Advertisment

ମନ୍ତ୍ରୀ ନବ ଦାସଙ୍କ PSO ସସ୍‌ପେଣ୍ଡ୍‌

ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା ଘଟଣାରେ ନବ ଦାସଙ୍କ ପିଏସ୍ଓଙ୍କୁ ସସ୍‌ପେଣ୍ଡ୍‌ କରାଯାଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Naba Das PSO Suspended

Minister Naba Das PSO Suspended

ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା ଘଟଣାରେ ତାଙ୍କ ପିଏସ୍ଓଙ୍କୁ ସସ୍‌ପେଣ୍ଡ୍‌ କରାଯାଇଛି।  ପିଏସ୍ଓ ମିତ୍ରଭାନୁ ଦେଓଙ୍କୁ ସସ୍‌ପେଣ୍ଡ୍‌ କରାଯାଇଛି। 

Advertisment

ସେପଟେ ବ୍ରଜରାଜନଗର IIC ପ୍ରଦ୍ୟୁମ୍ନ କୁମାର ସ୍ୱାଇଁଙ୍କ ବଦଳି ହୋଇଛି। ପ୍ରଦ୍ୟୁମ୍ନ ସ୍ୱାଇଁଙ୍କୁ ସମ୍ବଲପୁର ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି। ସେହିପରି ଗାନ୍ଧିଛକ ଫାଣ୍ଡି ଅଧିକାରୀ SI ଶଶିଭୂଷଣ ପୋଢ଼ଙ୍କୁ ମଧ୍ୟ ବଦଳି କରାଯାଇଛି। ସୁବର୍ଣ୍ଣପୁର ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ଶଶିଭୂଷଣ ବଦଳି ହୋଇଛନ୍ତି। ସମ୍ବଲପୁରରୁ ଝାରସୁଗୁଡ଼ା କୁ ଆସିଲେ ଇନ୍ସପେକ୍ଟର ଧବଳେଶ୍ୱର ସାହୁ।

ଅଧିକ ପଢ଼ନ୍ତୁ: ଟପ୍ ଲେଭେଲ୍ ଷଡ଼ଯନ୍ତ୍ର ଅଭିଯୋଗ ପରେ ହଇଚଇ ! ଡ୍ରାମା କାହିଁକି ବୋଲି ପ୍ରଶ୍ନ କଲେ ଜୟନାରାୟଣ..

Advertisment

ସୂଚନାଥାଉ କି, ରବିବାର ଝାରସୁଗୁଡ଼ା ଜିଲ୍ଲା ଗାନ୍ଧି ଛକରେ ମନ୍ତ୍ରୀ ନବ ଦାସଙ୍କ ଉପରୁ ପୋଲିସ୍‌ ASI ଗୋପାଳ ଦାସ ଗୁଳିମାଡ଼ କରିଥିଲେ। ନବ ଦାସଙ୍କ ଛାତିରେ ଗୁଳି ବାଜିଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଭୁବନେଶ୍ୱର କୁ ଏୟାରଲିଫ୍ଟ କରାଯାଇଥିଲା। ଭୁବନେଶ୍ୱର ଆପୋଲ ହସ୍ପିଟାଲ୍‌ରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଚିକତ୍ସାଧୀନ ଅବସ୍ଥାରେ ତାଙ୍କ ଦେହାନ୍ତ ହୋଇଥିଲା। 

Naba Das Minister Naba Das
Advertisment
Advertisment