Advertisment

Disputes Rise In BJD: ନବୀନ ନିବାସରେ ବଡ଼ ହଲଚଲ୍; ସିନିୟରଙ୍କୁ ମାନୁନାହାନ୍ତି ଜୁନିୟର, ଚାଲିଛି ସମାନ୍ତରାଳ ସଂଗଠନ!

ବିଜେଡିରେ ଏବେ ଦ୍ବିତୀୟ ଓ ତୃତୀୟ ପିଢ଼ି ଭିତରେ ବିବାଦ! ସିନିୟରଙ୍କୁ ମାନୁନାହାନ୍ତି ଜୁନିୟର! ଚାଲିଛି ସମାନ୍ତରାଳ ସଂଗଠନ! ନବୀନ ନିବାସରେ ବଡ଼ ହଲଚଲ୍। ରାଜ୍ୟ କମିଟି ଗଠନ ପୂର୍ବରୁ ତୀବ୍ର ହେଲା ଗୋଷ୍ଠୀ କନ୍ଦଳ।

ଅଦ୍ୟତନ ହୋଇଛି
undefined

Disputes Rise In BJD

Advertisment

ବିଜେଡିରେ ଥମିବାର ନାଁ ନେଉନି ଗୋଷ୍ଠୀ କନ୍ଦଳ। ପରାଜୟ ପରେ ଅସନ୍ତୋଷ ତେଜିବାରୁ ନବୀନ ରାଜ୍ୟସ୍ତରୀୟ କମିଟି ଭାଙ୍ଗିଲେ। ପାଣ୍ଡିଆନ, ବବିଙ୍କୁ ଦୂରରେ ରଖି କୋର୍ଡିନେସନ କମିଟି କଲେ। ହେଲେ ଏବେ କମିଟିଗୁଡ଼ିକର ମୁଖ୍ୟ ଦେବୀ, ସଞ୍ଜୟ ଓ ଅତନୁଙ୍କୁ ନେଇ ତେଜୁଛି ବିବାଦ। ବିରୋଧ କରୁଛନ୍ତି କିଛି ପୂର୍ବତନ ଆଉ ଏବେର ଯୁବ ବିଧାୟକ। ନିକଟରେ ଗୋପାଳପୁରରେ ଏହି ନେତାମାନେ ମେଳି କରିଥିଲେ, ଆଉ ଗତକାଲି ନବୀନ ନିବାସରେ ବି ଫେରାଦ ହୋଇଛନ୍ତି। 

Advertisment

ବିଜେଡିରେ ଏବେ ଦ୍ବିତୀୟ ଓ ତୃତୀୟ ପିଢ଼ି ଭିତରେ ବିବାଦ! ସିନିୟରଙ୍କୁ ମାନୁନାହାନ୍ତି ଜୁନିୟର! ଚାଲିଛି ସମାନ୍ତରାଳ ସଂଗଠନ! ନବୀନ ନିବାସରେ ବଡ଼ ହଲଚଲ୍। ରାଜ୍ୟ କମିଟି ଗଠନ ପୂର୍ବରୁ ତୀବ୍ର ହେଲା ଗୋଷ୍ଠୀ କନ୍ଦଳ। ପ୍ରଣବ ପ୍ରକାଶ, ସଞ୍ଜୟ, ଅତନୁ, ଦେବୀ ମିଶ୍ରଙ୍କ ଭଳି ନେତାଙ୍କୁ ଦଳ ଭିତରୁ ବିରୋଧ ସୂଚନା। ନବୀନଙ୍କୁ ଭେଟି ଅଭିଯୋଗ ଜଣାଇଲେ ଯୁବ ନେତା। କିଛି ଦିନ ତଳେ ପୂର୍ବତନ ବିଧାୟକମାନଙ୍କ ପୁଅଙ୍କ ମେଳି ନଜରକୁ ଆସିଥିଲା। ସମ୍ବିତ ରାଉତରାୟ, ରୁଦ୍ର ମହାରଥୀ, ବିଷ୍ଣୁବ୍ରତ ରାଉତରାୟ, ଚନ୍ଦ୍ରସାରଥି ବେହେରା, ଅଂଶୁମାନ ମହାନ୍ତି, ପ୍ରଣବ ବଳବନ୍ତରାୟ ପ୍ରମୁଖ ଭୁବନେଶ୍ବରରେ ମେଳି କରି ଯୁବ ପିଢିକୁ ଦାୟିତ୍ବ ଦେବାକୁ ବାର୍ତ୍ତା ଦେଇଥିଲେ। ଏବେ ମେଳି କରିଥିବା ନେତାଙ୍କ ସହ ସାମିଲ ହୋଇଛନ୍ତି ଆଉ କିଛି ଯୁବ ବିଧାୟକ ଓ ନେତା। ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ, କଟକ ଚୌଦ୍ବାର ବିଧାୟକ ସୌଭିକ ବିଶ୍ବାଳ, ପୂର୍ବତନ ବିଧାୟକ ପୁଷ୍ପେନ୍ଦ୍ର ସିଂଦେଓ, ରାଜେନ୍ଦ୍ର ସାହୁ ପ୍ରମୁଖ ଦଳ ପରିଚାଳନା ଦାୟିତ୍ବରେ ଥିବା ନେତାଙ୍କୁ ବିରୋଧ ଆରମ୍ଭ କଲେଣି। ଏସବୁ ନେତାମାନେ ଗତ ୩ ତାରିଖରେ ଗୋପାଳପୁରରେ ଏକାଠି ହୋଇଥିଲେ। ଯେଉଁଥିରେ 24 ବିପର୍ଯ୍ୟୟ କାରଣ ସାଜିଥିବା ନେତାଙ୍କୁ ବିରୋଧ ପାଇଁ ନିଷ୍ପତ୍ତି ହୋଇଛି। ଆଉ ଗତକାଲି ସନ୍ଧ୍ୟାରେ ଏସବୁ ନେତା ନବୀନ ନିବାସ ରେ ପହଞ୍ଚି ନିଷ୍ପତ୍ତି ବାବଦରେ ନବୀନଙ୍କୁ ଅବଗତ କରିଛନ୍ତି। ଯାହାକୁ ନେଇ ବଢିଛି ଚର୍ଚ୍ଚା। 

