Advertisment

ଧାମନଗର ଉପନିର୍ବାଚନ: ଗଣ୍ତାଗଣ୍ତା ଟଙ୍କା ବଣ୍ଟା ଭିଡିଓ ଭାଇରାଲ, କେବେ ହେବ କାର୍ଯ୍ୟାନୁଷ୍ଠାନ?

ଭୋଟ୍ ପାଇଁ ଖୋଲାଖୋଲି ନୋଟ୍ ବଣ୍ଟା । ବିଜେଡିକୁ ସମର୍ଥନ କରିବା ଲାଗି ଗୋଟିଏ ଗୋଟିଏ SHG ପିଛା ଦିଆଯାଉଛି ୪ ହଜାର ଟଙ୍କା । ଏଭଳି ଅଭିଯୋଗ ଭିତରେ ବମକୁରା ପଂଚାୟତର ଘାଟସାହିରୁ ନୂଆ ଭିଡିଓ ଆସିଛି ।

ଅଦ୍ୟତନ ହୋଇଛି
undefined

BJD

Advertisment

ଭୋଟ୍ ବେଳେ ନୋଟ୍ ବଣ୍ଟା ଅଭିଯୋଗ ତ ସବୁ ନିର୍ବାଚନ ସମୟରେ ହୁଏ। ତେବେ ଏଥର ଧାମନଗରରେ ଯାହା ହେଉଛି ତାହା ପୂର୍ବରୁ କେବେ ଘଟିନଥିଲା । ସରକାରୀ ଦଳକୁ ସମର୍ଥନ କରିବା ଲାଗି ନା କେବଳ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ବ୍ୟବହାର କରାଯାଉଛି, ବରଂ ସେମାନଙ୍କ ଦ୍ୱାରା ଖୋଲାଖୋଲି ଟଙ୍କା ବଣ୍ଟା ଯାଉଛି । ଯାହାର ପୁଳା ପୁଳା ଭାଇରାଲ୍ ଭିଡିଓ ମୋବାଇଲ୍‌ରୁ ମୋବାଇଲ୍‌କୁ ଘୁରି ବୁଲୁଛି। ନାରୀସଶକ୍ତୀକରଣ ନାଁରେ ଗଢ଼ାଯାଇଥିବା SHG ଗୁଡ଼ିକୁ ଏକ ରାଜନୈତିକ ଅସ୍ତ୍ର ଭାବେ ବ୍ୟବହାର କରାଯାଉଥିବା ଅଭିଯୋଗ ହେଉଛି। ଟଙ୍କା ବଣ୍ଟା ପ୍ରସଙ୍ଗକୁ ନେଇ ଭଦ୍ରକ ଏସ୍‌ପି ଅଫିସ ଆଗରେ ଆଜି ବିଜେପି ଧାରଣା ଦେଇଥିବା ବେଳେ ସିଇଓଙ୍କ ନିକଟରେ ପରସ୍ପର ବିରୋଧରେ ଫେରାଦ ହୋଇଛନ୍ତି ଉଭୟ ବିଜେପିବିଜେଡି

Advertisment

ଅଧିକ ପଢ଼ନ୍ତୁ: ଧାମନଗର ଉପନିର୍ବାଚନ: ଫୋକସରେ SHG ମହିଳା, ବୁଲି ବୁଲି BJD ପାଇଁ ବାଣ୍ଟୁଛନ୍ତି ଟଙ୍କା !

ଭୋଟ୍ ପାଇଁ ଖୋଲାଖୋଲି ନୋଟ୍ ବଣ୍ଟା। ବିଜେଡିକୁ ସମର୍ଥନ କରିବା ଲାଗି ଗୋଟିଏ ଗୋଟିଏ SHG ପିଛା ଦିଆଯାଉଛି ୪ ହଜାର ଟଙ୍କା। ଏଭଳି ଅଭିଯୋଗ ଭିତରେ ବମକୁରା ପଂଚାୟତର ଘାଟସାହିରୁ ନୂଆ ଭିଡିଓ ଆସିଛି। ଭୋଟ୍ ପୂର୍ବରୁ ଗାଁରେ ଟଙ୍କା ବଣ୍ଟା ଯାଉଥିବାର ଭିଡିଓ ଭାଇରାଲ ହୋଇଛି। ଗୋଟିଏ କି ଦୁଇଟି ନୁହେଁ ପୁରା ଧାମନଗର ନିର୍ବାଚନ ମଣ୍ଡଳୀର ଅଧିଂକାଶ ପଂଚାୟତରୁ ଏଭଳି ଗଣ୍ଡାଗଣ୍ଡା ଭିଡିଓ ସାମ୍ନାକୁ ଆସୁଛି।

