Advertisment

ରାଜନୀତିରେ ରାଜୁ ଓ ଅର୍ଚ୍ଚନାଙ୍କ ରଚନା

ରାଜ୍ୟ ରାଜନୀତିରେ ଏବେ ଦୁଇଟି ଘଟଣା କମ୍ପନ ସୃଷ୍ଟିକରିଛି। ଗୋଟିଏ ପଟେ ଅର୍ଚ୍ଚନା ନାଗଙ୍କ ମାମଲାକୁ ନେଇ ସରକାର ଟଳମଳ ହେଉଥିବା ବେଳେ ଅନ୍ୟପଟେ ଧାମନଗର ଉପନିର୍ବାଚନରେ ପ୍ରାର୍ଥୀ ହୋଇଥିବା ରାଜେନ୍ଦ୍ର ଦାସଙ୍କୁ ନେଇ ରାଜନୈତିକ କମ୍ପନ ସୃଷ୍ଟିହୋଇଛି।

ଅଦ୍ୟତନ ହୋଇଛି
State politice is in quandary for Raju and Archana

State politice is in quandary for Raju and Archana

Advertisment

ଓଡିଶା ରେ ବିଗତ କିଛିଦିନ ଧରି ଚର୍ଚ୍ଚାରେ ଥିବା ଦୁଇଟି ଘଟଣା ରାଜନୀତିରେ କମ୍ପନ ସୃଷ୍ଟିକରିଛି। ନବୀନ ସରକାରଙ୍କ ଦୀର୍ଘ ୨୨ ବର୍ଷର ଶାସନ କାଳରେ ଏଭଳି ଘଟଣା ହୁଏତ କେବେ ଦେଖାଯାଇ ନାହିଁ। ୨୬ ବର୍ଷର ସାଧାରଣ ମଧ୍ୟବିତ ପରିବାରର ଅର୍ଚ୍ଚନା ନାଗ ହନିଟ୍ରାପ୍‌ରେ ୨୫ରୁ ଅଧିକ ରାଜ୍ୟର ନେତା, ବିଧାୟକ, ମନ୍ତ୍ରୀ ଓ ଅଫିସର ଥିବା ଘଟଣା ଦେଶ ଦୁନିଆରେ ଚହଳ ସୃଷ୍ଟିକରିଛି।

Advertisment

କୁହାଯାଉଛି ଘଟଣା ପଛ ସତ୍ୟତା ଯଦି ପଦାକୁ ଆସେ ତେବେ ସରକାର ମଧ୍ୟ ଭାଙ୍ଗିଯିବ। ଯେଉଁ ନେତା, ମନ୍ତ୍ରୀ ଓ ବିଧାୟକମାନଙ୍କୁ ଲୋକେ ଭୋଟଦେଇ ନିଜର ସୁଖ, ଦୁଃଖ ଓ ସମାଜର କଲ୍ୟାଣ ପାଇଁ ନିର୍ବାଚିତ କରି ପଠାଇଛନ୍ତି ସେମାନଙ୍କ ହନିଟ୍ରାପର ଲିଙ୍କ୍‌ ଥିବା ଖବର ହଇଚଇ ଖେଳାଇ ଦେଇଛି। ଯାହା ଏକ କଳୁଷିତ ଓ ଘୃଣ୍ୟ ରାଜନୀତିର ବାତାବରଣ ସୃଷ୍ଟି କରିଛି।

ଅଧିକ ପଢ଼ନ୍ତୁ: ମୁଣ୍ଡ ଘୁରାଇବା ଭଳି କାହାଣୀ ! ଖୋଲୁଛି ରହସ୍ୟମୟୀର କଳାଧନ୍ଦା ପେଡ଼ି, ଯୁବତୀଙ୍କୁ ମୋହରା କରି ବ୍ଲାକ୍‌ମେଲିଂ କରୁଥିଲା ଅର୍ଚ୍ଚନା

