Advertisment

Rupee Symbol: କେନ୍ଦ୍ର ସହ ତୁତୁ ମେମେ, ବଜେଟ୍‌ରୁ ରୁପି ସିମ୍ବଲ୍ ବଦଳାଇଲେ ଷ୍ଟାଲିନ ସରକାର

ଭାଷା ବିବାଦ ମଧ୍ୟରେ ତାମିଲନାଡୁ ସରକାର ରାଜ୍ୟରେ ରୁପି ବା ଟଙ୍କା ଚିହ୍ନ ବଦଳାଇବାକୁ ନିଷ୍ପତ୍ତି ନେଇଛନ୍ତି । ବଜେଟରେ ଟଙ୍କା ଚିହ୍ନ ବଦଳରେ ତାମିଲରେ ଅକ୍ଷର 'ରୁ' ବ୍ୟବହାର କରିଛନ୍ତି । ଏହାକୁ ନେଇ ସାରା ଦେଶରେ ଦେଖାଦେଇଛି ରାଜନୈତିକ ହଟଚମଟ ।

author-image
Namita Biswal
ଅଦ୍ୟତନ ହୋଇଛି
rupee symbol

rupee symbol

ତାମିଲନାଡ଼ୁ ବଜେଟରେ ବଦଳିଲା ରୁପି ସିମ୍ବଲ୍ । ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ସହ ତୁତୁ ମେମେ ଓ ଭାଷା ବିବାଦ ଭିତରେ ରୁପି ବା ଟଙ୍କା ଚିହ୍ନ (₹) ବଦଳାଇବାକୁ ପଦକ୍ଷେପ ନେଇଛନ୍ତି ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍.କେ. ଷ୍ଟାଲିନ୍ । ସାରା ଦେଶରେ ପ୍ରଚଳିତ ରୁପି ସିମ୍ବଲକୁ ହଟାଇ, ତାମିଲ ଅକ୍ଷର 'ରୁ'କୁ ସେ ୨୦୨୫-୨୬ ରାଜ୍ୟ ବଜେଟ୍ ସଂପର୍କିତ ପ୍ରମୋସନାଲ୍ ମ୍ୟାଟେରିଆଲରେ ସ୍ଥାନିତ କରିଛନ୍ତି । 

Advertisment

ତାମିଲନାଡ଼ୁରେ ଟଙ୍କାକୁ ରୁବାଇ କୁହାଯାଉଥିବା ବେଳେ, ସେଥିରୁ ପ୍ରଥମ ଅକ୍ଷର 'ରୁ'କୁ ନିଜ ରାଜ୍ୟ ପାଇଁ ଟଙ୍କା ଚିହ୍ନ ଭାବେ ବ୍ୟବହାର କରିଥିବା କୁହାଯାଉଛି । ତେବେ ପୂର୍ବ ବର୍ଷ ବଜେଟ ଗୁଡ଼ିକରେ ରୁପି ସିମ୍ବଲ୍ ବ୍ୟବହାର କରାଯାଇଥିଲା । ଆଜି ଉପସ୍ଥାପିତ ହେବ ତାମିଲନାଡ଼ୁ ରାଜ୍ୟ ବଜେଟ୍ । ଏହା ପୂର୍ବରୁ ଏଭଳି ଟଙ୍କା ଚିହ୍ନ ବଦଳାଇବାକୁ ନେଇ ରାଜନୈତିକ ବିବାଦ ଦେଖାଦେଇଛି ।ବିଜେପି ରାଜ୍ୟ ସଭାପତି କେ. ଅନ୍ନାମଲାଇ ଷ୍ଟାଲିନଙ୍କୁ ଏଭଳି ନିଷ୍ପତ୍ତି ପାଇଁ କଟାକ୍ଷ କରିବା ସହ ଷ୍ଟୁପିଡ୍ ବା ମୁର୍ଖ ବୋଲି ସୋସିଆଲ ମିଡିଆରେ ଲେଖିଛନ୍ତି ।

ଅଧିକ ପଢ଼ନ୍ତୁ: ବଦ୍ରିଙ୍କ ବିସ୍ଫୋରକ ବୟାନ; କହିଲେ, ରାଜାଙ୍କୁ ଫୁଲ୍‌ ପ୍ରୋତ୍ସାହନ ଦେଇଥିଲେ ଜିଲ୍ଲାପାଳ ଓ ଏସପି

Advertisment

ସୂଚନାଯୋଗ୍ୟ ଯେ, ୨୦୧୦ରେ ପ୍ରଚଳିତ ରୁପି ସିମ୍ବଲ୍ ଜଣେ ତାମିଲ୍ ଲୋକ ତଥା ପୂର୍ବତନ ଡିଏମକେ ନେତାଙ୍କ ପୁଅ ଡି. ଉଦୟ କୁମାର ଡିଜାଇନ୍ କରିଥିଲେ । ଏହାକୁ ଖୋଦ୍ ଡିଏମକେ ସରକାର ବର୍ଜନ କରିବାକୁ ନେଇ ବିବାଦ ମୁଣ୍ଡ ଟେକିଛି ।

