Advertisment

୨୪ ସମର ପାଇଁ ଶ୍ରୀକ୍ଷେତ୍ରରୁ ବାଜିବ ନିର୍ବାଚନୀ ବିଗୁଲ୍

୨୪ ରଣନୀତି ଅନ୍ତର୍ଗତ ବିିଜେଡି ମହିଳା ଭୋଟ ବ୍ୟାଙ୍କକୁ ଭାଙ୍ଗି ନିଜ ପଟକୁ ନେବା ଲାଗି ଜୋରାଦର ପ୍ରୟାସ ଆରମ୍ଭ କରିଛି ବିଜେପି।

ଅଦ୍ୟତନ ହୋଇଛି
undefined

Politics

Advertisment

ସାଧାରଣ ନିର୍ବାଚନ ପାଇଁ ଶ୍ରୀକ୍ଷେତ୍ରରୁ ବାଜିବ ନିର୍ବାଚନୀ ବିଗୁଲ୍। ୨୦୨୪ ପାଇଁ ପୁରୀରୁ ପ୍ରସ୍ତୁତିର ଶୁଭାରମ୍ଭ କରିବେ ବିଜେଡି ଓ ବିଜେପିନବୀନ ଓ ନଡ୍ଡାଙ୍କ ମଧ୍ୟରେ ଡାଇରେକ୍ଟ ଫାଇଟ୍। ଆସନ୍ତା ୨୬ ତାରିଖରେ ପୁରୀ ରେ ପ୍ରତିଷ୍ଠା ଦିବସର ସିଲିଭର୍ ଜୁବୁଲି ପାଳିବ ବିଜେଡି। ପଞ୍ଚାୟତରୁ ଜିଲ୍ଲାସ୍ତର ଯାଏଁ ଦଳୀୟ ନେତା ଓ କର୍ମୀ ଏଥିରେ ସାମିଲ ହେବେ। କେନ୍ଦ୍ର ସରକାର ବିରୋଧରେ ଏଇଠୁ ଗର୍ଜନ ଆରମ୍ଭ କରିବ ବିଜେଡି। ଦଳ ପକ୍ଷରୁ ଆଜି ସାମ୍ବାଦିକ ସମ୍ମିଳନୀ କରାଯାଇ ଏହି ସୂଚନା ଦିଆଯାଇଛି। ତେବେ ତାର ଦିନକ ପରେ ଅର୍ଥାତ୍ ୨୮ରେ ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା। 

Advertisment

ଲୋକସଭା ପ୍ରବାସ କାର୍ଯ୍ୟକ୍ରମ ଅନ୍ତର୍ଗତ ପୁରୀ ଓ କନ୍ଧମାଳ ସଂସଦୀୟ କ୍ଷେତ୍ରରେ ବିଜେପି ସମାବେଶରେ ଯୋଗ ଦେବେ ନଡ୍ଡା। ତୃଣମୂଳସ୍ତରରେ ସଙ୍ଗଠନକୁ ମଜଭୁତ୍ ଓ ସରକାର ବିରୋଧୀ ହାଓ୍ୱା ସୃଷ୍ଟି ଲାଗି ପ୍ରସ୍ତୁତ ହେବ ରଣନୀତି। ପୂର୍ବରୁ ନଡ୍ଡା ଗତ ସେମ୍ବର ୨୯ ଓ ୩୦ରେ ଭୁବନେଶ୍ୱର ରେ କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ଜୋରଦାର ସମାଲୋଚନା କରିଥିଲେ। ପୁରୀ, କନ୍ଧମାଳ ସମେତ ୧୨ଟି ଲୋକସଭା ନିର୍ବାଚନ ମଣ୍ଡଳୀକୁ ବିଭିନ୍ନ ପର୍ଯ୍ୟାୟରେ ଗସ୍ତ କରିବେ ନଡ୍ଡା ଓ ଗୃହମନ୍ତ୍ରୀ ଅମିତ ଶାହା। ବିଜେପିର ଏହି କାର୍ଯ୍ୟକ୍ରମରେ ଶେଷ ସ୍ପର୍ଶ ଦେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଓଡିଶା ଆସିବା କାର୍ଯ୍ୟକ୍ରମ ରହିଛି।

ଅଧିକ ପଢ଼ନ୍ତୁ: ଦିଲ୍ଲୀରେ ତେଜିଛି ଭେଟଘାଟ୍ ପଲିଟିକ୍ସ: ରାଜ୍ୟ ସ୍ୱାର୍ଥ ଆଳରେ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟୁଛନ୍ତି ନେତା

Advertisment

୨୪ ରଣନୀତି ଅନ୍ତର୍ଗତ ବିିଜେଡି ମହିଳା ଭୋଟ ବ୍ୟାଙ୍କକୁ ଭାଙ୍ଗି ନିଜ ପଟକୁ ନେବା ଲାଗି ଜୋରାଦର ପ୍ରୟାସ ଆରମ୍ଭ କରିଛି ବିଜେପି। ଏଥିଲାଗି ନୂଆପଡାରୁ ଜଗତସିଂହପୂର ଯାଏଁ ୩୬ଟି ସାଙ୍ଗଠନିକ ଜିଲ୍ଲାରେ ରାଷ୍ଟ୍ରୀୟ ମହିଳା ମୋର୍ଚ୍ଚାର ପ୍ରତିନିଧିମାନେ ଅଭିଯାନ ଆରମ୍ଭ କରିଛନ୍ତି। ସୁକନ୍ୟା ସମୃଦ୍ଧି, ଉଜ୍ୱଳା, ଆୟୁଷ୍ମାନ ଭାରତ ଭଳି ମୋଦି ସରକାରର ବିଭିନ୍ନ ଯୋଜନାର ଉପକାରିତା ସଂପର୍କରେ ମହିଳାଙ୍କୁ ବୁଝାଇଛନ୍ତି। ରାଜ୍ୟରେ ବଢୁଥିବା ନାରୀ ନିର୍ଯାତନା ଓ ବିଜେଡି ସରକାରର ବିଫଳତା ବିଫଳତା କଥା ମଧ୍ୟ କହୁଛନ୍ତି। ଅନ୍ୟପକ୍ଷରେ ନିଜ ମହିଳା ଭୋଟ ବ୍ୟାଙ୍କ ଯେଭଳି ଅକ୍ଷୂର୍ଣ୍ଣ ରହିବ ସେନେଇ ଧ୍ୟାନ ଦିଆଯାଉଥିବା ବିଜେଡି କହିଛି।ସାଧାରଣ ନିର୍ବାଚନକୁ ଆଉ ଦେଢ ବର୍ଷ ତେବେ ରାଜ୍ୟରେ ଆଗୁଆ ବିଧାନସଭା ନିର୍ବାଚନ ନେଇ ବି ଚର୍ଚ୍ଚା ଜୋର ଧରିଛି। ତେଣୁ ଉଭୟ ବିଜେଡି ଓ ବିଜେପି ଜୋରଦାର ପ୍ରସୁତିରେ ଲାଗି ପଡିଛନ୍ତି।

(ପୁରୀରୁ ପ୍ରଦୀପ ମହାନ୍ତି, ଭୁବନେଶ୍ୱରରୁ ହରିହର ଚାନ୍ଦଙ୍କ ରିପୋର୍ଟ)

BJP CM Naveen Patnaik JP Nadda Politics General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