Advertisment

BJP threat Local Parties:ଆଞ୍ଚଳିକ ଦଳ ମାନଙ୍କ ପାଇଁ ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିଛି ବିଜେପି

ବିଜେପି ଦଖଲରେ ଦିଲ୍ଲୀ, ଚିନ୍ତାରେ ବିଜେଡି। ବଢୁଥିବା ବିଜେପି ଶାସିତ ରାଜ୍ୟ ସଂଖ୍ୟାକୁ ନେଇ ଆଶଙ୍କା ପ୍ରକାଶ କଲାଣି ବିଜୁ ଜନତା ଦଳ। ଦେଶର ଆଞ୍ଚଳିକ ଦଳଗୁଡିକ ପାଇଁ ଏହା ବଡ଼ ଚାଲେଞ୍ଜ ବୋଲି ବିଜେଡି କହିଛି। ସେପଟେ କଂଗ୍ରେସ କହିଛି ଆଗକୁ ଦେଶରେ ଆଞ୍ଚଳିକ ଦଳ ଲୋପ ପାଇବେ ଆଉ ସତ୍ତାକୁ ଆସିବ କଂଗ୍ରେସ।

ଅଦ୍ୟତନ ହୋଇଛି
bjp

bjp

Advertisment

ବିଜେପି ଦଖଲରେ ଦିଲ୍ଲୀ, ଚିନ୍ତାରେ ବିଜେଡି। ବଢୁଥିବା ବିଜେପି ଶାସିତ ରାଜ୍ୟ ସଂଖ୍ୟାକୁ ନେଇ ଆଶଙ୍କା ପ୍ରକାଶ କଲାଣି ବିଜୁ ଜନତା ଦଳ। ଦେଶର ଆଞ୍ଚଳିକ ଦଳଗୁଡିକ ପାଇଁ ଏହା ବଡ଼ ଚାଲେଞ୍ଜ ବୋଲି ବିଜେଡି କହିଛି। ସେପଟେ କଂଗ୍ରେସ କହିଛି ଆଗକୁ ଦେଶରେ ଆଞ୍ଚଳିକ ଦଳ ଲୋପ ପାଇବେ ଆଉ ସତ୍ତାକୁ ଆସିବ କଂଗ୍ରେସ। ବିଜେପିର ଯୁକ୍ତି ପରିବାରବାଦ ଓ ବ୍ୟକ୍ତି କୈନ୍ଦ୍ରିକ ନୀତି ପାଇଁ ଆଞ୍ଚଳିକ ଦଳଗୁଡ଼ିକୁ ପ୍ରତ୍ୟାଖ୍ୟାନ କରୁଛନ୍ତି ଜନତା। ବିଜେଡି ଆଗକୁ ବିଲୀନ ହୋଇଯିବ।

Advertisment

ଦିଲ୍ଲୀରେ ପଦ୍ମ ଫୁଟିବା ପରେ ଚିନ୍ତାରେ ଆଞ୍ଚଳିକ ଦଳ। ଗୋଟିଏ ପରେ ଗୋଟିଏ ରାଜ୍ୟରେ ମାତ୍ ଖାଉଛନ୍ତି ରିଜିଓନାଲ୍ ପାର୍ଟି। ଅନ୍ୟପକ୍ଷରେ ବିଶ୍ବର ସର୍ବବୃହତ ଦଳ ବିଜେପି ନିଜ କାୟା ବିସ୍ତାର କରିଚାଲିଛି। ଦଶନ୍ଧି ଦଶନ୍ଧି ଧରି ସତ୍ତାରେ ଥିବା ଆଞ୍ଚଳିକ ଦଳଗୁଡିକ ଏବେ ମାଟି କାମୁଡୁଛନ୍ତି। ଓଡ଼ିଶାରେ ୨୪ ବର୍ଷ ଧରି କ୍ଷମତାରେ ଥିବା ବିଜୁ ଜନତା ଦଳ ୨୪ ନିର୍ବାଚନରେ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ସେହିପରି ମହାରାଷ୍ଟ୍ରରେ ଶିବ ସେନା ଓ ଏନ୍ସିପି ଖଣ୍ଡ ଖଣ୍ଡ ହୋଇଯାଇଛି। ଯେଉଁଥିପାଇଁ ବିଜେପି ନେତୃତ୍ବାଧୀନ ମହାୟୁତି ମହାରାଷ୍ଟ୍ରରେ ସରକାର କରିଛି। ଅନ୍ୟପକ୍ଷରେ ଆଞ୍ଚଳିକ ଶକ୍ତିରୁ ଜନ୍ମ ନେଇଥିବା ଆମ ଆଦମୀ ପାର୍ଟି ୨୫ ନିର୍ବାଚନରେ କିନ୍ତୁ ଦିଲ୍ଲୀବାସୀଙ୍କ ଭରସା ଲାଭ କରିପାରିନାହିଁ।

