/odishatv-khabar/media/post_attachments/uploadimage/library/16_9/16_9_0/IMAGE_1747736048.jpg)
Political Meet Photo Goes Viral
ଖୁବ୍ ମସ୍ତି... ଖୁବ୍ ଖୁସି...ସୁସ୍ୱାଦୁ ଖାଦ୍ୟ ସାଙ୍ଗକୁ ସମସ୍ତଙ୍କ ମୁହଁରେ ଥିଲା ଭରା ହସ । ବିଜେଡି ଓ ବିଜେପି ନେତାଙ୍କ କିଛି ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି । ଚର୍ଚ୍ଚା ବି ଜୋର ଧରିଲାଣି । କିଏ କହୁଛି ଭାଙ୍ଗିଗଲା କି ବିଜେଡି, ପୁଣି କିଏ କହୁଛି ବିଜେପି ସହ ମିଶିଗଲା ବିଜେଡି । ଏ ସବୁ କଥା ସୋସିଆଲ ମିଡିଆରେ ଭାଇରାଲ୍ ଫଟୋଗୁଡ଼ିକ କୁଆଡେ ସବୁ ବୟାନ କରୁଛି ।
ତେବେ ଓଡ଼ିଶାର ବିଧାନସଭାରେ ଶାସକ ଓ ବିରୋଧୀ ଆସନରେ ବସିଥିବା ଦୁଇ ଦଳର ନେତା ଏ ଉତ୍ସବକୁ ନାଁ ଦେଇଛନ୍ତି ବନ୍ଧୁ ମିଳନ । ଆଉ ସେଇଥି ପାଇଁ ହୋଇଥିଲା ବଡ଼ ଆୟୋଜନ ।
ଅଧିକ ପଢନ୍ତୁ: ପାକିସ୍ତାନର ପୋଲ୍ ଖୋଲିବ ସର୍ବଦଳୀୟ ଟିମ୍, ସାମିଲ ହେବାକୁ ମନାକଲେ ୟୁସୁଫ
ମୟୂରଭଞ୍ଜ ଜିଲ୍ଲା ବାରିପଦାରେ ହୋଇଥିବା ଆୟୋଜନକୁ ନେଇ ବିଜେଡି ନେତା ତଥା ପୂର୍ବତନ ବିଧାୟକ ଛତିଶ ଚନ୍ଦ୍ର ଧଳ କହିଛନ୍ତି ଯେ, ଭବିଷ୍ୟତରେ କଣ ହେବ କହି ହେବନି । ବିଜେଡ଼ିର ବିରୋଧୀ ଦଳ ଭାବରେ ସଂଖା ଗରିଷ୍ଠତା ରହିଛି । ବିଜେଡ଼ିର ୩୦ଟା ଜିଲ୍ଲାରେ ଜିଲ୍ଲା ପରିଷଦ ସଭାପତି ଅଛନ୍ତି । ତେଣୁ ବିଜେଡ଼ିରେ କଣ ହେବ ନବୀନ ବାବୁ ନିଷ୍ପତ୍ତି ନେବେ । କିନ୍ତୁ ବୈଠକରେ ସେମିତି କିଛି ଆଲୋଚନା ହୋଇନି।
ଶିମିଳିପାଳ ପାଦଦେଶର ଏକ ଅରଣ୍ୟ ନିବାସରେ ବନ୍ଧୁମିଳନ ନାଁରେ ବୈଠକ କରିଥିଲେ ବିଜେଡି ଓ ବିଜେପିର କିଛି ନେତା । ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, କୃଷ୍ଣଚନ୍ଦ୍ର ମହାପାତ୍ର, ଭୁବନେଶ୍ବର-ଏକାମ୍ର ବିଧାୟକ ବାବୁ ସିଂ, ଖୋର୍ଦ୍ଧ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ବିଜେଡ଼ିର ପୂର୍ବତନ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ, ଭୁବନେଶ୍ୱର-ଉତ୍ତରର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କ ସହ ଅନେକ ବରିଷ୍ଠ ବିଜେପି ନେତା ଏଥିରେ ସାମିଲ ହୋଇଥିବାବେଳେ କେନ୍ଦୁଝରର ବିଜେଡି ସଭାପତି ଆଶିଷ ଚକ୍ରବର୍ତ୍ତୀଙ୍କ ସହ ମୟୂରଭଞ୍ଜ ମହାରାଜା ତଥା ପୂର୍ବତନ ମନ୍ତ୍ରୀ ପ୍ରବୀଣ ଭଞ୍ଜଦେଓ ଓ ଅନେକ ବିଜେଡି ନେତା ଏଥିରେ ଉପସ୍ଥିତ ରହିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)