Advertisment

Matrimonial Scandal: ୭ ମାସରେ ୨୫ ବିବାହ କରି ଲୁଟିଛନ୍ତି କୋଟି କୋଟି, ମହିଳାଙ୍କ ସମେତ ଫ୍ରଡ୍ ଗ୍ୟାଙ୍ଗ ସଦସ୍ୟ ଗିରଫ

ବିବାହ ପାଇଁ କନ୍ୟା ଖୋଜୁଥିଲେ ସାବଧାନ! ମାତିଛନ୍ତି ଫ୍ରଡ୍ ଗ୍ୟାଙ୍ଗ । ଜଣେ ମହିଳା ୭ ମାସରେ ୨୫ ବିବାହ କରି ସବୁକିଛି ଲୁଟି ଫେରାର ମାରୁଥିଲେ । ଏହି ରାକେଟ୍ ଚଳାଇଥିବା ଗ୍ୟାଙ୍ଗର ସମସ୍ତ ସଦସ୍ୟଙ୍କୁ ଗିରଫ କରିଛି ପୋଲିସ ।

author-image
Lipsa Mohapatra
ଅଦ୍ୟତନ ହୋଇଛି
Matrimonial Fraud

Matrimonial Fraud

ବୟସ ମାତ୍ର ୨୩ ବର୍ଷ । କିନ୍ତୁ ବିବାହ କଲେଣି ୨୫ ଜଣଙ୍କୁ । ଜଣଙ୍କ ପରେ ଜଣଙ୍କୁ ବିବାହ କରି ସେମାନଙ୍କ ସମ୍ପତ୍ତି ହଡପ କରୁଥିଲେ ଜଣେ ଫ୍ରଡ୍ ମହିଳା । ମାତ୍ର ୭ ମାସ ଭିତରେ ଭିନ୍ନ ଭିନ୍ନ ରାଜ୍ୟର ପୁରୁଷଙ୍କୁ ବିବାହ କରିଥିବା ଏହି ଫ୍ରଡ୍ ଅନୁରାଧାକୁ ଗିରଫ କରିଛି ରାଜସ୍ଥାନ ପୋଲିସ । 

Advertisment

ଏହି ମାଟ୍ରିମୋନିଆଲ ଫ୍ରଡ୍ ରାକେଟର ପର୍ଦ୍ଦାଫାସ ହୋଇଛି । ରାଜସ୍ଥାନର ସୱାଇ ମାଧୋପୁରର ବିଷ୍ଣୁ ଶର୍ମା ନାମକ ଜଣେ ବ୍ୟକ୍ତି ଗତ ମେ ୩ ତାରିଖରେ ଏନେଇ ଅଭିଯୋଗ କରିବା ପରେ ସତ ସାମ୍ନାକୁ ଆସିଛି ।  ଅଭିଯୋଗ ଅନୁସାରେ, ବିଷ୍ଣୁ ଦୁଇ ଜଣ ଏଜେଣ୍ଟ ସୁନୀତା ଓ ପପୁ ମୀନାଙ୍କୁ ୨ ଲକ୍ଷ ଟଙ୍କା ଦେଇଥିଲେ। ଏଜେଣ୍ଟମାନେ ତାଙ୍କୁ ବିବାହ ପାଇଁ ଉପଯୁକ୍ତ କନ୍ୟା ଖୋଜିଦେବାର ପ୍ରତିଶ୍ରୁତି ଦେଇଥିଲେ । ନିକଟସ୍ଥ ଏକ କୋର୍ଟରେ ଚଳିତ ବର୍ଷ ଏପ୍ରିଲ ୨୦ ତାରିଖରେ ବିବାହ ମଧ୍ୟ ହେଲା । ହେଲେ ମାତ୍ର ୨ ଦିନ ପରେ ସମସ୍ତ ଜିନିଷପତ୍ର ,ମୂଲ୍ୟବାନ ସାମଗ୍ରୀ ଓ ଗହଣା ଆଦି ନେଇ ଫେରାର ମାରିଥିଲା ନବବଧୂ । 

