• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଗୋଟିଏ ପଟେ କେନ୍ଦ୍ର ସରକାର ଗରିବଙ୍କ ୫ କେଜି ଚାଉଳ କାଟିଦେବା ନେଇ ବିଜେଡି ଚଳାଇଛି ବିକ୍ଷୋଭ । ଅନ୍ୟପଟେ ପଦାକୁ ଆସିଛି ବଣ୍ଟନ ବ୍ୟବସ୍ଥାର ସାଙ୍ଘାତିକ ଅବ୍ୟବସ୍ଥା । ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୨ ଲକ୍ଷରୁ ଅଧିକ ଜାଲ୍ ହିତାଧିକାରୀ । ଯାହାକୁ ନେଇ ଅଡୁଆରେ ରାଜ୍ୟ ସରକାର । ବେଆଇନ୍ ଭାବେ ଏସବୁ ନାଁ କିଏ ଯୋଡ଼ିଲା, ଚାଉଳ କିଏ ନେଉଛି ତାକୁ ନେଇ ଉଠିଛି ପ୍ରଶ୍ନ । ଜାଲ୍ କାର୍ଡ ମାଧ୍ୟମରେ ବ୍ୟାପକ ଘୋଟାଲା କରାଯାଉଥିବା ଅଭିଯୋଗ ଆଣି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି

ଅଧିକ ପଢ଼ନ୍ତୁ: ତେଜିଲା ରାଇସ ପଲିଟିକ୍ସ ! BJPର ମାଗଣା ଚାଉଳ ମାଇଲେଜରେ ବ୍ରେକ୍ ଦେବାକୁ BJDର ଉଦ୍ୟମ

ପିଡିଏସ୍ ଚାଉଳ ବଣ୍ଟନ ପ୍ରକ୍ରିୟାରେ ମାଳମାଳ ଜାଲ୍ ହିତାଧିକାରୀ ବାଟମାରଣା ହେଉଛି । କେନ୍ଦ୍ର ପଠାଉଥିବା ଚାଉଳ ୮ ବର୍ଷ ପରେ ବି ବ୍ୟବସ୍ଥିତ ହୋଇପାରିଲାନି । ଗୋଟିଏ ପଟେ କେନ୍ଦ୍ର ସରକାର ଗରିବ ଗୁରୁବାଙ୍କର ୫ କିଲୋ ଲେଖାଏଁ ଚାଉଳ କାଟି ଦେଉଥିବା ଅଭିଯୋଗ କରି ପଂଚାୟତ ଅଫିସ୍ ଆଗରେବିଜେଡି ଆନ୍ଦୋଳନ କରୁଛି । ଅନ୍ୟପଟେ ରାଜ୍ୟରେ ୨ ଲକ୍ଷ ଜାଲ୍ ହିତାଧିକାରୀ ଚିହ୍ନଟ ହେବା ସରକାରଙ୍କ ପିଡିଏସ୍ ବ୍ୟବସ୍ଥାର ଗୁମର ଖୋଲିଛି । ସଂସଦରେ ଏ ସଂକ୍ରାନ୍ତୀୟ ଏକ ପ୍ରଶ୍ନର ଉତ୍ତରରୁ ରାଜ୍ୟର ଜାଲ୍ ହିତାଧିକାରୀଙ୍କ ତଥ୍ୟ ସାମ୍ନାକୁ ଆସିଛି । ଚଳିତ ବର୍ଷ ଜାନୁଆରୀ ପହିଲା ସୁଦ୍ଧା ମିଳିଥିବା ତଥ୍ୟ ଅନୁଯାୟୀ, ଓଡ଼ିଶାରେ ୨ ଲକ୍ଷ ୬୩୬ ଜଣ ଜାଲ୍ ହିତାଧିକାରୀ ଚିହ୍ନଟ ହୋଇଛନ୍ତି ।

ଏଠି ବଡ଼ ପ୍ରଶ୍ନ ଉଠୁଛି । ତାଲିକାରେ ଏମାନଙ୍କ ନାଁ କିଏ ଯୋଡ଼ିଥିଲା ? ବେଆଇନ୍ ଭାବେ କେଉଁମାନେ ଯୋଜନାର ଫାଇଦା ଉଠାଉଛନ୍ତି ? ୨୦୧୫ରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ କାର୍ଯ୍ୟକାରୀ ହୋଇଥିଲା । ୮ ବର୍ଷ ପରେ ବି ଯୋଗ୍ୟ ହିତାଧିକାରୀଙ୍କ ତାଲିକା ସଠିକ୍ ଭାବେ କରାଯାଇପାରୁନି । କେବଳ ସେତିକି ନୁହେଁ କୋଭିଡ୍ ସମୟରେ ରାଜ୍ୟକୁ ଆସିଥିବା ଚାଉଳରୁ ପ୍ରାୟ ୩ଲକ୍ଷ ୪୦ହଜାର ମେଟ୍ରିକ ଟନ ଚାଉଳ ବଣ୍ଟା ଯାଇପାରିନଥିଲା । ଏସବୁ ନେଇ ବର୍ଷିଛି ବିରୋଧୀ । ବିଜେପି ଅଭିଯୋଗ କରିଛି ରାଜ୍ୟରେ ଡୁପ୍ଲିକେଟ୍ ସରକାର ଚାଲିଛି । ଘୋଟାଲା ପାଇଁ ଡୁପ୍ଲିକେଟ୍ କାର୍ଡ ଦିଆଯାଉଛି ।

ସେପଟେ ହିତାଧିକାରୀଙ୍କ ରାସନ କାର୍ଡ ସହିତ ଆଧାର କାର୍ଡ ଲିଙ୍କ୍ ନହେବା, ହିତାଧିକାରୀଙ୍କ ମୃତ୍ୟୁ ପରେ ବି ତାଲିକାରୁ ନାଁ ବାଦ୍ ନଦେବା, ରାସନ କାର୍ଡ ମ୍ୟାନେଜମେଣ୍ଟ ସିଷ୍ଟମ୍ ଅପଡେଟ୍ କରାଯାଉନଥିବାରୁ ଏଭଳି ଜାଲ୍ ହିତାଧିକାରୀ ବାହାରୁଥିବା କୁହାଯାଉଛି । ତେବେ ଏହି ସଂଖ୍ୟା ୨ ଲକ୍ଷରୁ ଅଧିକ ଜଣାପଡ଼ିବା ପରେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ଖାଦ୍ୟ ସୁରକ୍ଷା କର୍ମୀ ।

ସେପଟେ ୫ କିଲୋ ଲେଖାଏଁ ଚାଉଳ କାଟି ଦେଉଥିବା ଅଭିଯୋଗ କରି ଆଜି ସବୁ ପଂଚାୟତ ଅଫିସ ଆଗରେ ବିକ୍ଷୋଭ କରିଛି ବିଜେଡି । ହେଲେ ରାଜ୍ୟ ସରକାରଙ୍କ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାରେ ବି ୧୦ କିଲୋ ବଦଳରେ ୫ କିଲୋ ଲେଖାଏଁ ହିଁ ଚାଉଳ ବଣ୍ଟା ଯାଉଛି ।