Advertisment

ଅରୁଣ ବ୍ରୋଥା ଜଣେ ପ୍ରମାଣ ନଷ୍ଟକାରୀ ଅଧିକାରୀ: ବିଜେପି

ଗୋପାଳକୁ ଜେରା ବେଳେ କଣ ସବୁ ତଥ୍ୟ ପାଇଛି କ୍ରାଇମବ୍ରାଂଚ ?

author-image
Chandan Shishu
ଅଦ୍ୟତନ ହୋଇଛି
 BJP Accuses Investing Officer Arun Bothra

BJP accuses investing officer

ନବ ଦାସ ହତ୍ୟାକାଣ୍ଡର ମୋଟିଭ୍ କଣ? ଗୋପାଳକୁ ଜେରାରୁ କଣ ଜାଣିବାକୁ ପାଇଛି କ୍ରାଇମବ୍ରାଂଚ? ଗୋପାଳ କ୍ରାଇମବ୍ରାଂଚକୁ ପାଠ ପଢ଼ାଉଛି? ନା ବୋଥ୍ରା ଆଣ୍ଡ କୋ ରାଜ୍ୟବାସୀଙ୍କୁ ଭୁଆଁ ବୁଲାଉଛନ୍ତି? ଏସବୁ ଚର୍ଚ୍ଚା ଭିତରେ ନବ ଦାସ ହତ୍ୟାକାଣ୍ଡ କୁ ପୂରିଛି ୧୦ ଦିନ। ନବଙ୍କ ପୁଅ ବିଶାଲ ଦାସ ଆଜି ପ୍ରୟାଗରାଜରେ ବାପାଙ୍କ ଅସ୍ଥି ବିସର୍ଜନ କରିଛନ୍ତି। ଏଥିସହିତ ପ୍ରୟାଗରେ ବିଲୀନ ହୋଇଛି ନବଙ୍କ ଚିତାଭସ୍ମ। ସେପଟେ କିନ୍ତୁ ଏଯାଏଁ ହତ୍ୟାର ପ୍ରକୃତ ଉଦ୍ଦେଶ୍ୟ ଜଣାପଡ଼ିଲା ନାହିଁ।

Advertisment

ଗୁଳି କିଏ ମାରିଛି ତାହା କାହାକୁ ଅଛପା ନୁହେଁ। ବନ୍ଧୁକ ବି ଜବତ ହୋଇସାରିଛି। ହେଲେ ହତ୍ୟାକାଣ୍ଡର ମୋଟିଭ୍ ଖୋଜି ପାଉନି କ୍ରାଇମବ୍ରାଂଚ। ୭ ଦିନ ଧରି ଗୋପାଳକୁ ମାରଥନ୍ ଜେରା ପରେ ବି ସେହି ଗୋପାଳ ପାଖରେ ଅଟକି ରହିଛି ତଦନ୍ତ। ଗୋପାଳ ଜଣେ ମାନସିକ ରୋଗୀ ବୋଲି ପ୍ରଥମ ଦିନରୁ ତା ପରିବାର ଲୋକେ କହିସାରିଛନ୍ତି। କିନ୍ତୁ କାହିଁକି ସେ ନବ ଦାସଙ୍କୁ ମାରିଲା, ନବଙ୍କ ବ୍ୟବସାୟିକ ଓ ରାଜନୈତିକ ଶତ୍ରୁତାର ଏହା ସହିତ କିଛି ଲିଙ୍କ୍ ଅଛି କି ନାହିଁ ସେ ଦିଗରେ ତଦନ୍ତ ହୋଇନଥିବା ଚର୍ଚ୍ଚା ହେଉଛି।

ଅଧିକ ପଢ଼ନ୍ତୁ: ମନ୍ତ୍ରୀଙ୍କୁ କେମିତି ମାରିଥିଲା ଗୋପାଳ, ସ୍ପଟ୍‌ରେ ଗୋଟି ଗୋଟି କରି ସବୁ ଦେଖାଇଲା

