Yusuf Will Not Go Abroad
ବିଦେଶ ଗସ୍ତରେ ଯିବେ ନାହିଁ ୟୁସୁଫ ପଠାନ । ସର୍ବଦଳୀୟ ପ୍ରତିନିଧି ଦଳରେ ସାମିଲ ହେବାକୁ ମନା କଲେ ଟିଏମସି ସାଂସଦ ୟୁସୁଫ ପଠାନ । ବିଦେଶ ଗସ୍ତରେ ଯିବେ ନାହିଁ ବୋଲି ୟୁସୁଫ କହିଥିବା ନେଇ ସୂଚନା ମିଳିଛି । ସଞ୍ଜୟ ଝାଙ୍କ ନେତୃତ୍ବାଧୀନ ଟିମ୍ରେ ଅଛନ୍ତି ୟୁସୁଫ । ଅନ୍ୟପଟେ ତୃଣମୂଳ କଂଗ୍ରେସର କେହି ବି ସର୍ବଦଳୀୟ ପ୍ରତିନିଧି ଭାବେ ବିଦେଶ ଯିବେ ନାହିଁ ବୋଲି ସ୍ପଷ୍ଟ କରାଯାଇଛି ।
TMC ପକ୍ଷରୁ କୁହାଯାଇଛି, "ଆତଙ୍କବାଦ ବିରୋଧରେ କେନ୍ଦ୍ର ସରକାର ଯେଉଁ ପଦକ୍ଷେପ ନେଉଛନ୍ତି ତାକୁ ଆମେ ଦଳ ମତ ନିର୍ବିଶେଷରେ ସ୍ୱାଗତ କରୁଛୁ । ହେଲେ ବୈଦେଶିକ ନୀତି ସମ୍ପୂର୍ଣ୍ଣ ଭାବେ କେନ୍ଦ୍ର ଅଧୀନରେ । ତେଣୁ କେନ୍ଦ୍ର ସରକାରଙ୍କ ଟିମ୍ ଏହି ଦାୟିତ୍ୱ ନିଅନ୍ତୁ । ୟୁସୁଫ ପଠାନ କିମ୍ବା ଅନ୍ୟ କୌଣସି ସାଂସଦ ଏହି ପ୍ରତିନିଧି ମଣ୍ଡଳୀର ଅଂଶ ହେବେ ନାହିଁ ।" ସେହିପରି ପୂର୍ବରୁ TMC ନେତା ସୁଦୀପ ବନ୍ଦୋପାଧ୍ୟାୟ ମଧ୍ୟ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଯୋଗ ଦେବାକୁ ମନା କରିଥିଲେ ।
ସୂଚନାଯୋଗ୍ୟ, ଆତଙ୍କବାଦ ବିରୋଧରେ ଜିରୋ ଟଲେରାନ୍ସ ନୀତିର ବାର୍ତ୍ତା ନେଇ ସହଯୋଗୀ ରାଷ୍ଟ୍ର ଗସ୍ତ କରିବେ ଭାରତର ସର୍ବଦଳୀୟ ଟିମ୍ । ଏଥିରେ ବିଭିନ୍ନ ଦଳର ନେତୃତ୍ୱ ସାମିଲ ଥିବାବେଳେ ଟିଏମସି କିନ୍ତୁ ଯୋଗ ଦେବାକୁ ପଛଘୁଞ୍ଚା ଦେଇଛି । ୭ଟି ପ୍ରତିନିଧି ଦଳର ନେତୃତ୍ୱ ନେବେ ୭ ଜଣ ବରିଷ୍ଠ ସାଂସଦ । କେନ୍ଦ୍ରାପଡ଼ା ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କଂଗ୍ରେସ ସାଂସଦ ଶଶି ଥରୁର, ବିଜେପିର ରବି ଶଙ୍କର ପ୍ରସାଦ । ସେହିପରି ଜେଡିୟୁ ସାଂସଦ ସଞ୍ଜୟ କୁମାର ଝା, ଡିଏମେକେରୁ କାନିମୋଇ, ଏନସିପିର ସୁପ୍ରିୟା ସୁଲେ ଓ ଶିବସେନାର ଶ୍ରୀକାନ୍ତ ସିନ୍ଦେଙ୍କ ନେତୃତ୍ବରେ ଟିମ୍ ଭାରତର ସହଯୋଗୀ ରାଷ୍ଟ୍ର ଓ ଜାତିସଂଘ ସୁରକ୍ଷା ପରିଷଦର ସଦସ୍ୟ ଦେଶକୁ ଗସ୍ତ କରିବେ ।
ଅଧିକ ପଢନ୍ତୁ : ବିଶ୍ୱରେ ଖୋଲିବ ପାକିସ୍ତାନ ଅସଲ ମୁଖା; ବିଦେଶ ଯିବେ ସର୍ବଦଳୀୟ ପ୍ରତିନିଧି ଦଳ, ବିଜେପିରୁ ବୈଜୟନ୍ତ ଓ ରବିଶଙ୍କର
Jyoti Malhotra and ISI Spy Allegations: ଖୋଲୁଛି ଗୁମର: ପହଲଗାମ ହମଲା ଦିନ ISI ସହ ଯୋଗାଯୋଗରେ ଥିଲେ ଜ୍ୟୋତି!

Border Tension Impact on Civilians: ‘ବାପା, ସତରେ କ’ଣ ମୁଁ ମରିଯିବି ’, କୁନି ଝିଅର ଏ ପ୍ରଶ୍ନର ଉତ୍ତର ଖୋଜୁଛି ଅସହାୟ ବାପା

Maoist Activities Across Odisha Border: ଓଡ଼ିଶା ମୁହାଁ ହେଉଛନ୍ତି କି ମାଓବାଦୀ? ସୀମାରେ ମାଓ କ୍ୟାମ୍ପ ଠାବ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)