• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ସରକାରୀ ବିଜ୍ଞାପନରେ ଶଙ୍ଖ ଚିହ୍ନ ବ୍ୟବହାରକୁ ନେଇ ଜବାବ ମାଗିଲେ ନିର୍ବାଚନ କମିଶନ । ରାଜ୍ୟ ସରକାର ଓ ବିଜେଡିଠାରୁ ସ୍ପଷ୍ଟୀକରଣ ମାଗିଲେ ECI । ମୁଖ୍ୟ ଶାସନ ସଚିବ ଓ ବିଜେଡି ସାଧାରଣ ସଂପାଦକଙ୍କୁ ସ୍ପଷ୍ଟୀକରଣ ମଗାଯାଇଥିବା ସୂଚନା ମିଳିଛି । ମାର୍ଚ୍ଚ ୨ ତାରିଖ ଅପରାହ୍ନ ୫ଟା ସୁଦ୍ଧା ଉତ୍ତର ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ ।

ସରକାରୀ ପାଣ୍ଠି ବ୍ୟବହାର କରି ଦିଆଯାଉଥିବା ବିଭିନ୍ନ ବିଜ୍ଞାପନରେ ବିଜେଡିର ନିର୍ବାଚନୀ ଚିହ୍ନ ଶଙ୍ଖର ବ୍ୟବହାର ହେଉଥିବା ନେଇ ନିର୍ବାଚନ କମିଶନଙ୍କ ପାଖରେ ଅଭିଯୋଗ ହୋଇଥିଲା । ଖବରକାଗଜ, ଟିଭି, ହୋର୍ଡିଂ ଏବଂ OSRTC ବସ୍‌ ଆଦି ବିଭିନ୍ନ ମାଧ୍ୟମରେ ଏଭଳି ବିଜ୍ଞାପନ ଦିଆଯିବା, ୨୦୧୬ର ନିର୍ଦ୍ଦେଶନାମାର ଉଲ୍ଲଙ୍ଘନ ବୋଲି ଅଭିଯୋଗ ହୋଇଥିଲା । ଆମ ଓଡ଼ିଶା ନବୀନ ଓଡ଼ିଶା ବିଜ୍ଞାପନରେ ଶଙ୍ଖ ଚିହ୍ନକୁ ନେଇ ମଧ୍ୟ ପୂର୍ବରୁ ବିଜେପି ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଥିଲା ।