/odishatv-khabar/media/post_attachments/uploadimage/library/16_9/16_9_0/IMAGE_1747731420.jpg)
gold price fall
ସୁନା କିଣିବାକୁ ଭାବୁଛନ୍ତି କି? ତା ପୂର୍ବରୁ ଥରେ ପଢି ନିଅନ୍ତୁ ଏହି ଖବର । ଲଗାତାର ସୁନା ଉପରମୁହାଁ ହୋଇଥିବା ବେଳେ ଆଜି କମିଛି ସୁନା ଦର । ପ୍ରତିଦିନ ସୁନା ଓ ରୁପା ଦର ପରିବର୍ତ୍ତନ ହୋଇ ନୂଆ ଦର ନିର୍ଦ୍ଧାରଣ କରାଯାଇଥାଏ । ଲଗାତାର ବୃଦ୍ଧି ପରେ ଆଜି କମିଛି ସୁନା ଦର । ଆଜି ସୁନା ଦର ୧୦ ଗ୍ରାମ ପିଛା ୪୯୦ ଟଙ୍କା ହ୍ରାସ ପାଇଛି । ସେହିପରି ରୁପା ମଧ୍ୟ ୧ କିଲୋଗ୍ରାମ ପିଛା ୧୦୦୦ ଟଙ୍କା ହ୍ରାସ ପାଇଛି ।
ଗତ କାଲି ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୯୬,୫୧୦ ଟଙ୍କା ଥିବା ବେଳେ ଆଜି ୪୯୦ ଟଙ୍କା କମି ୯୫,୦୨୦ ଟଙ୍କା ହୋଇଛି । ୨୨ କ୍ୟାରେଟ ସୁନାର ମୂଲ୍ୟ ଗତ କାଲି ୮୭,୫୫୦ ଟଙ୍କା ଥିବା ବେଳେ ଆଜି ୪୫୦ ଟଙ୍କା କମ୍ ହୋଇ ୮୭,୧୦୦ ଟଙ୍କା ହୋଇଛି । ଗତ କାଲି ୧୮ କ୍ୟାରେଟ ସୁନା ଦର ୭୧,୬୩୦ ଟଙ୍କା ଥିବା ବେଳେ ଆଜି ୩୬୦ ଟଙ୍କା କମି ୭୧,୨୭୦ ଟଙ୍କା ହୋଇଛି । ସେହିପରି ଗତକାଲି ରୁପା ୧ କେଜି ପିଛା ୧,୦୯,୦୦୦ ଟଙ୍କା ଥିବା ବେଳେ ଆଜି ୧,୦୦୦ ଟଙ୍କା କମି ୧,୦୮,୦୦୦ ଟଙ୍କା ହୋଇଛି ।
ଜାଣନ୍ତୁ କେଉଁ ସହରରେ ସୁନା ମୂଲ୍ୟ କେତେ ରହିଛି:
ଚେନ୍ନାଇ: ୨୪ କ୍ୟାରେଟ ସୁନା- ୯୫,୦୨୦ ଟଙ୍କା, ୨୨ କ୍ୟାରେଟ ସୁନା- ୮୭,୧୦୦ (୧୦ ଗ୍ରାମ ପିଛା)
ବେଙ୍ଗାଲୁରୁ: ୨୪ କ୍ୟାରେଟ ସୁନା- ୯୫,୦୨୦ ଟଙ୍କା, ୨୨ କ୍ୟାରେଟ ସୁନା- ୮୭,୧୦୦ (୧୦ ଗ୍ରାମ ପିଛା)
ହାଇଦ୍ରାବାଦ: ୨୪ କ୍ୟାରେଟ ସୁନା- ୯୫,୦୨୦ ଟଙ୍କା, ୨୨ କ୍ୟାରେଟ ସୁନା- ୮୭,୧୦୦ (୧୦ ଗ୍ରାମ ପିଛା)
ମୁମ୍ବାଇ: ୨୪ କ୍ୟାରେଟ ସୁନା- ୯୫,୦୨୦ ଟଙ୍କା, ୨୨ କ୍ୟାରେଟ ସୁନା- ୮୭,୧୦୦ (୧୦ ଗ୍ରାମ ପିଛା)
ଭୁବନେଶ୍ୱର: ୨୪ କ୍ୟାରେଟ ସୁନା- ୯୫,୦୨୦ ଟଙ୍କା, ୨୨ କ୍ୟାରେଟ ସୁନା- ୮୭,୧୦୦ (୧୦ ଗ୍ରାମ ପିଛା)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)