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିବ ଆଉ ନବୀନଙ୍କୁ ଅଡୁଆରେ ପକାଇବ ବୋଲି ଆଶଙ୍କା କରାଯାଉଛି । 

ବିଜେପି କିନ୍ତୁ ନବୀନଙ୍କ ଗସ୍ତକୁ ନେଇ ଚିନ୍ତିତ ନୁହେଁ । ପୂର୍ବ ନିର୍ଦ୍ଧାରିତ ରଣନୀତି ଆଧାରରେ ଆରମ୍ଭ କରିଛି କାର୍ଯ୍ୟକ୍ରମ ।ହଠାତ ବିଜେଡି ମୁଖିଆ ନବୀନଙ୍କ ଜିଲ୍ଲା ଗସ୍ତ ନିଷ୍ପତ୍ତି, ଦଳର କର୍ମୀଙ୍କ ଅସନ୍ତୋଷକୁ ଥମେଇବ ନା ଜଳେଇବ ତା ଦେଖିବାର କଥା।

ଅଧିକ ପଢ଼ନ୍ତୁ: ଯାଜପୁର ବିଜେଡିରେ ପଡିଛି ଘଳିଆ, ବିଜେପି କ୍ୟାମ୍ପକୁ ଡେଇଁଲେଣି ମାଳମାଳ ନେତା ଓ କର୍ମୀ