• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କାର୍ଡ ଖୋଲିଲା BRS ଓଡ଼ିଶା । ମାସେ ଭିତରେ ଦଳରେ ଯୋଗ ଦେବେ ହାଇପ୍ରୋଫାଇଲ୍ ନେତା ! ପ୍ରଥମେ ଆସିବେ ପୁରୁଣା ଜନତା ଦଳର ନେତା । ଆଉ ତା ପରେ ଆସିବେ ବିଜେଡି, ବିଜେପି ଓ କଂଗ୍ରେସରେ ଏକ ପ୍ରକାର ଅଣଦେଖା କରାଯାଉଥିବା ନେତା । ସବୁଠାରୁ ବେଶୀ ଶାସକ ବିଜେଡିରୁ ଆସିବେ ବୋଲି ଆଶା ପ୍ରକାଶ କରିଛି BRS ଓଡ଼ିଶା ଟିମ୍ ।

ଏପରିକି ୨୦୨୪ରେ ଏଠାରେ ସରକାର ଗଢ଼ିବେ ବୋଲି ଦମ୍ଭ ଦେଖାଇଛି ବିଆର୍‌ଏସ୍‌ । ଦଳ ସୂଚନା ଦେଇଛି ଚାଷୀ, ଦଳିତ, ଶିକ୍ଷା, ସ୍ୱାସ୍ଥ୍ୟ କ୍ଷେତ୍ରରେ ତେଲେଙ୍ଗାନା ମଡେଲ୍‌କୁ ଓଡ଼ିଶାରେ ପ୍ରୋଜେକ୍ଟ କରାଯିବ । ଏଥିପାଇଁ ଦୁଇ ସୂତ୍ରୀ ଯୋଜନା କରାଯାଇଛି । ପ୍ରଥମେ ମାସେ ଭିତରେ ଦକ୍ଷ ଲୋକଙ୍କୁ ରାଜ୍ୟର 
୧୪୭ ନିର୍ବାଚନ ମଣ୍ଡଳୀରେ ଦାୟିତ୍ୱ ଦିଆଯିବ । ଦ୍ୱିତୀୟରେ ଦଳର ଚିହ୍ନ "କାର" କୁ ନେଇ ସବୁ ଗାଁକୁ ଯାଇ ପ୍ରଚାର କରାଯିବ ।

BRS ପାଇଁ ବରିଷ୍ଠ ନେତା ବିଜୟ ମହାପାତ୍ର, ଦିଲୀପ ରାୟ, ବିଜେଡ଼ିର ଦେବାଶିଷ ନାୟକ, ପୂର୍ବତନ ସାଂସଦ ତଥାଗତ ଶତପଥୀ ଓ କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କ ନାଁ ଚର୍ଚ୍ଚା ଜୋର୍ ଧରିଛି । ତେବେ ଆଉ କିଛି ଦିନ ପରେ ଚିତ୍ର ସ୍ପଷ୍ଟ ହେବ । ସେପଟେ ରାଜ୍ୟର ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ କିନ୍ତୁ BRSର ଷ୍ଟ୍ରାଟେଜିକୁ ଆଦୌ ହଜମ କରିପାରୁନାହାନ୍ତି । 

ସାଧାରଣ ନିର୍ବାଚନ ପୂର୍ବରୁ ନୂଆ ରାଜନୈତିକ ଦଳ ଗୁଡ଼ିକର ସକ୍ରିୟତା କିଛି ନୂଆ ନୁହେଁ । କିନ୍ତୁ ଭୋଟର୍ କାହା ଉପରେ କେତେ ଭରସା ଦେଖାଉଛନ୍ତି ତାହା 
ହିଁ ସବୁ କିଛି ନିର୍ଧାରଣ କରିବ ।