• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ । ନିର୍ବାଚନ କମିଶନଙ୍କ ପକ୍ଷରୁ ଆଜି ତାରିଖ ଘୋଷଣା କରାଯାଇଛି । ମେ’ ୧୦ ତରିଖରେ ହେବ କର୍ଣ୍ଣାଟକ ସାଧାରଣ ନିର୍ବାଚନ । ନୂଆଦିଲ୍ଲୀର ବିଜ୍ଞାନ ଭବନରେ ନିର୍ବାଚନ କମିଶନ ପକ୍ଷରୁ ଏନେଇ ଘୋଷଣା କରାଯାଇଛି । ୨୨୪ଟି ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭାରେ ଏବେ ବିଜେପି ର ୧୧୯ ଜଣ ବିଧାୟକ ରହିଛନ୍ତି ।

ଅନ୍ୟପକ୍ଷରେ କଂଗ୍ରେସର ୭୫ଜଣ ବିଧାୟକ ଓ ଜେଡିଏସର ୨୮ଜଣ ବିଧାୟକ ରହିଛନ୍ତି । କର୍ଣ୍ଣାଟକରେ ଏବେ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇଙ୍କ ନେତୃତ୍ୱରେ ବିଜେପି କ୍ଷମତାରେ ରହିଛି ।

ସେହିପରି ଜେଡିଏସ୍ ର ୩୦ ବିଧାୟକ ରହିଛନ୍ତି । ଶାସନକାଳ ସମୟରେ ବିଜେପି ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ କରିଥିଲା । ୨୦୨୧ରେ ବିଏସ୍ ୟେଦିୟୁରପ୍ପାଙ୍କ
ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପରେ ଜୁଲାଇ ୨୦୨୧ରେ ବାସବରାଜ ବୋମାଇ ମୁଖ୍ୟମନ୍ତ୍ରୀ ହୋଇଥିଲେ । ସେପଟେ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ନେତୃତ୍ୱରେ ନିର୍ବାଚନକୁ ଓହ୍ଲାଇବ କଂଗ୍ରେସ ଦଳ । କଂଗ୍ରେସ ନିର୍ବାଚନ ଲାଗି ୧୨୪ ଜଣିଆ ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛି । ଏସବୁ ମଧ୍ୟରେ ଜେଡିଏସର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିପାରେ । ଜେଡିଏସ୍ କିଂଗ ମେକର ଭାବେ ଉଭା ହୋଇପାରେ । ଜେଡିଏସ୍‌ର ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ. ଡି. କୁମାରସ୍ୱାମୀ କଂଗ୍ରେସ ଓ ବିଜେପି ଠାରୁ ସମଦୂରତ୍ୱ ରଖି ଚାଲିଛନ୍ତି ।

ଅନ୍ୟପଟେ କର୍ଣ୍ଣାଟକ ସହ ମେ’ ୧୦ରେ ଓଡ଼ିଶାର ଝାରସୁଗୁଡ଼ାରେ ହେବ ଉପନିର୍ବାଚନ । ନବ ଦାସଙ୍କ ମୃତ୍ୟୁ ପରେ ଖାଲି ପଡ଼ିଥିଲା ସିଟ୍ । ଏପ୍ରିଲ ୧୩ରେ ପ୍ରକାଶ ପାଇବ ବିଜ୍ଞପ୍ତି । ୨୧ରେ ଯାଞ୍ଚ, ୨୪ ପର୍ଯ୍ୟନ୍ତ ନାମାଙ୍କନ ପ୍ରତ୍ୟାହାର ପାଇଁ ସମୟ ରହିଛି । ମେ’ ୧୦ରେ ଭୋଟ ଗ୍ରହଣ ଥିବା ବେଳେ ମେ’ ୧୩ରେ ଭୋଟ ଗଣତି ହେବ ।