Advertisment

BJD Conflict: ବିଜେଡି ପାଲା; ଆଜି କିଏ କ'ଣ କହିଲେ...

ଦୀର୍ଘ ୨୪ ବର୍ଷ ଧରି ଓଡ଼ିଶାକୁ ଶାସନ କରିଥିବା ବିଜେଡିରେ ଦଳୀୟ ଫାଟ ଚରମ ସୀମାରେ ପହଞ୍ଚିଛି । କ୍ଷମତା ହରାଇବା ପରେ ଦଳୀୟ ନେତାଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଛି ଶୀତଳ ଯୁଦ୍ଧ । ଯାହାକି ଦଳ ପାଇଁ ଅଡୁଆ ସୃଷ୍ଟି କରିଛି । ବିଜେଡି କ୍ଷମତାରେ ଥିବା ସମୟରେ ଚୁପ୍ ରହୁଥିବା ନେତା ଏବେ ମୁହଁ ଖୋଲିବା ପରେ ବଢୁଛି ନବୀନଙ୍କ ଅଡୁଆ ।

author-image
Deviprasad Jena
ଅଦ୍ୟତନ ହୋଇଛି
BJD Conflict

BJD Conflict

ଦୀର୍ଘ ୨୪ ବର୍ଷ ଧରି ଓଡ଼ିଶାକୁ ଶାସନ କରିଥିବା ବିଜେଡିରେ ଦଳୀୟ ଫାଟ ଚରମ ସୀମାରେ ପହଞ୍ଚିଛି । କ୍ଷମତା ହରାଇବା ପରେ ଦଳୀୟ ନେତାଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଛି ଶୀତଳ ଯୁଦ୍ଧ । ଯାହାକି ଦଳ ପାଇଁ ଅଡୁଆ ସୃଷ୍ଟି କରିଛି । ବିଜେଡି କ୍ଷମତାରେ ଥିବା ସମୟରେ ଚୁପ୍ ରହୁଥିବା ନେତା ଏବେ ମୁହଁ ଖୋଲିବା ପରେ ବଢୁଛି ନବୀନଙ୍କ ଅଡୁଆ ।

Advertisment

ଦଳୀୟ ନେତାଙ୍କ ବୟାନବାଜି ଏବଂ କାଦୁଅ ଫିଙ୍ଗା ରାଜନୀତିକୁ ନେଇ ଦଳୀୟ କନ୍ଦଳ ବଢ଼ିବାରେ ଲାଗିଛି । କିନ୍ତୁ, ଏତେ ସବୁ ପରେ କ୍ଷମତାରେ ଥିବା ସମୟରେ ଫଟାଫଟ ଆକ୍ସନ ନେଉଥିବା ନବୀନ ଏବେ ଯେମିତି ନିରବଦ୍ରଷ୍ଟା ସାଜିଛନ୍ତି । ଗୋଟିଏ ପଟେ ନବୀନଙ୍କ ନୀରବତାକୁ ନେଇ ରାଜନୈତିକ କରିଡରରେ ଚର୍ଚ୍ଚା ଜାରି ରହିଥିବା ବେଳେ ଅନ୍ୟପଟେ ବିଜେଡି ନେତା ଦେଉଛନ୍ତି ନୂଆ ନୂଆ ବୟାନ ।

ଏମିତିକି ବ୍ୟକ୍ତିଗତ ଆକ୍ଷେପ ଓ ପ୍ରତିଆକ୍ଷେପ ମାଧ୍ୟମରେ ଜାରି ରହିଛି ଲଢେଇ । ତେବେ ଏସବୁ ଭିତରେ ପ୍ରଶ୍ନ ଉଠିଛି, ବାଲି ଘର ଭଳି ଭାଙ୍ଗିଯିବା କି ବିଜେଡି ? କିଛି ନେତା ପାଣ୍ଡିଆନଙ୍କ ସପକ୍ଷରେ ଯୁକ୍ତି ବାଢ଼ୁଥିବା ବେଳେ କିଛି ନେତା ପାଣ୍ଡିଆନଙ୍କ ବିରୋଧରେ ସିଧାସଳଖ ମନ୍ତବ୍ୟ ଦେଉଛନ୍ତି ।

Advertisment

ଆସନ୍ତୁ ଜାଣିବା ଆଜି କେଉଁ ନେତା କ'ଣ ବୟାନ ଦେଇଛନ୍ତି...

ଶଶି ଭୂଷଣ ବେହେରା: 'ନବୀନ ନିର୍ବିବାଦୀୟ ନେତା, ତାଙ୍କ ସାଥିରେ ଆମେ ସମସ୍ତେ ଅଛୁ । କୌଣସି ସ୍ଥିତି ଏବଂ ପରିସ୍ଥିତିରେ ତାଙ୍କୁ କୌଣସି ବାହ୍ୟ ଶକ୍ତି ଦୁର୍ବଳ କରିବାକୁ ଆସିଲେ ଆମେ ତାକୁ ବରଦାସ୍ତ କରିବୁ ନାହିଁ ।'

ଭୂପିନ୍ଦର ସିଂ: ‘ଦଳ ଭିତରେ କୌଣସି ଗୋଷ୍ଠୀ ନାହିଁ, ନବୀନ ଏକମାତ୍ର ନେତା ।କେହି ବାହାର ଲୋକ ଦଳର ନେତୃତ୍ବ ନେଇ ପାରିବେ ନାହିଁ । ଦଳ ଏହାକୁ ବରଦାସ୍ତ କରିବ ନାହିଁ ।'