ଅଧିକ ପଢ଼ନ୍ତୁ: କଟକ ବିଜେଡିକୁ ଡେଇଁଲା ଅନ୍ତଃକନ୍ଦଳ ! ଦଳରେ କିଏ ରାବଣ ଓ କଂସ, ବଢ଼ିଲା ଚର୍ଚ୍ଚା

Advertisment

ଦରଦାମ ବୃଦ୍ଧି ପ୍ରତିବାଦରେ ଆସନ୍ତାକାଲି ଲୋକସେବା ଭବନ ଆଗରେ ବଡ଼ ଆନ୍ଦୋଳନ ଡାକରା ଦେଇଛି ବିଜେଡି। ପାଖ ଜିଲ୍ଲା କଟକରୁ ନେତା, ବିଧାୟକ ଓ କର୍ମୀ ଯେପରି ଅଧିକ ଆସିବେ ସେନେଇ ସମନ୍ବୟ କମିଟି ଅଧକ୍ଷ ଦେବୀ ମିଶ୍ର, ସଞ୍ଜୟ ଦାସବର୍ମା, ଅରୁଣ ସାହୁ କଟକରେ ଗତ ଶୁକ୍ରବାର ଏକ ବୈଠକ ଡାକିଥିଲେ। ମାତ୍ର ଏହି ବୈଠକରେ କେବଳ ସାଂସଦ ଦେବାଶିଷ ସାମନ୍ତରାୟ ଓ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରାଙ୍କୁ ଛାଡିଦେଲେ ଅନ୍ୟ କେହି ଯାଇ ନଥିଲେ। ଯେଉଁଥିରୁ ସ୍ପଷ୍ଟ ଯେ, ନବୀନ ଯେଉଁ ନେତାମାନଙ୍କୁ ପାର୍ଟି ପରିଚାଳନା ଦାୟିତ୍ବ ଦେଇଛନ୍ତି ସେମାନଙ୍କୁ ଆଉ ଗ୍ରହଣ କରିବା ମୁଡ୍‌ରେ ନାହାନ୍ତି ଯୁବ ନେତା। ଅନ୍ୟପଟେ ବିଜେଡିରେ କୌଣସି ବଡ଼ ଗୋଷ୍ଠୀ କନ୍ଦଳ ନଥିବା କହିଛନ୍ତି ବିଜେଡି ନେତା ପ୍ରଶାନ୍ତ ମୁଦୁଲି। 

24 ନିର୍ବାଚନ ପରାଜୟ ପରେ ଆଗଧାଡ଼ିର ନେତାଙ୍କୁ ଦଳ ଭିତରୁ ବିରୋଧ ଦେଖାଦେଇଥିଲା।ଯାହା ଧିରେ ଧିରେ ତୀବ୍ର ରୂପ ଧାରଣ କଲାଣି। ଦେଖିବାର କଥା ହେଉଛି ନବୀନ, ବିରୋଧ ହେଉଥିବା ସିନିୟର ନେତାଙ୍କୁ ନେଇ କିପରି ସମାଧାନର ସୂତ୍ର ବାହାର କରୁଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀଙ୍କ ନିଶାନା, 'ଯାଜପୁରରେ ରାଜନୈତିକ ରାବଣଙ୍କ ସହ ପରିବାରବାଦର ମଧ୍ୟ ଅନ୍ତ'

Naveen Patnaik BJD Politics BJD Leaders
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