/odishatv-khabar/media/post_attachments/uploadimage/library/16_9/16_9_0/PM_MODI_1682584094.jpg)
PM MODI
କର୍ଣ୍ଣାଟକ ବିଧାନସଭା ନିର୍ବାଚନ ୨୦୨୩ ପାଇଁ ଜୋରସୋରରେ ଚାଲିଛି ପ୍ରଚାର ଅଭିଯାନ । ବିଜେପି ଓ କଂଗ୍ରେସ ତୃଣମୂଳ ସ୍ତରରେ ଯାଇ ଲୋକଙ୍କ ନିକଟତର ହେବା ପାଇଁ ଆପ୍ରାଣ ଉଦ୍ୟମ ଚଳାଇଛନ୍ତି । ଏହିକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କର୍ଣ୍ଣାଟକ ବିଜେପି କର୍ମୀଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗାଯୋଗ କରିଛନ୍ତି । ଏହି ସମୟରେ ପ୍ରଧାନମନ୍ତ୍ରୀ କର୍ମୀଙ୍କୁ ବିଜୟ ମନ୍ତ୍ର ମଧ୍ୟ ଦେଇଛନ୍ତି । ସବୁ ଘରେ ଘଣ୍ଟାଏ ଘଣ୍ଟାଏ ସମୟ ବିତାଇବା ସହ ଘରକୁ ଘର ଯାଇ ଡବଲ୍ ଇଞ୍ଜିନ୍ ସରକାରର ଗୁରୁତ୍ୱ ସମ୍ପର୍କରେ ବୁଝାଇବା ପାଇଁ ପରାମର୍ଶ ଦେଇଛନ୍ତି ।
ତେବେ ବୁଥ୍କର୍ମୀମାନଙ୍କ ସହିତ କଥାବାର୍ତ୍ତା କରିବା ବେଳେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି । କଂଗ୍ରେସର ମାଗଣା ସଂସ୍କୃତି ସମ୍ପର୍କରେ ଏକ ପ୍ରଶ୍ନର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ମୁଁ ଏବେ ଖୁବ୍ ଖୁସି । କାରଣ ଦକ୍ଷିଣ ଭାରତରେ ମଧ୍ୟ ରେବଡିର ଅର୍ଥ ବୁଝିଲେଣି ଲୋକେ । ଜନତାଙ୍କ ବିକାଶରେ ଆଗ୍ରହ ରଖୁନଥିବା ରାଜନୈତିକ ଦଳ ଏହି ମାଗଣା ସଂସ୍କୃତି ଆରମ୍ଭ କରିଛନ୍ତି ।
ଅଧିକ ପଢ଼ନ୍ତୁ: କର୍ଣ୍ଣାଟକର ଚର୍ଚ୍ଚିତ ଚେହେରା ମଲ୍ଲିକାର୍ଜୁନ୍ ଖଡ଼ଗେ.. ଜାଣନ୍ତୁ ତାଙ୍କ ୫୦ ବର୍ଷର ରାଜନୈତିକ କ୍ୟାରିଅର
ହେଲେ ଏପରି ସରକାର ବେଶୀ ଦିନ ତିଷ୍ଠିପାରେ ନାହିଁ । ଆଜି ଓ ଆସନ୍ତାକାଲିର କଥା ଚିନ୍ତା କରି ସରକାର ଚାଲେ ନାହିଁ । ଆଗାମୀ ପିଢ଼ିଙ୍କ କଥା ଚିନ୍ତା କରେ । ମାରୁତି କାର ଚକ ନେଇ ଟ୍ରାକ୍ଟରରେ ଲଗାଇବେ, ତାହା ଚାଲିବ କି ? ତେଣୁ ଡବଲ-ଇଞ୍ଜିନ ସରକାର ଭଳି ବ୍ୟବସ୍ଥା ହିଁ ବିକାଶକୁ ତ୍ୱରାନ୍ୱିତ କରିପାରିବ । ଜନସାଧାରଣଙ୍କୁ ଛୋଟ ଛୋଟ ଉଦାହରଣ ଦେଇ ବୁଝାଇବାକୁ ପଡ଼ିବ । ଦୀର୍ଘ ଭାଷଣ ଦେବାର କୌଣସି ଆବଶ୍ୟକତା ନାହିଁ ।
ହିମାଚଳ ପ୍ରଦେଶର ଜନସାଧାରଣ ସେମାନଙ୍କର ନିର୍ବାଚନ ଗ୍ୟାରେଣ୍ଟିକୁ ଅପେକ୍ଷା କରିଛନ୍ତି । ୪ ବର୍ଷ ପରେ ଏବେ ରାଜସ୍ଥାନବାସୀ ପ୍ରତିବାଦ ଆରମ୍ଭ କରିଛନ୍ତି । କଂଗ୍ରେସ ଏହି ରାଜ୍ୟଗୁଡ଼ିକରେ ଆଉ କୌଣସି ଗ୍ୟାରେଣ୍ଟି ଦେଇପାରିବ ନାହିଁ । କଂଗ୍ରେସର ଅର୍ଥ ହେଉଛି ମିଛ, ଦୁର୍ନୀତି ଓ ଭ୍ରଷ୍ଟାଚାରର ଗ୍ୟାରେଣ୍ଟି । କଂଗ୍ରେସ କି ଗ୍ୟାରେଣ୍ଟି ଦେଇ ପାରିବ? ତା’ର ‘ୱାରେଣ୍ଟି’ ଶେଷ ହୋଇଯାଇଛି।
"हमारा एजेंडा देश को विकसित बनाना है, कर्नाटक में लोकतंत्र का उत्सव चल रहा है.."- प्रधानमंत्री @narendramodi#KarnatakaElection2023#KarnatakaElection#PMModi#NarendraModipic.twitter.com/R9WecuNahU
— India TV (@indiatvnews) April 27, 2023
ସୂଚନାଯୋଗ୍ୟ ୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭା ପାଇଁ ଆସନ୍ତା ମେ’ ୧୦ ତାରିଖରେ ଭୋଟ୍ ଗ୍ରହଣ ହେବ । ମେ ୧୩ ତାରିଖରେ ଫଳାଫଳ ଆସିବ । ତେବେ ଇତିମଧ୍ୟରେ ବିଜେପିର ତାରକା ପ୍ରଚାରକ ତାଲିକାରେ ବିଭିନ୍ନ ରାଜ୍ୟର ମୋଟ ୪୦ ବିଜେପି ନେତାଙ୍କ ନାମ ଅଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ସଭାପତି ଜେପି ନଡ୍ଡା ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କର୍ଣ୍ଣାଟକରେ ବିଜେପିର ପ୍ରମୁଖ ତାରକା ପ୍ରଚାରକ ହୋଇଥିବାବେଳେ ନଡ୍ଡା ଓ ଶାହା ନିର୍ବାଚନ ପ୍ରଚାର ଆରମ୍ଭ କରିଦେଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)