ଆୟୁବ ଖାନ୍‌ : ‘ବର୍ତ୍ତମାନ ବିଜେଡିରେ ମନ୍ଥନ ଚାଲିଛି । ବିଷ ବି ବାହାରିବ, ଅମୃତ ବି ବାହାରିବ । ଯିଏ କ୍ଷତି କରିଛି ତାକୁ ବିଷ ଦିଆଯିବ, ଆମେ ଅମୃତ ପିଇବୁ । ଯିଏ ଭୁଲ ଷ୍ଟେଟମେଣ୍ଟ ପାଇଁ ବାଧ୍ୟ କରିଛନ୍ତି, କାର୍ଯ୍ୟାନୁଷ୍ଠାନ ହେଉ ।’

ଅଂଶୁମାନ ମହାନ୍ତି : ୱକ୍‌ଫ ଘଟଣାବଳୀକୁ ନେଇ ପ୍ରତିକ୍ରିୟା ରଖି ଅଂଶୁମାନ ମହାନ୍ତି କହିଛନ୍ତି, 'ଆମେ ଏନେଇ ଦଳର ସୁପ୍ରିମୋଙ୍କ ଦୃଷ୍ଟି ଆକର୍ଷଣ କରି ସାରିଛୁ । ଉପଦେଷ୍ଟା ଦେବୀ ମିଶ୍ରଙ୍କ ଜରିଆରେ ସୁପ୍ରିମୋଙ୍କୁ ଅବଗତ କରିଛୁ । ଯଦି ଡାକନ୍ତି ଆମେ ଆମର ଦାବି ସୁପ୍ରିମୋଙ୍କୁ ଜଣାଇବୁ । ଏହି ଘଟଣା ପଛରେ କିଏ, କାର୍ଯ୍ୟାନୁଷ୍ଠାନ ଦାବି କରିଛୁ । ଯଦି ଆମ ନେତା ଆମକୁ ଡାକିବେ ନିଶ୍ଚୟ ଯିବୁ । ୪ ସାଂସଦଙ୍କ ସୋସିଆଲ ମିଡିଆ ପୋଷ୍ଟ ଦୁର୍ଭାଗ୍ୟଜନକ । ପାଣ୍ଡିଆନ ସନ୍ନ୍ୟାସ ନେଇ ସାରିଛନ୍ତି ।'

ଦେବାଶିଷ ସାମନ୍ତରାୟ(ବିଜେଡି ସାଂସଦ): ବିଜେଡିର ପରାଜୟ ନେଇ ସୋସିଆଲ୍‌ ମିଡିଆରେ ଦେବାଶିଷ ପ୍ରତିକ୍ରିୟା ରଖି କହିଛନ୍ତି ' 'ଓଡ଼ିଆ ଅସ୍ମିତା’ ପାଇଁ ବିଜେଡି ହାରିଲା ।ଆମେ ଜଗନ୍ନାଥ ପ୍ରଦେଶର ଲୋକ, ଅସ୍ମିତା ରକ୍ଷା ଆମର ମୂଳ ଲକ୍ଷ୍ୟ । ବିଜେଡିରେ ଯୋଗଦେଇ ପଦ ପାଇଥିବା କିଛି ନୂତନ ନେତାଙ୍କୁ କଟାକ୍ଷ କରି ଦେବାଶିଷ କହିଛନ୍ତି,‘ସେମାନେ ନା ଏ ଦଳର ଇତିହାସ ଜାଣିଛନ୍ତି, ନା ନବୀନ ବାବୁଙ୍କ... ନା ବିଜୁ ବାବୁଙ୍କ ଆଦର୍ଶ ଜାଣିଛନ୍ତି । ସେମାନେ ଆଉ କାହାର ଇଶାରାରେ ପରିଚାଳିତ । ସ୍ବାଭିମାନ ନଥିବା ସ୍ବାର୍ଥବାଦୀଙ୍କ ସମ୍ପର୍କରେ ଏତିକି କୁହାଯାଇପାରେ । ନା ସେମାନେ ଦଳର ନା ଓଡ଼ିଶାର, ନା ନବୀନ ପଟ୍ଟନାୟକଙ୍କର ।’

ଅରୁଣ ସାହୁ (ବିଜେଡି ବିଧାୟକ): 'ଯିଏ ଯେଉଁ କଥା କହୁଛନ୍ତି ସ୍ପଷ୍ଟ ଭାବରେ କହି ଦିଅନ୍ତୁ । ବାହ୍ୟ ଶକ୍ତି କିଏ, ଭିତର ଶକ୍ତି କିଏ କେଉଁ ଶକ୍ତି କିଏ । ବୁଲେଇ ବଙ୍କେଇକି କହିଲେ ଚାଲିବ ନାହିଁ । ସବୁ ବୈଠକର ନିଷ୍ପତି ନବୀନ ପଟ୍ଟନାୟକଙ୍କୁ ଜଣାଇ ଦିଆଯାଉଛି କାହାର ସନ୍ଦେହ ରହିବା ଉଚିତ ନୁହେଁ ।'

ତେବେ ଦଳୀୟ ନେତାଙ୍କ ଏଭଳି ମତ ମନ୍ତବ୍ୟକୁ ନେଇ ବିଜେଡି କର୍ମୀ ଦ୍ଵନ୍ଦ ଭିତରେ ଥିବା ବେଳେ ଆଗକୁ ବିଜେଡି କଳି କେଉଁ ଦିଗକୁ ଗତି କରିବ ତାକୁ ନେଇ ଚର୍ଚ୍ଚା ଲାଗିରହିଛି ।

ଅଧିକ ପଢ଼ନ୍ତୁ: ନବୀନ ନିବାସରେ ପହଞ୍ଚିଲେ ବଡ଼ ନେତା, କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା

Naveen Patnaik Biju Janata Dal BJD Leaders VK Pandian
Advertisment
Advertisment