Advertisment

Ashok Panda: ପୁଣି ପଦାରେ ବିଜେଡି କନ୍ଦଳ, ଧର୍ମପଦ ଉପାଖ୍ୟାନ ଶୁଣାଇ ଟାର୍ଗେଟ୍ କଲେ ଅଶୋକ ପଣ୍ଡା

ହୋଲିରେ ଧର୍ମପଦ ଉପାଖ୍ୟାନ ଶୁଣାଇଲେ ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା । ତଥାକଥିତ ଆଗଧାଡ଼ିର ବିଜେଡି ନେତାଙ୍କୁ କଲେ ଟାର୍ଗେଟ୍ । ବିପର୍ଯ୍ୟୟ ପାଇଁ ଦାୟୀ ନେତାଙ୍କୁ ପୁଣି ଦଳ ସମ୍ଭାଳିବା ଦାୟିତ୍ବ ମିଳିବାକୁ କଲେ କଡ଼ା ସମାଲୋଚନା ।

ଆଗଧାଡ଼ିଆଙ୍କୁ ‘ଧର୍ମପଦ’ ନିଶାନା !

ଆଗଧାଡ଼ିଆଙ୍କୁ ‘ଧର୍ମପଦ’ ନିଶାନା !

Advertisment

ପୁଣି ଥରେ ପଦାରେ ପଡ଼ିଲା ବିଜେଡିର ଗୋଷ୍ଠୀ କନ୍ଦଳ। ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା ଦଳର ବିପର୍ଯ୍ୟୟ ଲାଗି ବିଜେଡିର ଆଗଧାଡ଼ିର ନେତାଙ୍କୁ ଟାର୍ଗେଟ୍ କରିବା ସହ ଶୁଣାଇଛନ୍ତି ଧର୍ମପଦ ଉପାଖ୍ୟାନ । ୧୨ ଶହ ବଢ଼େଇରେ ଦାୟ ନା ପୁଅରେ ଦାୟ ବୋଲି ପଚାରି, ତଥାକଥିତ ଆଗ ଧାଡ଼ିର ନେତାଙ୍କୁ ଦୂରେଇ ଯିବାକୁ ପରାମର୍ଶ ଦେଇଛନ୍ତି । ନବୀନଙ୍କୁ ଫ୍ରି ହ୍ୟାଣ୍ଡ ଦେଲେ ହିଁ ଦଳ ବଳିଷ୍ଠ ହେବ ବୋଲି ସେ ମତ ରଖିଛନ୍ତି । ତେବେ ବିଜେଡିର ବରିଷ୍ଠ ନେତା ସଂଜୟ ଦାସବର୍ମା କହିଛନ୍ତି ଏହା ତାଙ୍କର ବ୍ୟକ୍ତିଗତ ମତ ।

Advertisment

ଅଧିକ ପଢ଼ନ୍ତୁ: ରାଜନୀତିକୁ ଆସିଲା କେମିତି, କିଏ ପ୍ରଥମ ରାଜନୈତିକ ଗୁରୁ, ବବି ପାଣ୍ଡିଆନ୍ ଚିହ୍ନା ହେଲେ କେମିତି

