Advertisment

BJD Supremo Naveen Patnaik: ‘ବିଜେପି ମିଛ କଥା କହି, ମିଛ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଛି’

ଆଜି ବିଜେଡିର ପ୍ରତିଷ୍ଠା ଦିବସ ପାଳନ ଅବସରରେ ନବୀନ କହିଛନ୍ତି, ଆମେ ହାରି ନାହୁଁ, କି ଲୋକଙ୍କ ବିଶ୍ବାସ ମଧ୍ୟ ହରାଇ ନାହୁଁ । ବିଜେପି ମିଛ କଥା କହି, ମିଛ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଛି ।

ଅଦ୍ୟତନ ହୋଇଛି
BJD Supremo Naveen Patnaik

BJD Supremo Naveen Patnaik

Advertisment

ବିଧାନସଭା ନିର୍ବାଚନରେ କାହିଁକି ହାରିଲା ବିଜୁ ଜନତା ଦଳ । ତାର କାରଣ କହିଲେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ଆଜି ବିଜେଡିର ପ୍ରତିଷ୍ଠା ଦିବସ ପାଳନ ଅବସରରେ ନବୀନ କହିଛନ୍ତି, ଆମେ ହାରି ନାହୁଁ, କି ଲୋକଙ୍କ ବିଶ୍ବାସ ମଧ୍ୟ ହରାଇ ନାହୁଁ । ବିଜେପି ମିଛ କଥା କହି, ମିଛ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଛି । ଏତେ ମିଛ କହି ମଧ୍ୟ ବିଜେପି ଆମ ଠାରୁ କମ୍  ଭୋଟ୍ ପାଇଛି । 

Advertisment

ଆହୁରି କହିଛନ୍ତି, ଆମର ଭୁଲ ହେଲା ସେମାନଙ୍କ ମିଛର ଠିକ୍ କାଉଣ୍ଟର କରିପାରିଲୁନି । ଏମିତିକି ସେମାନଙ୍କ ନେଗେଟିଭ୍ କ୍ୟାମ୍ପେନର ଠିକ୍ କାଉଣ୍ଟର କରିପାରିଲୁ ନାହିଁ । ଏବ ଲୋକେ ଜାଣିଲେଣି ବିଜେପି ମିଛ କଥା କହି କ୍ଷମତା ଦଖଲ କରିଛି। ବର୍ତ୍ତମାନର ସରକାର ଲୋକଙ୍କୁ ବଡ଼ ଉପହାର ଦେଇଛନ୍ତି । ତାହା ହେଉଛି ଦରଦାମ୍ ବୃଦ୍ଧି । ଡାଲି, ଚାଉଳଠୁ ନେଇ, ତେଲ ଓ ପନିପରିବା ଦର ବୃଦ୍ଧି ପାଇଛି । ପ୍ରତି ପରିବାର ଆଜି କାନ୍ଦୁଛି। ଧାନ କିଣା ବିକା ନେଇ ଚାଷୀ କାନ୍ଦୁଛି। ମିଶନ ଶକ୍ତି ମାଆମାନେ ଦୁଃଖରେ ଅଛନ୍ତି। କିନ୍ତୁ କୁମ୍ଭକର୍ଣ୍ଣ ନିଦରେ ଶୋଇଛି ଏ ସରକାର । 

ଆଗାମୀ ଶହେ ବର୍ଷ ପର୍ଯ୍ୟନ୍ତ ବିଜୁ ଜନତା ଦଳ ଓଡ଼ିଶାବାସୀଙ୍କ ସେବା କରିଚାଲିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି BJD ସୁପ୍ରିମୋ ନବୀନ ପଟ୍ଟନାୟକ । ସେ କହିଥିଲେ ଯେ ଓଡ଼ିଶାର ସ୍ୱାର୍ଥ ସର୍ବାଗ୍ରେ। ଏକ ଦୃଢ଼ ଆଞ୍ଚଳିକ ଦଳ ଭାବରେ ଓଡ଼ିଶା ସ୍ୱାର୍ଥର ସୁରକ୍ଷା ତଥା କେନ୍ଦ୍ର ଅବିଚାର ବିରୁଦ୍ଧରେ ବିଜେଡିର ଲଢେଇ ଜାରି ରହିବ। ଆଜି ଶଙ୍ଖ ଭବନରେ ବିଜେଡିର ପ୍ରତିଷ୍ଠା ଦିବସ ପାଳନ କରାଯାଇଥିଲା। ଏହି ଅବସରରେ ନବୀନଙ୍କ ସହ ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ । 

