/odishatv-khabar/media/post_attachments/uploadimage/library/16_9/16_9_0/IMAGE_1675422458.jpg)
Congress MLA Tara Bahinipati
କୋରାପୁଟ ଜୟପୁର ସ୍ଥିତ ବିକ୍ରମଦେବ କଲେଜର ପ୍ଲାଟିନମ ଜୁବଲି ଓ ବିଶ୍ୱବିଦ୍ୟାଳୟ ଘୋଷଣା ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଙ୍କ ଭୁରିଭୁରି ପ୍ରଶଂସା ଓ ଜିନ୍ଦାବାଦ ଏବେ ବିଭିନ୍ନ ମହଲରେ ଚର୍ଚ୍ଚାର ବିଷୟ ହୋଇଛି।
କେବଳ ମଖ୍ୟମନ୍ତ୍ରୀ ନୁହଁନ୍ତି ବିଜେଡି ର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଓ ଫାଇଭ୍ ଟି ସଚିବ ଭି.କେ. ପାଣ୍ଡିଆନଙ୍କୁ ମଧ୍ୟ ଜୋରଦାର ପ୍ରଶଂସା କରିଛନ୍ତି ତାରା।
ସେ କହିଛନ୍ତି ଯେ ଆମର ସୌଭାଗ୍ୟ ଏଠାକୁ ମୁଖ୍ୟମନ୍ତ୍ରୀ ଆସିଛନ୍ତି, ଆଉ ଇତିହାସ ସୃଷ୍ଟି କରିଛନ୍ତି। ମୁଁ 5T ସଚିବ ପାଣ୍ଡିଆନ ସାରଙ୍କୁ ଧନ୍ୟବାଦ ଦେଉଛି। ବିକ୍ରମଦେବ କଲେଜରେ ୟୁନିଭରସିଟି ହୋଇଛି କିନ୍ତୁ ଅଡିଟୋରିୟମ ନାହିଁ। ଅଡିଟୋରିୟମ ନିର୍ମାଣ ପାଇଁ ସେ ଅନୁରୋଧ କରିଛନ୍ତି।
ଦେଖନ୍ତୁ ଭିଡିଓ | ଭାଲୁ ଭାଇନାଙ୍କ ଯୋଗ... ଢୁଳେଇଲେ, ଜିଭ କାଢିଲେ
ଜୟପୁର ସଭାରେ ନବୀନଙ୍କ ଖୋଲା ଜୟଜୟକାର କଲେ କଂଗ୍ରେସ ନେତା ତଥା ବିଧାୟକ ତାରା ବାହିନୀପତି । ଜୟ ନବୀନ, ନବୀନ ପଟ୍ଟନାୟକ ଜିନ୍ଦାବାଦ ନାରା ଲଗାଇଲେ ତାରା ।#TaraBahinipati#Congresspic.twitter.com/TqPDaPYKW1
— ଓଟିଭି (@otvkhabar) February 3, 2023
କୋରାପୁଟ ରେ ପର୍ଯ୍ୟଟନର ବିକାଶକୁ ଅଧିକ କରିବା ପାଇଁ ସେ ନିବେଦନ କରିଛନ୍ତି। ବିଶେଷକରି ଗୁପ୍ତେଶ୍ୱର ମନ୍ଦିରର ନବୀକରଣ ପାଇଁ ସେ ନବୀନଙ୍କୁ ନିବେଦନ କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)