Advertisment

ବଡ଼ ପ୍ରଶ୍ନ ହେଲା, ଗୋପାଳକୁ ଜେରା ବେଳେ କଣ ସବୁ ତଥ୍ୟ ପାଇଛି କ୍ରାଇମବ୍ରାଂଚ ? ପାଇଥିବା ତଥ୍ୟ ଅନୁସାରେ ତଦନ୍ତ କରାଯାଉନାହି କି? ସୂଚନା ଅନୁସାରେ ଜେରା ବେଳେ ଗୋପାଳ କହିଛି ଯେ, ନବ ଦାସ ଲୋକଙ୍କ ହିତରେ ନଥିଲେ। ବହୁତ ବଦନାମ୍ ଥିଲେ ତେଣୁ ସେ ତାଙ୍କୁ ହତ୍ୟା କରିଥିଲା। ଗୋଟିଏ ପଟେ ପୂର୍ବତନ ଏଏସ୍ଆଇ ଗୋପାଳ ଦାସର ପୋଲିସ୍ ତଦନ୍ତ ପ୍ରକ୍ରିୟା ନେଇ ଢେର୍ ଅଭିଜ୍ଞତା ରହିଥିବା ବେଳେ କ୍ରାଇମବ୍ରାଂଚ ଏଡିଜି ଅରୁଣ ବୋଥ୍ରା ମଧ୍ୟ
ତଦନ୍ତର ମାଷ୍ଟର। ତେଣୁ କିଏ କାହାକୁ ପାଠ ପଢାଉଛି ତାକୁ ନେଇ ଚର୍ଚ୍ଚା ଲାଗି ରହିଛି।

ସେପଟେ ଘଟଣାର ତଦନ୍ତ ପ୍ରକ୍ରିୟା ନେଇ ପ୍ରଶ୍ନ ଉଠାଇଛି ବିଜେପି। ରାଜ୍ୟ ସରକାର କହୁଥିବା କୋର୍ଟ ମନିଟର୍ ତଦନ୍ତ ବେଆଇନ ଓ ଡାହା ମିଛ ବୋଲି କହି ଏକ
ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କୁ ନିଶାନା କରିଛନ୍ତି ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ। କେଉଁ ରିଟ୍ ପିଟିସନ୍, କେଉଁ ପ୍ରୋସିଡିଂ, କେଉଁ ଜୁଡିସିଆଲ୍ ଅର୍ଡର୍ ବଳରେ ଜଷ୍ଟିସ୍ ଜେପି ଦାସଙ୍କୁ ତଦନ୍ତର ତଦାରଖ ଦାୟିତ୍ୱ ଦିଆଗଲା ତାହା ସାର୍ବଜନୀନ କରିବାକୁ ସେ ଦାବି କରିଛନ୍ତି। ଏଥିସହିତ ତଦନ୍ତକାରୀ ଅଧିକାରୀ ଅରୁଣ ବ୍ରୋଥା ଜଣେ ପ୍ରମାଣ ନଷ୍ଟକାରୀ ଅଧିକାରୀ ବୋଲି ସାଂଘାତିକ ଅଭିଯୋଗ କରିଛନ୍ତି ପୀତାମ୍ବର। କଂଗ୍ରେସ ମଧ୍ୟ ତଦନ୍ତ ପ୍ରକ୍ରିୟା ନେଇ କଡ଼ା ସମାଲୋଚନା କରିଥିବା ବେଳେ ବିଜେଡି ଏହାର ଜବାବ ରଖିଛି।

୧୦ ଦିନ ତଳେ ନବଙ୍କ ହତ୍ୟାର ଠିକ୍ ପରେ ରାଜ୍ୟବାସୀଙ୍କ ନିକଟରେ ଏହି ହାଇପ୍ରୋଫାଇଲ୍ ମର୍ଡର ନେଇ ଯେତିକି ତଥ୍ୟ ଥିଲା, ଆଜି ବି ତମାମ ତଦନ୍ତର
ଘଣ୍ଟାଟକଟା ସତ୍ତ୍ବେ ସେଇ ବିନ୍ଦୁରେ ଅଟକିଛି । ଗୋଟିଏ ପଟେ ତଦନ୍ତକୁ ନେଇ ସନ୍ଦେହ ବଢୁଥିବବେଳେ ଛାତ୍ର କଂଗ୍ରେସ ଓ ବିଜେପି ଏହି ପ୍ରସଙ୍ଗକୁ ନେଇ ଆନ୍ଦୋଳନ କରିବାକୁ ଅଣ୍ଟା ଭିଡିଲେଣି।

(ଭୁବନେଶ୍ୱରରୁ ନିରଂଜନ ରେଡ୍ଡିଙ୍କ ସହ ହରିହର ଚାନ୍ଦଙ୍କ ରିପୋର୍ଟ)

Arun Bothra BJP Crime Branch Naba Das
Advertisment
Advertisment