ଅଧିକ ପଢ଼ନ୍ତୁ: ଫେଲ ମାରିଲା ଫ୍ଲଡ ଲାଇଟ, ପ୍ୟାଭିଲିୟନକୁ ଫେରିଲେ ଉଭୟ ଦଳର ଖେଳାଳି

ଦିନ ଥିଲା ଦିଲ୍ଲୀର ୭୦ ସିଟ୍ ରୁ ଆପ୍ ୬୭ ସିଟ୍ ରେ ଜିତୁଥିବାବେଳେ ଏଥର ମାତ୍ର ୨୨ ସିଟ୍ ରେ ସୀମିତ ରହିଯାଇଛି। ଏପରିକି ପାର୍ଟି ମୁଖ୍ୟ ଖୋଦ୍ ଅରବିନ୍ଦ କେଜ୍ରିୱାଲଙ୍କୁ ପରାଜୟର ମୁହଁ ଦେଖିବାକୁ ପଡ଼ିଛି। ଦିଲ୍ଲୀ ହାଲ୍ ଦେଖି ଏଠି ବିଜୁ ଜନତା ଦଳର ଚିନ୍ତା ବି ବଢିଲାଣି। ବିଜେଡି କହିଛି, ଜାତୀୟ ଦଳର ପ୍ରାଧାନ୍ୟ ବିସ୍ତାର ଆଞ୍ଚଳିକ ଦଳଗୁଡ଼ିକ ପାଇଁ ଆହ୍ବାନ। ସେପଟେ ବିଜେପି କହିଛି ମୋଦିଙ୍କ ମ୍ୟାଜିକ୍ ସବୁଠି କାମ କରୁଛି। ବିକାଶ ଧାରାକୁ ଦେଖି ଲୋକେ ବିଜେପିକୁ ବାଛୁଛନ୍ତି, ଓଡିଶାରେ ବିଜେଡି ଆଉ ରହିବନି। ଆଉ କଂଗ୍ରେସର ମତ ହେଲା, ଦେଶରେ ଆଗକୁ ଆଞ୍ଚଳିକ ଦଳଗୁଡିକ ସତ୍ତା ହରାଇବା ସମ୍ଭାବନା ଅଧିକ, କିନ୍ତୁ କଂଗ୍ରେସ ହିଁ ଭବିଷ୍ୟତ।

Advertisment

ଏବେ ପ୍ରଶ୍ନ କାହିଁକି ଆଞ୍ଚଳିକ ଦଳରୁ ମୁହଁ ଫେରାଉଛନ୍ତି ଜନତା। ଦେଇଥିବା ପ୍ରତିଶ୍ରୁତି ରକ୍ଷା କରିପାରୁନାହାନ୍ତି ନା ନେତୃତ୍ବର ଅଭାବ ଦେଖାଦେଉଛି। ରାଜନୈତିକ ସମୀକ୍ଷକଙ୍କ ମତ ହେଲା ଜାତୀୟ ଦଳଗୁଡିକର ବିଫଳତା କାରଣରୁ ଦିନେ ଆଞ୍ଚଳିକ ଦଳମାନଙ୍କର ସୃଷ୍ଟି ହୋଇଥିଲା। ମାତ୍ର କିଛି ବର୍ଷ ପରେ ନେତୃତ୍ବ ସଂକଟ ଓ ବ୍ୟକ୍ତି କୈନ୍ଦ୍ରିକ ନୀତି ପାଇଁ ଆଞ୍ଚଳିକ ଦଳଗୁଡିକ ଲୋକଙ୍କ ବିଶ୍ବାସ ହରାଇବା ଆରମ୍ଭ କଲେଣି। ଯାହାର ସାମଗ୍ରିକ ଭାବେ ଦେଶରେ ଏବେ ପ୍ରତିଫଳିତ ହେଉଛି। ତେବେ ଆଞ୍ଚଳିକ ଦଳଗୁଡିକ ନିଜ ଭୁଲ୍ ଗୋଟି ଚାଳନା ଲାଗି ପରାଜୟର ସମ୍ମୁଖୀନ ହେଉଛନ୍ତି।

ବିଜେପି ଏକାକୀ ୧୪ଟି ରାଜ୍ୟରେ କ୍ଷମତାରେ ଥିବା ବେଳେ ଦିଲ୍ଲୀରେ ବି ସରକାର ଗଠନ କରିବାକୁ ଯାଉଛି। ସେହିପରି ୬ଟି ରାଜ୍ୟରେ ଏନ୍ଡିଏ ସରକାର ଚାଲିଛି। ବିଜେପିର ବଢୁଥିବା ଲୋକପ୍ରିୟତା ଆଉ କେଉଁ ଆଞ୍ଚଳିକ ଦଳକୁ ଭବିଷ୍ୟତରେ ଝଟକା ଦେଉଛି ତାଉପରେ ନଜର।

Advertisment

ଅଧିକ ପଢ଼ନ୍ତୁ: ଛତିଶଗଡରେ ବଡ଼ ଏନକାଉଣ୍ଟର, ୩୧ ମାଓବାଦୀ ସଫା, ୨ ଯବାନ ସହିଦ

BJD BJP AAP
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