Advertisment

ସେପଟେ ଧାମନଗର ଉପନିର୍ବାଚନ ରେ ପ୍ରାର୍ଥୀ ହୋଇଥିବା ରାଜେନ୍ଦ୍ର ଦାସ (ରାଜୁ)ଙ୍କୁ ନେଇ ମଧ୍ୟ ରାଜନୈତିକ କମ୍ପନ ସୃଷ୍ଟିହୋଇଛି। କୁହାଯାଏ, ରାଜୁ ଏହି ନିର୍ବାଚନରେ ବିଜେଡିରୁ ପ୍ରାର୍ଥୀ ହେବା ଏକପ୍ରକାର ନିଶ୍ଚିତ ହୋଇଯାଇଥିଲା। ଦଳୀୟ ଆଲୋଚନାକୁ ରାଜୁଙ୍କୁ ଡକାଯିବା ଦିନ ମଧ୍ୟ ଟିକେଟ୍‌ ପାଇବା ନେଇ ସେ ଆଶାବାଦୀ ଥିଲେ। ରାଜ୍ୟରେ ଘଟିଚାଲିଥିବା ବିଭିନ୍ନ ଘଟଣାଗୁଡିକର ସ୍ୱଚ୍ଛ ଓ ସ୍ପଷ୍ଟକୁ ନେଇ ସରକାର ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ଏକ ପ୍ରାଚୀର ସୃଷ୍ଟି କରିଥିବା ମନେହୁଏ।

ପରଦାର ଆରପଟେ ସରକାର କ’ଣ କରୁଛନ୍ତି କ’ଣ ନାହିଁ ତା’ର ସଠିକ ସୂଚନା ଲୋକଙ୍କ ପାଖରେ ପହଞ୍ଚି ପାରୁ ନାହିଁ। ଦୀର୍ଘ ସମୟର ନୀରବତା ପରେ ଲୋକଙ୍କୁ ଘଟଣା ପଛର ଯେଉଁ ସବୁ ସତ୍ୟ ଦିଆଯାଉଛି ତାହା ସନ୍ତୋଷଜନକ ହୋଇାପାରୁ ନାହିଁ, ଯାହା ଲୋକଙ୍କୁ ସନ୍ଦେହ ଓ ପ୍ରଶ୍ନ ଘେରରେ ପକଉଛି।

Advertisment
Archana Nag honeytrapped politicians(ନିଜ ବାସଭବନରେ ସ୍ୱାମୀଙ୍କ ସହ ଅର୍ଚ୍ଚନା ନାଗ)

ଲେଡି ବ୍ଲାକମେଲର କୁହାଯାଉଥିବା ଅର୍ଚ୍ଚନା ନାଗ ମାମଲାରେ ଏବେ ଅନେକ ସଂଶୟ ସୃଷ୍ଟି ହୋଇଛି। ରାଜ୍ୟ ତଥା ଜାତୀୟ ଗଣମାଧ୍ୟମରେ ଏ ସମ୍ପର୍କୀତ ବିଭିନ୍ନ ବିସ୍ତୃତ ତଥ୍ୟ ସବୁ ସାମ୍ନାକୁ ଆସିଛି। ତେବେ ଏଥିରେ କେଉଁମାନେ ଜଡିତ ଏବଂ ହନିଟ୍ରାପ୍‌ରେ କେଉଁ କେଉଁ ନେତା, ମନ୍ତ୍ରୀ ଓ ଅଫିସର୍‌ ସବୁ ଅଛନ୍ତି ସେନେଇ ସରକାର କିମ୍ବା ପୁଲିସ ପ୍ରଶାସନ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ।

