Advertisment

ଧାମନଗରର ବିଧାୟକ ଭାବେ ଶପଥ ନେଲେ ସୂର୍ଯ୍ୟବଂଶୀ ସୂରଜ

ଧାମନଗରର ବିଧାୟକ ଭାବେ ସୂର୍ଯ୍ୟବଂଶୀ ସୂରଜ ଶପଥ ନେଇଛନ୍ତି। ବିଧାନସଭାରେ ବାଚସ୍ପତି ବିକ୍ରମ ଆରୁଖ ଆଜି ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ।

ଅଦ୍ୟତନ ହୋଇଛି
Suryabanshi Suraj

BJP’s Suryabanshi Suraj takes oath as MLA of Dhamnagar

Advertisment

ଧାମନଗରର ବିଧାୟକ ଭାବେ ସୂର୍ଯ୍ୟବଂଶୀ ସୂରଜ ଶପଥ ନେଇଛନ୍ତି। ବିଧାନସଭାରେ ବାଚସ୍ପତି ବିକ୍ରମ ଆରୁଖ ଆଜି ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ଆଜିଠାରୁ ବିଧିବଦ୍ଧ ଭାବେ ସୂର୍ଯ୍ୟବଂଶୀ ସୂରଜ ବିଧାୟକ ହୋଇଛନ୍ତି।

Advertisment

ଶପଥ ଗ୍ରହଣ ପୂର୍ବରୁ ସେ ଭୁବନେଶ୍ୱର ପାର୍ଟି ଅଫିସ ଯାଇଥିଲେ। ସେଠାରେ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା।  ଏଠାରେ ସେ କହିଥିଲେ, ତାଙ୍କ ବିଜୟ ହେଉଛି ଧାମନଗରବାସୀଙ୍କ ବିଜୟ।  ଧାମନଗରବାସୀଙ୍କ ବିକାଶ ଓ ଦଳ ପାଇଁ ସେ ଗୁଣ୍ଡୁଚି ମୁଷା ଭଳି କାମ କରିବେ। ଧାମନଗର ଉପନିର୍ବାଚନ ରେ ପ୍ରାୟ ୯ ହଜାର ଭୋଟରେ ସୂର୍ଯ୍ୟବଂଶୀ ବିଜୟୀ ହୋଇଛନ୍ତି। ତାଙ୍କ ବାପା ବିଷ୍ଣୁ ସେଠୀଙ୍କ ବିୟୋଗ ପରେ ଧାମନଗର ଆସନ ଖାଲି ପଡ଼ିଥିଲା। 

ଅଧିକ ପଢ଼ନ୍ତୁ: ଏବେ ସମୟ ଆସିଛି ମୁଖ୍ୟମନ୍ତ୍ରୀ ନିଅନ୍ତୁ ଧାମନଗର ଦାୟିତ୍ୱ: ବିଧାୟକ ସୂର୍ଯ୍ୟବଂଶୀ

Advertisment

ପ୍ରଥମ ଥର ପାଇଁ ରାଜନୀତି ମଇଦାନକୁ ଓହ୍ଲାଇଥିବା ବିଷ୍ଣୁ ସେଠୀଙ୍କ ପୁଅ ବିଜେଡିକୁ କଡ଼ା ଟକ୍କର ଦେଇ ବିଜୟ ଲାଭ କରିଥିଲେ। ବିଜେଡିକୁ ପଛରେ ପକାଇ ମୋଟ୍‌ ୮୦,୩୫୧ ଭୋଟ୍‌ରେ ବିଜୟ ଲାଭ କରିଥିଲେ ସୂର୍ଯ୍ୟବଂଶୀ । 

ଧାମନଗରରେ ପଛେଇ ଯାଇଥିଲା ବିଜେଡି । ରାଜୁ ଫ୍ୟାକ୍ଟର ବିଜେଡି ପରାଜୟର ମୁଖ୍ୟ କାରଣ ବୋଲି କୁହାଯାଉଛି । ଫଳରେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କୁ ସୂର୍ଯ୍ୟବଂଶୀ ସୂରଜଙ୍କ ଠାରୁ ପରାଜୟ ସ୍ୱୀକାର କରିବାକୁ ପଡ଼ିଥିଲା । ସେହିପରି ଏଥର ନିର୍ବାଚନରେ ପ୍ରମୁଖ ପ୍ରତିଦ୍ୱନ୍ଦୀ ଥିବା ରାଜେନ୍ଦ୍ର ଦାସ ନିଜର ଦବଦବା ଜାହିର କରିବାରେ ଫେଲ୍ ମାରିଥିଲେ। ବିଜେଡିରୁ ବିଦ୍ରୋହ କରି ସ୍ୱାଧୀନ ପ୍ରାର୍ଥୀ ହୋଇଥିବା ରାଜୁ ୩ ନମ୍ବରରେ ରହିଥିଲେ ମଧ୍ୟ ସେ ହାତେଇଥିବା ଭୋଟ୍ ବିଜେଡି ଭୋଟ୍ ବିଭାଜନର କାରଣ ବୋଲି କୁହାଯାଉଛି। 

Advertisment
Dhamnagar Bypoll Suryabanshi Suraj
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