ହୋଲିରେ ଧର୍ମପଦ ଉପାଖ୍ୟାନ ଶୁଣାଇଲେ ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା । ତଥାକଥିତ ଆଗଧାଡ଼ିର ବିଜେଡି ନେତାଙ୍କୁ କଲେ ଟାର୍ଗେଟ୍ । ବିପର୍ଯ୍ୟୟ ପାଇଁ ଦାୟୀ ନେତାଙ୍କୁ ପୁଣି ଦଳ ସମ୍ଭାଳିବା ଦାୟିତ୍ବ ମିଳିବାକୁ କଲେ କଡ଼ା ସମାଲୋଚନା । ଧର୍ମପଦ ଉପାଖ୍ୟାନ ଶୁଣାଇ ଅଶୋକ ପଚାରିଛନ୍ତି ୧୨ ଶହ ବଢେଇରେ ଦାୟ ନା ପୁଅରେ ଦାୟ ? ଯଦି କିଛି ଅସନ୍ତୁଷ୍ଟ ଅଛନ୍ତି, ତେବେ ଆମେ ଦାୟିତ୍ୱରୁ ଓହରିଯାଇ ଅନ୍ୟକୁ ସୁଯୋଗ ଦେବା । ଆମେ ଟିକେ ଦୂରେଇ ଯାଇ, ଦୂରରୁ ରହି ଦେଖିବା । ଆମେ ଯଦି ନବୀନଙ୍କୁ ଶକ୍ତିଶାଳୀ କରିବାକୁ ଚାହୁଁଛୁ ତେବେ ଆମେ ଦୂରେଇଯିବା । ନବୀଙ୍କୁ ଫ୍ରି ହ୍ୟାଣ୍ଡ ଦେବା । ତାହାଲେ ଯାଇ ଦଳ ବଳିଷ୍ଠ ହେବ । ଆମ ଭିତରେ ମତାନ୍ତର ଅଛି, ମନାନ୍ତର ବି ଅଛି। ତାକୁ ଭୁଲି ଏକାଠି ଆଗକୁ ଯିବାକୁ ହେବ। ସେପଟେ ବିଜେଡିର ଆଗଧାଡ଼ିର ନେତା ସଞ୍ଜୟ ଦାସ ବର୍ମା କହିଛନ୍ତି ଏହା ତାଙ୍କ ବ୍ୟକ୍ତିଗତ ମତ।

Advertisment

ଅଶୋକ ପଣ୍ଡାଙ୍କ ଖୋଲାଖୋଲି ଏଭଳି ଟାର୍ଗେଟ୍ ପରେ ପୁଣି ଥରେ ପଦାରେ ପଡିଛି ବିଜେଡି ଗୋଷ୍ଠୀ କନ୍ଦଳ । ତେବେ ଅଶୋକ ପଣ୍ଡା କାହା ଉଦ୍ଦେଶ୍ୟରେ ଏଭଳି ବୟାନ ରଖିଛନ୍ତି ? କିଏ ସେ ଧର୍ମପଦ ? ପାଣ୍ଡିଆନ୍, ବବି, ଦେବୀ, ସଞ୍ଜୟ, ଅତନୁଙ୍କୁ ଟାର୍ଗେଟ କରିନାହାନ୍ତି ତ ଅଶୋକ ? କିଛି ଦିନ ତଳେ ବରିଷ୍ଠ ନେତାମାନେ ପ୍ରସନ୍ନ ଆଚାର୍ଯ୍ୟଙ୍କ ଘରେ ମେଳି କରିଥିଲେ । ଏବଂ ତା ପୂର୍ବରୁ ଦ୍ବିତୀୟ ପିଢିର ଯୁବ ନେତା ତଥା ପୂର୍ବତନ ବିଧାୟକମାନେ ବି ଦଳର ନେତୃତ୍ୱକୁ ନେଇ ମେଳି କରିଥିଲେ । ଯେଉଁଥିରୁ ସ୍ପଷ୍ଟ ଯେ ଦଳ ଭିତରେ ଆଗ ଧାଡ଼ିର ନେତାଙ୍କୁ ନେଇ କେତେ ବିରୋଧ ହେଉଛି। ଏବେ ଦେଖିବାର କଥା ଦଳରେ ବଢୁଥିବା ଅସନ୍ତୋଷକୁ ପ୍ରଶମିତ କରିବା ପାଇଁ ନବୀନ କି ପଦକ୍ଷେପ ନେଉଛନ୍ତି ।

ଅଧିକ ପଢ଼ନ୍ତୁ: କେନ୍ଦ୍ର ସହ ତୁତୁ ମେମେ, ବଜେଟ୍‌ରୁ ରୁପି ସିମ୍ବଲ୍ ବଦଳାଇଲେ ଷ୍ଟାଲିନ ସରକାର

Advertisment
Odisha Naveen Patnaik BJD Ashok Panda
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