ନବ ଦାସ ହତ୍ୟା ପଛରେ ହୋଇଛି କି ଟପ୍ ଲେବେଲ୍ ରାଜନୈତିକ ଷଡ଼ଯନ୍ତ୍ର ? ଏହା ଏକ ବିଜନେସ୍-ପଲିଟିକାଲ୍ ମର୍ଡର ନୁହେଁ ତ ? ଗୋପାଳ ଦାସଙ୍କୁ ମୋହରା କରି ନବଙ୍କୁ ରାସ୍ତାରୁ ହଟାଯାଇଛି କି ? ପାୱାରଫୁଲ୍ ମନ୍ତ୍ରୀ ନବ ଦାସ ହତ୍ୟା ଘଟଣା କୁ ୯ ଦିନ ହେଲା । ହେଲେ ଏଯାଏଁ ଖୋଲିନି ମର୍ଡର ପ୍ଲଟ୍ର ଗୁମର । ଗୋଟିଏ ପଟେ କ୍ରାଇମ୍ ବ୍ରାଂଚ ତଦନ୍ତକୁ ନେଇ ସନ୍ଦେହ
Also Read
ଆଜି ଦେବଗଡ଼ର ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ନବ ଦାସ ହତ୍ୟାର ନୂଆ ଥିଓରୀ ଆଣି ଏହି ମାମଲାକୁ ଆଉ ଟିକେ ଗରମ କରିଛନ୍ତି। ସିଧାସଳଖ ଅଭିଯୋଗ କରିଛନ୍ତି, ଏହା ଏକ ବିଜନେସ୍ ପଲିଟିକାଲ୍ ମର୍ଡର । ନବଙ୍କର ବିଶାଳ ବ୍ୟାବସାୟିକ ସାମ୍ରାଜ୍ୟକୁ ଖତମ୍ କରି ସେଠାରୁ ଟଙ୍କା କଲେକ୍ସନ ଓ ନିଜର ଆଧିପତ୍ୟ ବିସ୍ତାର ପାଇଁ କେହି ଜଣେ ନେତା ଏହି ଷଡ଼ଯନ୍ତ୍ର
ପୁରା ମାମଲାର ସିବିଆଇ ତଦନ୍ତ ପାଇଁ ଦାବି କରିଛି ବିଜେପି । କଂଗ୍ରେସ ମଧ୍ୟ ସମାନ ଅଭିଯୋଗ ଆଣି ବିଜେଡିକୁ କାଠଗଡ଼ାକୁ ଟାଣିଛି । ନବଙ୍କ ହତ୍ୟା ପଛରେ ବ୍ୟାବସାୟିକ ଓ ରାଜନୈତିକ ଷଡ଼ଯନ୍ତ୍ର ଥାଇପାରେ । ନବଙ୍କ ନିଜ ଦଳରେ ବି ଶତ୍ରୁ ଥାଇପାରନ୍ତି ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । ଜବାବରେ ବିଜେଡି କହିଛି, କ୍ରାଇମବ୍ରାଂଚ ତଦନ୍ତ ପରେ ସବୁ କିଛି ସ୍ପଷ୍ଟ ହେବ ।
ଅଧିକ ପଢ଼ନ୍ତୁ: ନବ ହତ୍ୟାକାଣ୍ଡକୁ ନେଇ ରାଜନୀତି ! ମୁଖ୍ୟମନ୍ତ୍ରୀ ସୁରକ୍ଷିତ ତ ? ସନ୍ଦେହରେ BJD ନେତା ଦେବାଶିଷ..
ନବ ଦାସ ବ୍ୟବସାୟରେ ଇର୍ଷଣୀୟ ସଫଳତା ପାଇଥିଲେ । କୋଇଲା ପରିବହନ ସମେତ ହୋଟେଲ୍ ବ୍ୟବସାୟରେ ବେଶ୍ ପ୍ରଭାବ ରହିଥିଲା । ଖାସ୍ କରି ସୁନ୍ଦରଗଡ, ଝାରସୁଗୁଡା ଓ ସମ୍ବଲପୁର ଜିଲ୍ଲା ରେ କୋଇଲା ପରିବହନ ବ୍ୟବସାୟରେ ତାଙ୍କ ଛଡ଼ା ଆଉ କେହି ପଶି ପାରୁନଥିଲେ । ଏମିତିକ ଶାସକ ଦଳର ଅନ୍ୟ ନେତାମାନେ ମଧ୍ୟ ନବଙ୍କ ବ୍ୟବସାୟ ସାମ୍ରାଜ୍ୟରେ ପଶିବା କଷ୍ଟ ଥିଲା ବୋଲି ଚର୍ଚ୍ଚା ହେଉଛି । ବ୍ୟବସାୟ ବ୍ୟତୀତ ରାଜନୈତିକ ସ୍ତରରେ ବି ନବ ବେଶ୍ ପ୍ରଭାବ ବିସ୍ତାର କରିଥିଲେ । କଂଗ୍ରେସରୁ ଆସି ୨୦୧୯ରେ ବିଜେଡିରୁ ବିଧାୟକ ହେବା ସହିତ ସ୍ୱାସ୍ଥ୍ୟ ମନ୍ତ୍ରୀ ହୋଇଥିଲେ । ଏପରିକି ମନ୍ତ୍ରିମଣ୍ଡଳ ଅଦଳ ବଦଳ ସମୟରେ ବି ନବଙ୍କୁ ଡ୍ରପ୍ କରାଯାଇନଥିଲା କି ତାଙ୍କ ବିଭାଗ ମଧ୍ୟ ବଦଳା ଯାଇନଥିଲା । ଉଭୟ ରାଜନୈତିକ ଓ ବ୍ୟବସାୟରେ ନିଜ ଚେର ଟାଣ କରିସାରିଥିବାରୁ ତାଙ୍କୁ ରାସ୍ତାରୁ ହଟାଯାଇଥିବା ଚର୍ଚ୍ଚା ହେଉଛି ।
ନବ ଦାସ ହତ୍ୟାକାଣ୍ଡକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରିବା ପରେ ରାଜ୍ୟ ରାଜନୀତି ସରଗରମ ହୋଇଛି । ଆଗକୁ ନିର୍ବାଚନ, ତେଣୁ ଏହି ପ୍ରସଙ୍ଗକୁ ବିରୋଧୀ କେତେ ଦୂର ଉଛାଳୁଛନ୍ତି ତା ଉପରେ ନିଜର ରହିବ ।