Advertisment

Vk Pandian: ପାଣ୍ଡିଆନଙ୍କ ନିର୍ଦ୍ଦେଶରେ ନାଚୁଛନ୍ତି ବିଜେଡି ନେତା: ଜୟନାରାୟଣ

ନିର୍ଦ୍ଦେଶକ ପାଣ୍ଡିଆନ୍, ନାଚୁଛନ୍ତି ବିଜେଡି ନେତା। ଏଭଳି ବୟାନ ଦେଇ ଆଜି ବିଜେଡିର ଗୁମର ଖୋଲିଛନ୍ତି ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ର। ସେ କହିଛନ୍ତି, ଗୃହକୁ ପାଣ୍ଡିଆନଙ୍କ ନିର୍ଦ୍ଦେଶରେ ଅଚଳ କରିଛନ୍ତି ବିଜେଡି ବିଧାୟକ।

undefined

pandian

Advertisment

ନିର୍ଦ୍ଦେଶକ ପାଣ୍ଡିଆନ୍, ନାଚୁଛନ୍ତି ବିଜେଡି ନେତା। ଏଭଳି ବୟାନ ଦେଇ ଆଜି ବିଜେଡିର ଗୁମର ଖୋଲିଛନ୍ତି ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ର। ସେ କହିଛନ୍ତି, ଗୃହକୁ ପାଣ୍ଡିଆନଙ୍କ ନିର୍ଦ୍ଦେଶରେ ଅଚଳ କରିଛନ୍ତି ବିଜେଡି ବିଧାୟକ। ଏହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେଡି ଓ ବିଜେପି। ତେବେ ବିଜେଡି କହିଛି, ଜୟନାରାୟଣଙ୍କ ଅଭିଯୋଗର କୌଣସି ସତ୍ୟତା ନାହିଁ।

Advertisment

ଅଧିକ ପଢ଼ନ୍ତୁ: ବଡ଼ ଧରଣର ସାଇବର ଲୁଟର ପର୍ଦ୍ଦାଫାଶ, ଆନ୍ତଃରାଜ୍ୟ ସାଇବର ଲୁଟ୍‌ ମାମଲାରେ ୨୪ ଜଣ ଗିରଫ।

ବିଧାନସଭା ଅଚଳାବସ୍ଥା ପାଇଁ ପାଣ୍ଡିଆନ୍ ଦାୟୀ। ଭିକେ ପାଣ୍ଡିଆନଙ୍କ ନିର୍ଦ୍ଦେଶରେ ବିଜେଡି ବିଧାୟକମାନେ ଦୁଇ ଦିନ ଧରି ଗୃହକୁ ଅଚଳ କଲେ। ଆଜି ବିଧାନସଭାରେ ପଏଣ୍ଟ ଅଫ ଅର୍ଡରରେ ଏଭଳି ବିସ୍ଫୋରଣ କରିଛନ୍ତି ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ର। ବିଧାନସଭା ଲବିରେ ଆଲୋଚନା ବେଳେ ଖୋଦ୍ ବିଜେଡି ବିଧାୟକମାନେ ପାଣ୍ଡିଆନଙ୍କ କଥାରେ ଗୃହକୁ ଅଚଳ କରିଥିବା କଥା କହିଥିବା ଜୟନାରାୟଣ କହିଛନ୍ତି। ଚାଷୀ ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ଆସିଥିଲେ ବି ବିଜେଡି କାହିଁକି ଆଲୋଚନା ନକରି ଗୃହକୁ ହଟ୍ଟଗୋଳ କରି ବନ୍ଦ କଲା ବୋଲି ପ୍ରଶ୍ନ କରିଛନ୍ତି। ଏଥିପାଇଁ ବିଜେଡି ସଦସ୍ୟ କ୍ଷମା ମାଗିବା ଦରକାର। ପାଣ୍ଡିଆନଙ୍କ ନମ୍ବର ୱାନ ଚାମଚା ହେବା ପାଇଁ ପ୍ରତିଯୋଗିତା ଚାଲିଛି ବୋଲି ଜୟନାରାୟଣ ଅଭିଯୋଗ କରିଛନ୍ତି। ସେପଟେ ପାଣ୍ଡିଆନଙ୍କ ନାଁ ଶୁଣୁ ଶୁଣୁ ନିଜ ଆସନରେ ଛିଡା ହୋଇ ପ୍ରତିବାଦ ଜଣାଇଥିଲେ ବିଜେଡି ନେତା। କହିଛନ୍ତି ଯଦି ପାଣ୍ଡିଆନଙ୍କୁ ବିଜେପି ଭୁଲିପାରି ନାହିଁ ତାହାଲେ ଜପାମାଳି କରି ଜପନ୍ତୁ।

Advertisment

ଏଠି ପ୍ରଶ୍ନ ଉଠୁଛି କଣ ବିଜେଡିରେ ପାଣ୍ଡିଆନ୍ ଏବେ ବି ପ୍ରଭାବଶାଳୀ। ପ୍ରଚ୍ଛଦ ପଟ୍ଟରେ ଥାଇ ଗୋଟି ଚାଳନା କରୁଛନ୍ତି କି ସେ। 24 ବିପର୍ଯ୍ୟୟ ପାଇଁ ଦଳର ଅଧିକାଂଶ ନେତା ପାଣ୍ଡିଆନଙ୍କୁ ଦାୟୀ କରିଥିବା ବେଳେ ନବୀନ କିନ୍ତୁ ତାଙ୍କୁ କ୍ଲିନ୍ ଚିଟ୍ ଦେଇଛନ୍ତି। ବିଜେଡିର କିଛି ନେତା ଏବେବି ପାଣ୍ଡିଆନଙ୍କ କଥାରେ ଦଳ ଚାଲିଥିବା ନେଇ ଅସନ୍ତୋଷ ଜାହିର କରୁଛନ୍ତି। ରାଜନୀତିରୁ ଯଦିଓ ସନ୍ନ୍ୟାସୀ ନେଇଛନ୍ତି ପାଣ୍ଡିଆନ୍ କିନ୍ତୁ ଦଳର ସବୁ କଥା ଏବେବି ବୁଝୁଥିବା ଚର୍ଚ୍ଚା ହେଉଛି। ରାଜନୈତିକ କାର୍ଯ୍ୟକ୍ରମରେ ଗାୟବ ରହୁଥିବା ପାଣ୍ଡିଆନ୍ ଦଳୀୟ ନେତାଙ୍କ ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି। ଏଥିରୁ ପ୍ରମାଣିତ ପାଣ୍ଡିଆନଙ୍କୁ ବି ଅନେକ, ଦଳର ନେତା ଭାବେ ଗ୍ରହଣ କରିସାରିଲେଣି। ଯାହାକୁ ନେଇ ଆଗକୁ ବଡ ଅଡୁଆ ପରିସ୍ଥିତି ଦଳରେ ସୃଷ୍ଟି ହୋଇପାରେ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ରାଜନୈତିକ ସମୀକ୍ଷକ।

ଅଧିକ ପଢ଼ନ୍ତୁ: ସେଦିନ ରକ୍ତରେ ରଂଗୀନ ହୋଇଥିଲା, ଆଜି ମାଟିରେ ମିଶେଇଦେଲେ

VK Pandian Jaynarayan Mishra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