/odishatv-khabar/media/post_attachments/uploadimage/library/16_9/16_9_0/IMAGE_1708593790.jpg)
Rajnath Singh
ନବରଙ୍ଗପୁର ପରେ ବ୍ରହ୍ମପୁରରେ ବି ଡବଲ ଇଂଜିନ ସରକାର ଆହ୍ୱାନ ଦେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ଡବଲ ଇଂଜିନ ସରକାରକୁ କେହି ରୋକିପାରିବେନି ବୋଲି ବ୍ରହ୍ମପୁର ଆମ୍ବପୁଆରେ ଆୟୋଜିତ ବିଜେପି ସଙ୍କଳ୍ପ ସମାବେଶରେ ଦୃଢୋକ୍ତି କରିଛନ୍ତି ରାଜନାଥ । ଆଜି କର୍ମକର୍ତ୍ତାଙ୍କ ଉତ୍ସାହ ଦେଖିଲେ ଲାଗୁଛି ଡବଲ୍ ଇଞ୍ଜିନ୍ ସରକାରକୁ କେହି ରୋକି ପାରିବେନି। ୨୦୧୪, ୨୦୧୯ ଠାରୁ ଅଧିକ ଉତ୍ସାହ ଏବେ ଦେଖିବାକୁ ମିଳୁଛି ବୋଲି କହିଛନ୍ତି ରାଜନାଥ ସିଂ।
ସେହିଭଳି ଏଥର ୪ ଶହରୁ ଅଧିକ ସିଟ୍ ହାସଲ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏହି ଲକ୍ଷ୍ୟକୁ ପୂରଣ କରିବା ଆମ ସମସ୍ତଙ୍କ ଦାୟିତ୍ୱ ବୋଲି ରାଜନାଥ କହିଛନ୍ତି। ସେହିପରି ସେ ଆହୁରି କହିଛନ୍ତି ଯେ, ପୁଲୱାମା ଘଟଣା ପରେ ଆମେ ସୀମା ଡେଇଁ ଜବାବ ଦେଇଥିଲୁ। ଆମେ କେବଳ ସୀମା ଏପଟେ ନୁହେଁ, ସୀମା ସେପଟେ ବି ଜବାବ ଦେବୁ। ଗତ ୯ ବର୍ଷ ଭିତରେ ଭାରତର ଅର୍ଥନୀତିକୁ ୧୧ ସ୍ଥାନରୁ ୫ ସ୍ଥାନକୁ ନେଇପାରିଛୁ। ତେବେ ଆଗାମୀ ୩ ବର୍ଷ ଭିତରେ ଆମେ ତୃତୀୟ ବଡ଼ ଅର୍ଥନୀତି ହେବୁ।
ଅଧିକ ପଢ଼ନ୍ତୁ: ନବରଙ୍ଗପୁର ସଭାରେ ଗର୍ଜିଲେ ରାଜନାଥ; ‘ଓଡ଼ିଶାରେ ଦରକାର ଡବଲ ଇଞ୍ଜିନ ସରକାର’
ସେହିପରି ବ୍ରହ୍ମପୁରରୁ କଂଗ୍ରେସକୁ ମଧ୍ୟ ଟାର୍ଗେଟ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ଓଡ଼ିଶାର ବିକାଶ ପାଇଁ କଂଗ୍ରେସ ସରକାର କିଛି କରିନାହିଁ। ୟୁପିଏ ସରକାର ୧୦ ବର୍ଷରେ ଓଡ଼ିଶାକୁ ୩ ଲକ୍ଷ କୋଟି ଦେଇଥିଲା ହେଲେ ୯ ବର୍ଷରେ ମୋଦି ସରକାର ଓଡ଼ିଶାକୁ ୧୮ ଲକ୍ଷ କୋଟି ଦେଇଥିବା ରାଜନାଥ କହିଛନ୍ତି। ଓଡ଼ିଶା ସହ ସର୍ବଦା ୟୁପିଏ ବୈମାତୃକ ବ୍ୟବହାର କରୁଥିବା ସେ କହିଛନ୍ତି। ୯ ବର୍ଷରେ ପ୍ରଧାନମନ୍ତ୍ରୀ ମୋଦି ୨୫ କୋଟି ଲୋକଙ୍କୁ ଗିରିବୀରୁ ମୁକ୍ତି ଦେଇଛନ୍ତି। ୧୦ ବର୍ଷରେ ଓଡ଼ିଶାର ୨୫ ଲକ୍ଷ ଲୋକଙ୍କୁ ପକ୍କା ଘର ମିଳିଛି ବୋଲି କହିଛନ୍ତି। ଯାହାକୁ ପକ୍କା ଘର ମିଳିନଥିବ, ଆମ ସରକାର ଆସିଲେ ନିଶ୍ଚିତ ମିଳିବ ବୋଲି ଭରସା ଦେଇଛନ୍ତି ରାଜନାଥ।
ଓଡ଼ିଶାକୁ ପ୍ରଧାନମନ୍ତ୍ରୀ କେତେ ଭଲ ପାଆନ୍ତି ଜି-୨୦ରୁ ଦେଖିବାକୁ ମିଳିଲା। ଜି-୨୦ରେ କୋଣାର୍କ ଚକ୍ରକୁ ଗୁରୁତ୍ୱ ଦେଲେ ପ୍ରଧାନମନ୍ତ୍ରୀ। ଦେଶ ଆମ ପାଇଁ ପ୍ରାଥମିକତା, ରାଜନୀତି ନୁହେଁ। ଦେଶ ଗଠନ ପାଇଁ ଆମେ ରାଜନୀତି କରୁଛୁ ବୋଲି କହିଛନ୍ତି ରାଜନାଥ। ଆମ ସରକାର ଡରିକି ନୁହେଁ, ହିମ୍ମତର ସହ କାମ କରେ। ଭ୍ରଷ୍ଟାଚାର ଦୂର କରିବାକୁ ସାହସ ଓ ଭିଜନ ଦରକାର। ଆମ ପ୍ରଧାନମନ୍ତ୍ରୀଙ୍କ ପାଖରେ ସାହସ ଅଛି, ଭିଜନ ଅଛି। ବିକାଶ ପାଇଁ ଡବଲ ଇଂଜିନ ସରକାର ନିହାତି ଦରକାର। ମୋର ବିଶ୍ୱାସ, ଏଠାରେ ଡବଲ ଇଂଜିନ ସରକାର ନିଶ୍ଚିତ ହେବ। କେବଳ ଲୋକସଭା ନୁହେଁ, ବିଧାନସଭାରେ ବି ଆମକୁ ସଫଳତା ମିଳିବ ଏବଂ ଏଠାରେ ଆମେ ସରକାର କରିବୁ ବୋଲି କହିଛନ୍ତି ରାଜନାଥ ସିଂ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)