Advertisment

ପ୍ରଚାର ଆରମ୍ଭରୁ ଆଜି ଯାଏଁ ନିତି ଧରାପଡୁଛି SHG ଙ୍କ ଟଙ୍କା ବଣ୍ଟା । ଖଡ଼ିପଦା ପଂଚୟାତରେ ଏସ୍ଏଚ୍‌ଜି ମାନଙ୍କୁ ଦିଆଯାଇଥିବାର ଟଙ୍କା ବଣ୍ଟାର ଚିତ୍ର ଗତକାଲି ଦେଖିବାକୁ ମିଳିଥିଲା । ଯାହାକୁ ନେଇ ସୃଷ୍ଟି ହୋଇଥିଲା ହଇଚଇ । ଖାଲି ସେତିକି ନୁହେଁ, ସରପଞ୍ଚମାନେ ବି ଟଙ୍କା ବାଣ୍ଟୁଥିବାର ଭିଡିଓ ସାମ୍ନାକୁ ଆସିଥିଲା । ଏପରିକି ଲୋକେ ପୋଲିସକୁ ଅଟକ ରଖିଥିଲେ ।

ଏସବୁ ଘଟଣାକୁ ନେଇ ଖଡ୍ଗହସ୍ତ ବିଜେପି । ଭଦ୍ରକ ଏସ୍‌ପି ଅଫିସ୍ ଆଗରେ ବିଜେପି ରାଜ୍ୟ ସଭାପତି ଧାରଣା ଦେଇଥିବା ବେଳେ ବିଭିନ୍ନ ଅଭିଯୋଗ ନେଇ ସିଇଓଙ୍କୁ ଫେରାଦ ହୋଇଛି ଦଳ । ବିଜେପି ଅଭିଯୋଗ କରିଛି ଯେ, ପୋଲିସ୍ ସହାୟତାରେ ଶାସକ ଦଳ ଟଙ୍କା ବାଣ୍ଟିବା ସହିତ ଗୁଣ୍ଡାଗର୍ଦ୍ଦି କରୁଛି । ସେପଟେ ବିଜେପି ନାଁରେ ପାଲଟା ଅଭିଯୋଗ ଆଣି ବିଜେଡି ଆଜି ସିଇଓଙ୍କୁ ଭେଟିଛି । ତେଣେ ଟଙ୍କା ବଣ୍ଟା ଅଭିଯୋଗକୁ ନେଇ କଂଗ୍ରେସ୍ ବି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ପହଞ୍ଚିଛି ।

Advertisment

ଭୋଟ୍ ତାରିଖ ଯେତିକି ପାଖଉଛି ଟଙ୍କା ବଣ୍ଟା ଅଭିଯୋଗ ସଂଖ୍ୟା ସେତିକି ବଢୁଛି । ପ୍ରତି ସ୍ୱୟଂ ସହାୟକ ଗୋଷ୍ଠୀ ପିଛା ୪ ହଜାର ଟଙ୍କା ଲେଖାଏଁ ବଣ୍ଟା ଯାଉଛି ।ଆଉ ସେଥିରେ ବି ଦଳୀୟ ସମର୍ଥନ । ଭିତ୍ତିରେ ପାତରଅନ୍ତର କରାଯାଉଥିବା ମଧ୍ୟ ଅଭିଯୋଗ ହେଉଛି । ଦହିପୁର ପଞ୍ଚାୟତର ମାଆ ସନ୍ତୋଷୀ ଗ୍ରୁପ୍ ଓ ମାଆ ସରସ୍ୱତୀ ଗ୍ରୁପ୍  ଉଭୟ ଗୋଷ୍ଠୀର ସଦସ୍ୟାମାନଙ୍କୁ ଟଙ୍କା ନେବା ପାଇଁ ଡକାଗଲା, ଆଉ ଜଣକା ୫୦୦ ଟଙ୍କା ଲେଖାଏଁ ଦିଆଯାଇ ଶପଥ ନେବାକୁ କୁହାଯାଉଛି ।

ତେବେ ଯେଉଁ ସଦସ୍ୟାମାନେ ବିଜେପିକୁ ସମର୍ଥନ କରୁଛନ୍ତି, ସେମାନଙ୍କୁ ଟଙ୍କା ମିଳିନଥିବା ଜଣାପଡ଼ିଛି । ଯାହାକୁ ନେଇ ବିଭିନ୍ନ SHG ମଧ୍ୟରେ ଗଣ୍ଡଗୋଳ ସୃଷ୍ଟି ହେଉଛି । ତେବେ ଏସବୁ ଅଭିଯୋଗକୁ ଖଣ୍ଡନ କରିଛି ବିଜେଡି ।

ଏହା ପୂର୍ବରୁ ବି ବିଭିନ୍ନ ନିର୍ବାଚନରେ SHGଙ୍କୁ ଟଙ୍କା ବଣ୍ଟା କାମରେ ବିଜେଡି ନିୟୋଜିତ କରୁଥିବା ଅଭିଯୋଗ ହେଉଥିଲା । ହେଲେ ଧାମନଗର ଉପନିର୍ବାଚନରେ ସତେ ଯେମିତି ଏହା ଦାଣ୍ଡରେ ପଡ଼ି ହାଟରେ ଗଡୁଛି । ଯାହାକି ନାରୀ ସଶକ୍ତୀକରଣ ନାଁରେ ଗଢ଼ା ଯାଇଥିବା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କର ଭୂମିକାକୁ ବଡ଼ ବିବାଦ ଭିତରକୁ ଟାଣିଆଣିଛି ।

BJD Dhamnagar Bypoll
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