ଅକ୍ଟୋବର ୬ରେ ପୁଲିସ ଅର୍ଚ୍ଚନାଙ୍କୁ ଗିରଫ କରିବାର ଦୁଇ ଦିନ ପରେ ଅକ୍ଟୋବର ୯ ତାରିଖରେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ଗଣମାଧ୍ୟମକୁ ଘଟଣାର ସୂଚନା ଦେଇ ତଦନ୍ତ ଚାଲିଥିବା ନେଇ କହିଥିଲେ। ପ୍ରତ୍ୟକ୍ଷ ରାଜନୀତିରେ ଅର୍ଚ୍ଚନା ନଥିଲେ, କିନ୍ତୁ ପ୍ରଖ୍ୟାତ ରାଜନେତାଙ୍କ ସହିତ ତାଙ୍କର ସମ୍ପୃକ୍ତି ସାମ୍ନାକୁ ଆସିଛି। ପାଖାପାଖି ୨୫ରୁ ଅଧିକ ମନ୍ତ୍ରୀ, ବିଧାୟକ ଓ ବଡ ବଡ ଅଫିସର ଅର୍ଚ୍ଚନାଙ୍କ ଲିଙ୍କ୍‌ରେ ଥିବା ଅଭିଯୋଗ ହୋଇଛି।

ତେବେ ଜଳେଶ୍ୱର ଶଶୁରଘରେ ରହି ପାଠପଢୁଥିବା ସାଧାରଣ ଝିଅଟି ହଠାତ ଏତେ ପାୱାର୍‌ଫୁଲ୍‌ ହେଲା କେମିତି? ୟା ପଛରେ କେଉଁ ଗଡ୍‌ଫାଦର୍‌ଙ୍କ ହାତ ରହିଛି? ଯେଉଁ ଭିଡିଓ ଦେଖାଇ ଅର୍ଚ୍ଚନା ବ୍ଲାକ୍‌ମେଲ୍ କରୁଥିବା କୁହାଯାଉଛି, ସେ ଭିଡିଓଗୁଡିକ ଏବେ କେଉଁଠି? ଜବତ ହୋଇଥିବା ଲାପ୍‌ଟପ୍‌, ମୋବାଇଲ, ହାର୍ଡଡିସ୍‌ ସବୁର ସ୍ଥିତି କ’ଣ? ରାଜ୍ୟବାସୀଙ୍କ ଏଭଳି ଅନେକ ପ୍ରଶ୍ନକୁ ନେଇ ଗଣମାଧ୍ୟମରେ ବିଗତ ୧୦ ଦିନ ହେବ ତୁହାକୁ ତୁହା ଖବର ପ୍ରକାଶ ପାଉଛି। ହେଲେ ପୁଲିସ୍‌ ପ୍ରଶାସନ କିମ୍ବା ସରକାରଙ୍କ ଠାରୁ ଏନେଇ କୌଣସି ସ୍ପଷ୍ଟ ଉତ୍ତର ମିଳୁ ନାହିଁ।

Archana nag: Love, Sex, & Dhokha(ଅର୍ଚ୍ଚନା ନାଗ)

ବିପକ୍ଷ ବିଜେପିକଂଗ୍ରେସ କ୍ରମାଗତ ଭାବେ ଅନେକ ବିସ୍ଫୋରକ ବୟାନମାନ ଦେଇଚାଲିଛନ୍ତି। ହନିଟ୍ରାପ୍‌ ଲିଙ୍କ୍‌ରେ ଶାସକ ଦଳର ଅନେକ ନେତା ମନ୍ତ୍ରୀଙ୍କ ସମ୍ପୃକ୍ତି ରହିଛି ଏବଂ ଏହାର ପ୍ରକୃତ ସତ୍ୟ ପଦାକୁ ଆସିଲେ ସରକାର ଭାଙ୍ଗିଯିବ ବୋଲି କୁହାଯାଇଛି।

