Advertisment

Badri Narayan Patra Criticises Own Party Leaders: ବିଜେଡି ନେତାଙ୍କ ଦମ୍ଭୋକ୍ତିକୁ ଭାଙ୍ଗିଦେଲେ BJD ବିଧାୟକ; କହିଲେ-ନେତାଙ୍କ ମତି ବିଭ୍ରାଟ ହେଲାଣି...

ବିଜେଡି ସରକାରକୁ ଫେରିବା ବୟାନବାଜିକୁ ନେଇ ବଦ୍ରି ପାତ୍ରଙ୍କ କଟାକ୍ଷ । ଯେଉଁମାନେ କହୁଛନ୍ତି ସେମାନଙ୍କର ମତି ବିଭ୍ରାଟ ହୋଇଛି ଏବଂ ସେମାନେ ଅଧିକ ନିନ୍ଦିତ ହେଉଛନ୍ତି ବୋଲି ବଦ୍ରି ପାତ୍ର କହିଛନ୍ତି ।

ଅଦ୍ୟତନ ହୋଇଛି
BJD MLA Badri Narayan Patra Criticises Own Party Leaders

BJD MLA Badri Narayan Patra Criticises Own Party Leaders

Advertisment

ବିଜେଡି ନେତାଙ୍କ ଦମ୍ଭୋକ୍ତିକୁ ଭାଙ୍ଗିଦେଲେ ବରିଷ୍ଠ ବିଜେଡି ବିଧାୟକବଦ୍ରିନାରାୟଣ ପାତ୍ର। ଯେଉଁମାନେ କହୁଛନ୍ତି ସେମାନଙ୍କର ମତି ବିଭ୍ରାଟ ହୋଇଛି ଏବଂ ସେମାନେ ଅଧିକ ନିନ୍ଦିତ ହେଉଛନ୍ତି ବୋଲି ବଦ୍ରି ପାତ୍ର କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ୫ ବର୍ଷ ପୂର୍ବରୁ ବିଜେଡି ସରକାରକୁ ଫେରିବା ଅସମ୍ଭବ। ବିଜେପିସଂଖ୍ୟା ଗରିଷ୍ଠତାର ସହ ସରକାର କରିଛି । 

Advertisment

ଆହୁରି କହିଛନ୍ତି ଯେ, ବିଜେଡି କଂଗ୍ରେସ ସହିତ ମିଶି ସରକାର କରିବ ଏହା ଅବାସ୍ତବ କଥା। ଏଭଳି ଅବାସ୍ତବ କଥା କହିବାକୁ ସଂପୃକ୍ତ ବିଜେଡି ନେତା ପ୍ରାଧିକୃତ କି ନାହିଁ ମୁଁ ଜାଣିନି ଏବଂ ନବୀନ ବାବୁ ଏହା କହିବାକୁ କହିଛନ୍ତି ନା ନାହିଁ ସେକଥା ଜାଣିନି ବୋଲି ସେ କହିଛନ୍ତି । ବିଜେପି ସାଙ୍ଗରେ ସମଦୂରତା ରକ୍ଷା ସହ ଆମେ କଂଗ୍ରେସ ସହିତ ମଧ୍ୟ କେବେ ନଥିଲୁ । 

ଅଧିକ ପଢ଼ନ୍ତୁ: ‘ସେମାନେ ମୋତେ ମାରି ବାଇ-ଇଲେକ୍ସନ ଯୋଜନାରେ ଥିଲେ’: ହିମାଂଶୁ ସାହୁ

ଏପଟେ ପ୍ରଶ୍ନ ଉଠୁଛି, ବିଜେଡିକୁ ଛାଡ଼ୁନି କି କ୍ଷମତା ନିଶା । ନବୀନ ପଟ୍ଟନାୟଙ୍କୁ ପୁଣିଥରେ ମୁଖ୍ୟମନ୍ତ୍ରୀ କରିବାକୁ ଜଣେ ପରେ ଜଣେ ବିଜେଡି ନେତା ବୟାନ ଦେଇ କର୍ମୀଙ୍କୁ ଦେଖାଉଛନ୍ତି ରଙ୍ଗୀନ ସ୍ୱପ୍ନ । ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ, ବିଜେଡି ନେତା ମୁନା ଖାନ୍ନ ଓ ଅତନୁ ସବ୍ୟସାଚ୍ଚୀ ନାୟକଙ୍କ ପରେ ଏହି ତାଲିକାରେ ଯୋଡ଼ି ହୋଇଛନ୍ତି ପୂର୍ବତନ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ।

Advertisment

କବି ସୂର୍ଯ୍ୟନଗର କାଳିମେଘୀ ଗାଁ ନିକଟରେ ଏକ ସଭାରେ ଲତିକା କହିଛନ୍ତି, ଖୁବଶୀଘ୍ର ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ନବୀନ ପଟ୍ଟନାୟକ। ସମସ୍ତେ ଏକାଠି ହୋଇ ନବୀନଙ୍କୁ ପୁଣି ମୁଖ୍ୟମନ୍ତ୍ରୀ କରିବାକୁ ବିଜେଡି କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି ଲତିକା। ସେ କହିଛନ୍ତି, ଆଗାମୀ ଦିନରେ ପୁଣି ଥରେ ଲଢ଼େଇ ହେବ। ନବୀନ ପଟ୍ଟନାୟକଙ୍କୁ ପୁଣି ଥରେ ମୁଖ୍ୟମନ୍ତ୍ରୀ କରିବା। ଏହି ସମୟ ବହୁତ ଦୂର ନାହିଁ। ଖୁବ୍‌ କମ୍‌ ସମୟ ଭିତରେ ନବୀନ ପଟ୍ଟନାୟକ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ। ଆପଣମାନଙ୍କୂ ଯେଉଁ ସୁବିଧା ସୁଯୋଗ ଦେଇଥିଲେ, ପୁଣି ଥରେ ଫେରିଆସିବ। ଓଡ଼ିଶାବାସୀ ପୁଣି ଥରେ ହସିବେ। ସେହି ଭରସା,ବିଶ୍ୱାସ ଓ ସହଯୋଗ ଆପଣ ମାନଙ୍କର ରହିବା ଦରକାର।

ସୂଚନାଯୋଗ୍ୟ, କିଛି ଦିନ ତଳେ ନବୀନ ପଟ୍ଟନାୟକ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବା ନେଇ କର୍ମୀଙ୍କୁ ଗଣିତ ବୁଝାଇଥିଲେ ଅତନୁ ସବ୍ୟସାଚ୍ଚୀ ନାୟକ। ସେ କହିଥିଲେ, ବିଜୁ ଜନତା ଦଳ କର୍ମୀ ଓ ନେତାଙ୍କୁ ମୁଁ ଭରସା ଦେଉଛି, ନବୀନ ପଟ୍ଟନାୟକ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ। ଓଡ଼ିଶାର ଲୋକେ ନବୀନ ବାବୁଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ପ୍ରସ୍ତୁତ ହେଲେଣି ବୋଲି ଅତନୁ କହିଥିଲେ। 

Advertisment
BJD Badri Narayan Patra BJP Congress Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