• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବିଜେଡି ସରକାରରେ ବଢୁଛି ମିଶନ୍ ଶକ୍ତିର ଦବ୍ ଦବା । ସ୍ୱୟଂ ସହାୟକ ଗୋଷ୍ଠୀ ବା, ଏସଏଚଜିକୁ ମଜଭୂତ କରୁଛନ୍ତି ସରକାର। ଗୋଟିଏ କି ଦୁଇଟି ବିଭାଗ ନୁହେଁ ଏବେ ୧୫ଟି ବିଭାଗରେ ଏସଏଚଜି ନିୟୋଜିତ ହୋଇଥିବା ବେଳେ ଆଗକୁ ସବୁ ବିଭାଗରେ ନିୟୋଜିତ ହେବେ ।

ସରକାରଙ୍କ ଏଭଳି ନିଷ୍ପତ୍ତି ପରେ ସାଧାରଣରେ ଚର୍ଚ୍ଚା ୨୦୨୪ରେ ସରକାର ଗଢିବା ପାଇଁ ଏସଏଚଜିକୁ ନେଇ ବିଜେଡି ର ବଡ ପ୍ଲାନ ରହିଛି କି । ଯାହାକୁ ନେଇ ବିଜେପିକଂଗ୍ରେସଏହାକୁ ଭୋଟ୍ ବ୍ୟାଙ୍କ ପଲିଟିକ୍ସ ବୋଲି କହିଥିବାବେଳେ କେବଳ ଏସଏଚଜିଙ୍କୁ ସଶକ୍ତିକରଣ କରିବା ପାଇଁ ଏହା ପ୍ରୟାସ ବୋଲି ବିଜେଡି କହିଛି ।

ଅଧିକ ପଢ଼ନ୍ତୁ: ବଣ୍ଟନ ବ୍ୟବସ୍ଥାରେ ସାଂଘାତିକ ଅବ୍ୟବସ୍ଥା; ରାଜ୍ୟରେ ୨ ଲକ୍ଷରୁ ଅଧିକ ଜାଲ୍ ହିତାଧିକାରୀ

୨୦୨୪ ନିର୍ବାଚନ ପୂର୍ବରୁ ଏସଏଚଜି ପାଇଁ ସରକାରଙ୍କ ସ୍ୱତନ୍ତ୍ର ଷ୍ଟ୍ରାଟେଜି । ଏଣିକି ୧୫ଟି ବିଭାଗରେ ଏସଏଚଜିକୁ ଗୁରୁତ୍ୱ ଦିଆଯାଉଥିବା ବେଳେ ଆଗକୁ ସବୁ ବିଭାଗୀୟ କାର୍ଯ୍ୟରେ ବି ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କୁ ନିୟୋଜିତ ହେବେ ।

ଫାଇଭ-ଟି ସ୍କୁଲ ପରିଚାଳନା ଦାୟିତ୍ୱ ତୁଲାଇବେ ଆଉ ଜଙ୍ଗଲରେ ନିଆଁ ଲିଭା କାମରେ ବି ନିୟୋଜିତ ହେବେ ମିଶନ ଶକ୍ତି ମହିଳା । ଆସନ୍ତା ୩ ବର୍ଷ ମଧ୍ୟରେ ୫୦ ହଜାର ଏସଏଚଜିକୁ ଏସଏମଇ ବା ସ୍ମଲ ଏଣ୍ଡ ମିଡିଅମ ସାଇଜ୍ଡଏଣ୍ଟରପ୍ରାଇଜସ୍ ପରିଣିତ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ସେହିପରି ପ୍ରତି ଜିଲ୍ଲାରେ ମହିଳାଙ୍କ ପାଇଁ ଇଣ୍ଡଷ୍ଟ୍ରିଆଲ ପାର୍କ ନିର୍ମାଣ କରାଯିବ । ଏଥିପାଇଁ ଜମି ଚିହ୍ନଟ ପ୍ରକ୍ରିୟା ଶୀଘ୍ର ସାରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ୩ ବର୍ଷ ସୁଦ୍ଧା ଏହା କାର୍ଯ୍ୟକ୍ଷମ ହେବ । ତେଣୁ ସରକାରଙ୍କ ଏସଏଚଜି ଥୋପ ପଛରେ ରାଜନୀତିର ଗନ୍ଧ ବାରିଛନ୍ତି ବିରୋଧୀ ।

ବିଜେପି କହିଛି ମାଗଣା ଚାଉଳରୁ ରାଜ୍ୟ ସରକାରଙ୍କ ପତ୍ତା କଟିବା ପରେ ଏବେ ବିଜେଡି ପାଖରେ ମୁଖ୍ୟ ଭୋଟ୍ ବ୍ୟାଙ୍କ ଏସଏଚଜି । ସେହିପରି କଂଗ୍ରେସ କହିଛି ଏହା ବିଜେଡିର ଭୋଟ ବ୍ୟାଙ୍କ ରାଜନୀତି । ଜବାବରେ ବିଜେଡି କହିଛି ଏସଏଚଜିଙ୍କୁ ସଶକ୍ତିକରଣ କରିବା ପାଇଁ ସରକାରଙ୍କ ପ୍ରୟାସ ସଠିକ୍ ଦିଶାରେ ଚାଲିଛି ।

ତେଣୁ ଏଠି ପ୍ରଶ୍ନ ମହିଳା ଭୋଟ୍ ବ୍ୟାଙ୍କ ହାତେଇବାକୁ କଳ ବଳ କୌଶଳ ଲଗାଇଛି କି ଶାସକ ଦଳ ? ସାରା ରାଜ୍ୟରେ ୬ ଲକ୍ଷ ଏସଏଚଜିରେ ପ୍ରାୟ ୭୦ ଲକ୍ଷ ମହିଳା ଥିବା କୁହାଯାଉଛି । ଯାହାର ସିଧା ଫାଇଦା ପାଉଛି ବିଜେଡି ।

୨୪ପାଇଁ ବିଜେଡିର ଏବେ ତ୍ରିଶକ୍ତି ଫର୍ମୁଲାକୁ ଗୁରୁତ୍ୱ ଦିଆଯାଉଛି । ମହିଳା, ଯୁବ ଏବଂ ଚାଷୀକୁ ଫୋକସରେ ରଖିଛି ଦଳ । ସେଥିପାଇଁ ମହିଳା ଭୋଟ ବ୍ୟାଙ୍କ ବଜାଇ ରଖିବାକୁ ସରକାରଙ୍କଏହି ଷ୍ଟ୍ରାଟେଜୀ ବୋଲି ଚର୍ଚ୍ଚା ହେଉଛି ।