ଇତିମଧ୍ୟରେ ଘଟଣାକୁ ପ୍ରାୟ ୨ ସପ୍ତାହରୁ ଅଧିକ ଦିନ ବିତିଯାଇଥିଲେ ବି ପୁଲିସ କୌଣସି ଅପ୍‌ଡେଟ୍ ସୂଚନା ଦେଇ ନାହିଁ। ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅନେକ ସନ୍ଦେହ ସୃଷ୍ଟି ହୋଇଛି। ଗୁରୁବାର କିଛି ଗଣମାଧ୍ୟମ ପ୍ରତିନିଧି ପୁଲିସ କମିଶନର ଏସ୍. କେ. ପ୍ରିୟଦର୍ଶୀଙ୍କୁ ଅର୍ଚ୍ଚନା ନାଗ ସମ୍ପର୍କରେ ପଚାରୁ ପଚାରୁ ପାଟି ନ ଖୋଲି ମୁହଁ ବୁଲାଇ ପଳାଇଯିବା ଘଟଣା ଲୋକଙ୍କ ସନ୍ଦେହକୁ ଆହୁରି ମଜଭୁତ କରିଛି। ନେତାମାନଙ୍କ ମଳିନ ଚିତ୍ର ଲୋକଙ୍କ ମନରେ ବସା ବାନ୍ଧିଦେବା ଭଳି ସ୍ଥିତି ସୃଷ୍ଟି କରିଛି।

ଅପରପକ୍ଷେ ଧାମନଗର ଉପନିର୍ବାଚନ ପରିପ୍ରେକ୍ଷୀରେ ରାଜୁ ଏବଂ ସେମାନଙ୍କ ସମର୍ଥନମାନଙ୍କ ପଦକ୍ଷେପ ରାଜ୍ୟ ରାଜନୀତିକୁ ଏକ ଭିନ୍ନ ମୋଡ ଦେଇଥିବା କଥା ଚର୍ଚ୍ଚାକୁ ଆସିଛି। କିଏ ଏ ରାଜୁ? ତାଙ୍କୁ ନେଇ ରାଜନୈତିକ ମହଲରୁ ଆରମ୍ଭ କରି ସାଧାରଣରେ ଏତେ ଉତ୍ସାହ ଓ ସିମ୍ପାଥି କାହିଁକି?

ଆସନ୍ତା ନଭେମ୍ବର ୩ରେ ମତଦାନ ହେବାକୁ ଥିବା ଏହି ଉପନିର୍ବାଚନରେ ବିଜେପି ଓ ବିଜେଡି ମଧ୍ୟରେ କଡା ଟକ୍କର ହେବାର ଥିଲା। ତେବେ ବିଜେଡିର ପୂର୍ବତନ ବିଧାୟକ ରାଜୁଙ୍କୁ ଦଳ ପ୍ରାର୍ଥୀ କରିବା କଥା ପ୍ରାୟ ସ୍ପଷ୍ଟ ହୋଇଯାଇଥିଲା। ସମର୍ଥକମାନେ ମଧ୍ୟ ନିର୍ବାଚନମଣ୍ଡଳୀରେ ରାଜୁ ବିଜେଡିରୁ ପ୍ରାର୍ଥୀ ପତ୍ର ଦାଖଲ କରିବାର ପୁରା ପ୍ରସ୍ତୁତି ମଧ୍ୟ କରି ଦେଇଥିଲେ। କିନ୍ତୁ ଶେଷ ମୁହୂର୍ତ୍ତରେ ବିଜେଡି ରାଜୁଙ୍କୁ ରିଜେକ୍ଟ କରି ଅବନ୍ତୀ ଦାସଙ୍କୁ ପ୍ରାର୍ଥୀ ଘୋଷଣା କଲା। ଯାହାଦ୍ୱାରା ଦଳକୁ ରାଜନୀତିକ ଅଡୁଆ ପରିସ୍ଥିତିକୁ ସାମ୍ନା କରିବାକୁ ପଡିଲା।

Rebel BJD Leader Rajendra Das Files Nominations(ନାମାଙ୍କନ ଅବସରରେ ରାଜେନ୍ଦ୍ର ଦାସ)