ତାମିଲନାଡ଼ୁ ବଜେଟରୁ ଷ୍ଟାଲିନ ସରକାର ରୁପି ସିମ୍ବଲ ହଟାଇବା ପରେ, ଲମ୍ବା ସୋସିଆଲ ମିଡିଆ ପୋଷ୍ଟ କରି କଡ଼ା ସମାଲୋଚନା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଯଦି ଏହି ଚିହ୍ନକୁ ନେଇ DMKର ସମସ୍ୟା ରହିଛି, ତେବେ ୨୦୧୦ରେ କଂଗ୍ରେସ ନେତୃତ୍ବାଧୀନ ୟୁପିଏ ସରକାର ଏହାକୁ ଲାଗୁ କରିବା ବେଳେ କାହିଁକି ବିରୋଧ କଲାନି ବୋଲି ପଚାରିଛନ୍ତି ନିର୍ମଳା । ସେତେବେଳେ ଡିଏମକେ ମଧ୍ୟ କେନ୍ଦ୍ରରେ ଶାସକ ମେଣ୍ଟର ଅଂଶ ଥିଲା ବୋଲି ସେ ଉଲ୍ଲେଖ କରିଛନ୍ତି । 

କିଏ ଡିଜାଇନ କରିଥିଲେ ରୁପି ସିମ୍ବଲ ?

ଅର୍ଥମନ୍ତ୍ରୀ କହିଛନ୍ତି, ରୁପି ଚିହ୍ନକୁ ତାମିଲନାଡ଼ୁର ଡି. ଉଦୟ କୁମାର ଡିଜାଇନ୍ କରିଥିଲେ ଏବଂ ସେ ପୂର୍ବତନ ଡିଏମକେ ବିଧାୟକ ଏନ୍. ଧର୍ମଲିଙ୍ଗମଙ୍କ ପୁଅ । ତେଣୁ ଏବେ ଏହି ଚିହ୍ନକୁ ଲିଭାଇ ଡିଏମକେ କେବଳ ଏକ ଜାତୀୟ ଚିହ୍ନକୁ ପ୍ରତ୍ୟାଖ୍ୟାନ କରୁନି, ବରଂ ତାମିଲ ଯୁବକଙ୍କ ସୃଜନଶୀଳ ଯୋଗଦାନକୁ ଅସମ୍ମାନ କରୁଛି । 
ତାମିଲ ଭାଷା, ବାଣିଜ୍ୟ ଓ ସାହିତ୍ୟରେ ରୁପାଇ ଶବ୍ଦର ମହତ୍ତ୍ବ ସଂପର୍କରେ ବିସ୍ତୃତ ଭାବେ ସେ ଉଲ୍ଲେଖ କରିଛନ୍ତି । ଏଥିସହ ରୁପି ଚିହ୍ନକୁ ଯେତେବେଳେ ବୈଶ୍ବିକ ଅର୍ଥ କାରବାରରେ ଭାରତର ପରିଚୟ ଭାବେ ମର୍ଯାଦା ମିଳୁଛି ଏବଂ ଭାରତ ସୀମାପାର୍ ୟୁପିଆଇ ବ୍ୟବହାର ଉପରେ ଗୁରୁତ୍ବ ଦେଉଛି, ସେତେବେଳେ ଆମେ ନିଜ ମୁଦ୍ରା ପ୍ରତୀକକୁ ଅଣଦେଖା କରିବା ଉଚିତ କି ବୋଲି ସୀତାରମଣ ପ୍ରଶ୍ନ କରିଛନ୍ତି । 

ସମସ୍ତ ନିର୍ବାଚନ ଜନପ୍ରତିନିଧି ଦେଶର ଅଖଣ୍ଡତା ଓ ସର୍ବଭୌମତ୍ବ ରକ୍ଷା ପାଇଁ ସମ୍ବିଧାନର ଶପଥ ନେଇଥାନ୍ତି । କିନ୍ତୁ ରୁପି ଭଳି ଜାତୀୟ ଚିହ୍ନକୁ ରାଜ୍ୟ ବଜେଟ୍ ଡକ୍ୟୁମେଣ୍ଟରୁ ହଟାଇବା ଏହି ଶପଥର ଅବମାନନା । ଏହା ଭାରତର ଏକତାକୁ ଦୁର୍ବଳ କରିବା ସହ ବିଚ୍ଛିନ୍ନତାବାଦୀ ଚିନ୍ତାଧାରାକୁ ପ୍ରୋତ୍ସାହନ ଦେବା ଭଳି ଭୟଙ୍କର ମାନସିକତାକୁ ସୂଚାଉଛି ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲେଖିଛନ୍ତି ।

ଅଧିକ ପଢ଼ନ୍ତୁ: ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏଣିକି ଯୁକ୍ତ ଦୁଇ ପରେ ପଢ଼ିପାରିବେ ବିଏଡ୍‌

Indian Rupee DMK Tamil Nadu CM MK Stalin
Advertisment
Advertisment