• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଓଡ଼ିଶାରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଓଡ଼ିଶାର ନବରଙ୍ଗପୁର ସଭାରେ ରାଜନାଥ ସିଂ ପହଞ୍ଚି କଂଗ୍ରେସକୁ କଡ଼ା ସମାଲୋଚନା କରିବା ସହ ମୋଦି ସରକାରଙ୍କ ସଫଳତା କଥା ବଖାଣିଛନ୍ତି । ରାଜନାଥ କହିଛନ୍ତି, ଓଡ଼ିଶାରେ ବି ଡବଲ ଇଂଜିନ ସରକାର ଦରକାର । ଓଡ଼ିଶା ସହ ମୋର ଭାବନାତ୍ମକ ସଂପର୍କ ରହିଛି । କଂଗ୍ରେସ ସରକାର ବେଳେ ଭାରତ ସୁରକ୍ଷା ଯାତ୍ରା କରିଥିଲୁ । ଭାରତ ସୁରକ୍ଷା ଯାତ୍ରା ମୁଁ ଓଡ଼ିଶାରୁ ଆରମ୍ଭ କରିଥିଲି ବୋଲି କହିଚନ୍ତି ରାଜନାଥ ।

ଖାଲି ସେତିକି ନୁହେଁ ରାଜନାଥ ଆହୁରି କହିଛନ୍ତି ଯେ, ସେତେବେଳେ ଆତଙ୍କବାଦ, ନକ୍ସଲବାଦ ଓ ଆତଙ୍କ ସବୁବେଳେ ଲାଗି ରହିଥିଲା । ଆଜି ଆତଙ୍କବାଦ କେଉଁଠି ରହିଛି, ଆପଣମାନେ ଜାଣିଛନ୍ତି । ପୁଲୱାମା ଘଟଣା ପରେ ମୁହଁତୋଡ଼ ଜବାବ ଦିଆଯାଇଛି । ଏବେ ନକ୍ସଲବାଦ କେବଳ କିଛି ଜିଲ୍ଲାରେ ସୀମିତ ରହିଛି ବୋଲି ସେ କହିଛନ୍ତି ।

ଅଧିକ ପଢ଼ନ୍ତୁ: ବ୍ରହ୍ମପୁରରୁ ବର୍ଷିଲେ ରାଜନାଥ; କହିଲେ, କେହି ବି ଅଟକାଇ ପାରିବେନି ‘ଡବଲ୍ ଇଞ୍ଜିନ ସରକାର’

ତାହାସହତ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ସାରା ଦେଶର ଚିତ୍ର ବଦଳିଛି । ଏଠାରେ ବି ଡବଲ ଇଂଜିନ ସରକାର ହେବା ଦରକାର । ମୋଦିଙ୍କ ସନ୍ଦେଶ ନେଇ ପ୍ରତି କାର୍ଯ୍ୟକର୍ତ୍ତା ଲାଭାର୍ଥୀଙ୍କ ପାଖକୁ ଯାଆନ୍ତୁ । ସବୁ ଲାଭାର୍ଥୀଙ୍କୁ ମୋଦି ଦେଉଥିବା ସୁବିଧା ମିଳିବା ଦରକାର । ବିଜେପି ଏକମାତ୍ର ପାର୍ଟି ଯିଏକି ଯାହା କହେ, ସେୟା କରେ ବୋଲି ଦୃଢ଼ୋକ୍ତି ବାଢ଼ିଛନ୍ତି ରାଜନାଥ ସିଂ ।

ଖାଲି ଏତିକି ନୁହେଁ, ନବରଙ୍ଗପୁର ସଭାରେ ରାଜନାଥ ସିଂ ତାଙ୍କ ବକ୍ତବ୍ୟ ରଖି ଜାମ୍ମୁ କାଶ୍ମୀର ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି । ସେ କହିଛନ୍ତି, ବିଶ୍ୱସନୀୟତା ସଂକଟକୁ ଚାଲେଂଜ ଭାବେ ନେଇଛନ୍ତି ପ୍ରଧାନମନ୍ତ୍ରୀ । ଯାହା ଘୋଷଣାପତ୍ରରେ କହିଥିଲୁ, ସବୁ ପୂରଣ କରିଛୁ । ପୂର୍ବରୁ କହିଥିଲୁ ୩୭୦ ଧାରା ଉଠାଇବୁ, ଜାମ୍ମୁ କାଶ୍ମୀରରୁ ୩୭୦ ଉଠାଇଲୁ । ତିନ୍‌ ତଲାକ୍‌ ଉଠାଇବୁ କହିଥିଲୁ, ଆମେ ଆମ କଥା ରକ୍ଷା କଲୁ । ଆମେ ରାଜନୀତି କରୁଛୁ, କେବଳ ଦେଶ ଗଠନ ପାଇଁ । ହେଲେ କଂଗ୍ରେସ ଲମ୍ବା ସମୟ ପର୍ଯ୍ୟନ୍ତ ଦେଶବାସୀଙ୍କୁ ଧୋକା ଦେଇଛି ବୋଲି ରାଜନାଥ କହିଛନ୍ତି ।

ଏହା ସହ ବିଶେଷକରି ଗରିବ ଲୋକଙ୍କୁ ଧୋକା ଦେଇଛି କଂଗ୍ରେସ । ମୋଦି ଆସିବା ପରେ ୨୫ କୋଟି ଲୋକଙ୍କୁ ଗରିବୀରୁ ମୁକ୍ତ କରିଛନ୍ତି । ୧୧ କୋଟି ଲୋକଙ୍କ ପାଇଁ ଶୌଚାଳୟ, ୪ କୋଟିଙ୍କୁ ପକ୍କା ଘର ମିଳିଛି । ଓଡ଼ିଶାରେ ୩୦ ଲକ୍ଷ ଲୋକଙ୍କୁ ପକ୍କା ଘର ମିଳିଛି । କଂଗ୍ରେସ ସରକାରରେ ୧୭ ବର୍ଷରେ ୧୮ ହଜାର କିମି ରାସ୍ତା ହୋଇଥିଲା । ଗତ ୧୦ ବର୍ଷରେ ମୋଦି ସରକାର ୩୦ ହଜାର କିମି ରାସ୍ତା କରିଛନ୍ତି । ଆୟୁଷ୍ମାନ ଭାରତ ଯୋଜନାରେ ଗରିବଙ୍କୁ ସ୍ୱାସ୍ଥ୍ୟ ସୁବିଧା ମିଳୁଛି । ଓଡ଼ିଶା ସହ ଆମ ସରକାର ଭେଦଭାବ କରିନି । ଏଠାରେ ମେଡିକାଲ କଲେଜ, ଇଂଜିନିୟରିଂ କଲେଜ ବଢ଼ିଛି । ଜନତାଙ୍କ ସେବା କରିବା ଆମ ପ୍ରଧାନମନ୍ତ୍ରୀଙ୍କ ଏକମାତ୍ର ଉଦ୍ଦେଶ୍ୟ ବୋଲି ରାଜନାଥ ସିଂ କହିଛନ୍ତି ।