ଦଳର ନିଷ୍ପତ୍ତି ବିରୋଧରେ ରାଜୁ ସ୍ୱାଧୀନ ପ୍ରାର୍ଥୀଭାବେ ନାମାଙ୍କନପତ୍ର ଦାଖଲ କଲେ। ରାଜୁଙ୍କ ଏହି ପଦକ୍ଷେପ ରାଜ୍ୟ ରାଜନୀତିରେ ଚହଳ ସୃଷ୍ଟିକଲା। କାରଣ ୨୨ ବର୍ଷର ବିଜେଡି ଶାସନ କାଳରେ ଦଳରେ ରହି କୌଣସି ନେତା ଦଳର ନିଷ୍ପତ୍ତି ବିରୋଧରେ ଉପନିର୍ବାଚନ ଲଢିବା ଦେଖାଯାଇ ନାହିଁ। ରାଜ୍ୟବାସୀଙ୍କର ଧାରଣା ଥିଲା ଶାସକ ଦଳର ଚାପରେ ରାଜୁ ନିଶ୍ଚୟ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବେ। କିନ୍ତୁ ତାହାକୁ ମଧ୍ୟ ସେ ଭୁଲ ପ୍ରମାଣୀତ କଲେ। ଦଳର ଚାପ ସତ୍ତ୍ୱେ ରାଜୁ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଲେ। ଶେଷରେ ବିଜେଡି ତାଙ୍କୁ ଦଳରୁ ବହିଷ୍କୃତ କଲା।

ଅଧିକ ପଢ଼ନ୍ତୁ: ଧାମନଗରରେ ଫେଲ୍ ମାରିଲା ବିଜେଡିର 'ମ୍ୟାନେଜ୍' ପ୍ଲାନ୍

ସବୁଠାରୁ ରୋଚକ ଏବଂ ଅତି ଚମତ୍କାର କଥା ହେଉଛି, ଏଠାରେ ବିଜେଡି ଓ ବିଜେପି ନିଜର ଷ୍ଟାର୍‌ ପ୍ରଚାରକ ତାଲିକାରେ ବରିଷ୍ଠ ନେତା ଓ ମନ୍ତ୍ରୀମାନଙ୍କ ନାମ ତାଲିକାଭୁକ୍ତ କରିଥିବାବେଳେ ସାଧାରଣ ଗରିବ, ଖଟିଖିଆ, ଚାଷୀ ଓ ଶ୍ରମଜୀବୀଙ୍କୁ ରାଜୁ ନିଜ ଷ୍ଟାର୍‌ ପ୍ରଚାରକ ବୋଲି ଘୋଷଣା କରିଛନ୍ତି।

ଦଳରୁ ବହିଷ୍କୃତ ହୋଇଥିଲେ ମଧ୍ୟ ବିଜୁଙ୍କ ଆଦର୍ଶ ଓ ସ୍ୱାଭିମାନକୁ ନେଇ ସେ ଏବେ ନିର୍ବାଚନ ପ୍ରଚାର ଚଳାଇଛନ୍ତି। ରାଜୁ ଏହି ନିର୍ବାଚନରେ ହାରିବେ ବା ଜିତିବେ ତାହା ଭିନ୍ନ କଥା। କିନ୍ତୁ ବିଜେଡି ମଧ୍ୟରେ ଯେଉଁ ବିଦ୍ରୋହର ବହ୍ନି ଜଳିବା କଥା ଶୁଣିବାକୁ ମିଳୁଛି ତାହାକୁ ରାଜୁଙ୍କ ଏହି ନିଷ୍ପତ୍ତି ନିଶ୍ଚୟ ଇନ୍ଧନ ଯୋଗାଇବ।

Odisha Politics Dhamnagar Bypoll Lady Blackmailer Archana Nag Rajendra Das
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