ପୂର୍ବରୁ ଉତ୍ତରପ୍ରଦେଶର ମହାରାଜାଗଞ୍ଜ ସ୍ଥିତ ହସ୍ପିଟାଲରେ କାମ କରୁଥିଲା ଅନୁରାଧା । ପାରିବାରିକ ବିବାଦ କାରଣରୁ ସେ ନିଜ ସ୍ୱାମୀଙ୍କଠାରୁ ଅଲଗା ହୋଇ ଭୋପାଳ ଚାଲିଆସିଥିଲା । ଯେଉଁଠାରେ ସେ ଫ୍ରଡ ଗ୍ୟାଙ୍ଗ ସହ ମିଶିଥିଲା । ଏହି ଏଜେଣ୍ଟମାନେ ହ୍ୱାଟସଆପ ମାଧ୍ୟମରେ କନ୍ୟାଙ୍କ ଫଟୋ ପଠାଇଥାଆନ୍ତି ଓ ୨-୫ ଲକ୍ଷ ଭଳି ମୋଟା ଅଙ୍କର ଟଙ୍କା ମାଗିଥାନ୍ତି । ଯେତେବେଳେ ବିବାହ ସମ୍ପନ୍ନ ହୁଏ, ପରେ ପରେ ନବବଧୂ ସବୁ ମୂଲ୍ୟବାନ ସାମଗ୍ରୀ ନେଇ ଫେରାର ହୋଇଯାଆନ୍ତି । ଏହି ଗ୍ୟାଙ୍ଗର ସଦସ୍ୟମାନେ ମଧ୍ୟ ପୋଲିସ ସ୍କାନରକୁ ଆସିଛନ୍ତି । ରୋଶନୀ, ରଘୁବୀର, ଗୋଲୁ, ମଜବୁତ ସିଂ ଯାଦବ ଏବଂ ଅର୍ଜୁନଙ୍କୁ ପଚରାଉଚରା କରିଛି ପୋଲିସ । ସମସ୍ତ ଅଭିଯୁକ୍ତ ଭୋପାଳ ଓ ଆଖପାଖ ଅଞ୍ଚଳର ହୋଇଥିବା ଜଣାପଡ଼ିଛି । 

Advertisment

ବଡ଼ କଥା ହେଉଛି, ବିଷ୍ଣୁ ଶର୍ମାଙ୍କ ଘରୁ ଫେରାର ହେବା ପରେ ଅନୁରାଧା ଭୋପାଳର ଗବର ନାମକ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲା । ଯୋଜନାବଦ୍ଧ ଭାବେ ଗବରଙ୍କଠାରୁ ମଧ୍ୟ ୨ ଲକ୍ଷ ଟଙ୍କା ନେଇଥିଲେ ଏହି ଗ୍ୟାଙ୍ଗ । ପୋଲିସ ସେମାନଙ୍କୁ କାବୁ କରିବାକୁ ଏକ ଅପରେସନ ଚଳାଇଥିଲା । ଯେଉଁଥିରେ ଜଣେ କନଷ୍ଟେବଳଙ୍କୁ ବର ଭାବେ ପରିଚୟ ଦେଇ କନ୍ୟା ଖୋଜିବାକୁ ଏଜେଣ୍ଟଙ୍କୁ ଯୋଗାଯୋଗ କରିଥିଲା ପୋଲିସର ଟିମ୍ । ଏହାପରେ ଅନୁରାଧାଙ୍କ ନିକଟରେ ପହଞ୍ଚି ଗିରଫ କରିବାରେ ସଫଳ ହୋଇଛି ପୋଲିସ ।  

ଅଧିକ ପଢନ୍ତୁ : କନିଆଁର ମୁହଁ ଦେଖି ବର ବେହୋସ୍‌

Rajasthan Marriage Fraud Bhopal
Advertisment
Related Articles
Advertisment