Advertisment

ଅଧିକ ପଢ଼ନ୍ତୁ: କେମିତି ଥିଲା ୨୪ର ରାଜନୀତି: କାହିଁକି ଫେଲ୍ ମାରିଲା ବିଜେଡିର ସବୁ ରଣନୀତି

ଅନ୍ୟପଟେ ଗତକାଲି ରାଜ୍ୟ ସ୍ତରୀୟ ସୁଶାସନ ଦିବସ ପାଳନ ଅବସରରେ, ଗତ ବିଜେଡି ସରକାରକୁ ଟାଗେର୍ଟ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କହିଥିଲେ-ଆମେ ଗତ ସରକାର ଭଳି ଠକ ନୁହଁ। ସଶକ୍ତୀକରଣ ନାଁରେ ମହିଳାଙ୍କୁ ଠକିଥିଲେ, ବୋନସ୍ ଦେବେ କହି ଚାଷୀଙ୍କୁ ଠକିଥିଲେ, ଚାକିରି ଦେବା ନାଁରେ ଯୁବକଯୁବତୀଙ୍କୁ ଠକିଥିଲେ ପୂର୍ବ ସରକାର । 

Advertisment

ସେ ଆହୁରି କହିଥିଲେ ଯେ, ଗତ ୨୪ ବର୍ଷର ଶାସନ ଭିତରେ ଆମେ ବିକାଶର ଚିହ୍ନ ଦେଖିପାରିଲୁ ନାହିଁ । ୨୪ ବର୍ଷରେ ବେକାରୀ ବଢ଼ିଛି, ଅନେକ ଗାଁକୁ ବିକାଶ ଛୁଇଁନି। ପ୍ରାଥମିକ ଶିକ୍ଷା ଭୁଶୁଡ଼ି ପଡ଼ିଛି, ବହୁ ସ୍କୁଲରେ ଶିକ୍ଷକ ନାହାନ୍ତି। ୨୪ ବର୍ଷ ସରକାରରେ ଲୋକ କିଛି ଲାଭ ପାଇଲେ ନାହିଁ। ପୂର୍ବରୁ ମୁଁ ଅନେକ ଥର ଦରଖାସ୍ତ ନେଇ ଯାଇଛି। ତୃତୀୟ ମହଲାରେ ଥିବା ବାବୁମାନଙ୍କୁ ଦରଖାସ୍ତ ଦେଲେ ପଛରେ ଥିବା ଡ଼ଷ୍ଟବିନରେ ଫୋପାଡ଼ି ଦିଅନ୍ତି। ଆମ କାମ ହୋଇପାରେ ନାହିଁ। ହେଲେ ଏବେ ବ୍ୟବସ୍ଥା ବଦଳିଛି। ମୁଖ୍ୟମନ୍ତ୍ରୀ ନିଜେ ଲୋକଙ୍କ ଦୁଃଖ ବୁଝୁଛନ୍ତି। ଖୁବଶୀଘ୍ର ଓଡ଼ିଶା ଅର୍ଥନୈତିକ କ୍ଷେତ୍ରରେ ଦେଶର ଶ୍ରେଷ୍ଠ ୫ ରାଜ୍ୟ ଭିତରେ ରହିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। 

ଅପରପକ୍ଷେ ଆହୁରି କହିଛନ୍ତି ଯେ, ଆମ ସରକାର ୬ ମାସରେ ଲୋକଙ୍କ ପାଇଁ କାମ କରିଛନ୍ତି । ଶ୍ରୀମନ୍ଦିର ୪ ଦ୍ବାର ଖୋଲିଛି, ସୁଭଦ୍ରା ଯୋଜନା ଓ ଚାଷୀଙ୍କୁ ୩୧୦୦ ଟଙ୍କା ମିଳିଛି। ପୂର୍ବ ସରକାର ବେଳେ ରାଜ୍ୟରେ ଦେଢ଼ ଲକ୍ଷ ପଦବୀ ଖାଲି ପଡ଼ିଛି । ଆମେ ୨ ବର୍ଷରେ ୭୫ ହଜାର ନିଯୁକ୍ତି ଦେବୁ, ସେଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଖୁବଶୀଘ୍ର ୨୦ ହଜାର ଶିକ୍ଷକ ପଦବୀ ପୂରଣ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । 

ଅଧିକ ପଢ଼ନ୍ତୁ: ପୁଣି ରାଜନୀତିକୁ ଫେରିବେ କି ରଘୁବର ଦାସ ? ଇସ୍ତଫା ପରେ ବଢିଲା ଚର୍ଚ୍ଚା

Odisha Naveen Patnaik BJD Odisha Elections Elections
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