/odishatv-khabar/media/post_attachments/uploadimage/library/16_9/16_9_0/PMAY_Scam_1674738521.jpg)
PMAY Scam
ଆବାସ ବଣ୍ଟନକୁ ନେଇ ଅସନ୍ତୋଷ । ପଂଚାୟତ କାର୍ଯ୍ୟାଳୟରେ ତାଲା ପକାଇଲେ ହିତାଧିକାରୀ । ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ସାନ୍ତରାପୁର ପଂଚାୟତରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଆଜି ସାଧାରଣତନ୍ତ୍ର ଦିବସ ଅବସରରେ ପଂଚାୟତ ଅଫିସରେ ଆବାସ ବଣ୍ଟନ ସହ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ବୈଠକ ଚାଲିଥିଲା । ବୈଠକରେ ସରପଂଚ, ସମିତି ସଭ୍ୟ, ପଂଚାୟତ ନିର୍ବାହୀ ଅଧିକାରୀଙ୍କ ସହ ୱାର୍ଡ ସଦସ୍ୟ ଉପସ୍ଥିତ ଥିଲେ । ତେବେ ସାନ୍ତରାପୁର ଗାଁର କିଛି ହିତାଧିକାରୀ ଆବାସ ଯୋଜନାରୁ ବାଦ୍ ପଡିଥିବାରୁ ଏହାକୁ ନେଇ ଅସନ୍ତୋଷ ଦେଖାଦେଇଥିଲା । ବଂଚିତ ହୋଇଥିବା ହିତାଧିକାରୀମାନେ ବୈଠକ ଚାଲିଥିବା ବେଳେ ଅଫିସରେ ତାଲା ପକାଇ ଦେଇଥିଲେ । ଏନେଇ ଖବର ପାଇବା ପରେ ଘଟଣାସ୍ଥଳରେ ପୋଲିସ ପହଂଚି ଲୋକଙ୍କୁ ବୁଝାସୁଝା କରିଥିଲା । ପରେ ପରିସ୍ଥିତି ଶାନ୍ତ ପଡିଥିଲା ।
ଅଧିକ ପଢ଼ନ୍ତୁ: ଆବାସ ଦୁର୍ନୀତି ନେଇ ଆନ୍ଦୋଳନର ଟ୍ରେଲର ଦେଖାଇଲା ବିଜେପି ! ଆଗକୁ ପୂରା ଫିଲ୍ମ
ଏଭଳି ଅସନ୍ତୋଷ ଧୀରେ ଧୀରେ ସବୁ ଗାଁରେ ତେଜିଲାଣି । ପରିସ୍ଥିତି ଏପରି ହେଲାଣି ଯେ, ଅଡୁଆରେ ପଡ଼ିଲେଣି ସରପଞ୍ଚ ଓ ସମିତି ସଭ୍ୟ । ଯୋଗ୍ୟ ଲୋକଙ୍କୁ ଆବାସ ଯୋଜନାରେ ଘର ନ ମିଳିବା ପ୍ରତିବାଦରେ ପଲ୍ଲୀସଭା ବର୍ଜନ କରିଛନ୍ତି ବଲାଙ୍ଗିର ର ୩୧୭ ପଞ୍ଚାୟତର ପ୍ରତିନିଧି । ୩୧୭ଟି ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ଗ୍ରାମସଭା ବର୍ଜନ କରିଛନ୍ତି । ଏହି ନିର୍ବାଚିତ ପ୍ରତିନିଧି କହିଛନ୍ତି, ଯେଉଁମାନେ ଆବାସ ଯୋଜନାରେ ଘର ପାଇବା କଥା, ସେମାନଙ୍କୁ ଘର ଦିଆଯାଇନାହିଁ । ଆମେ ପ୍ରଶାସନକୁ ଜଣାଇ ଦେବାକୁ ଚାହୁଁ, ଯେପର୍ଯ୍ୟନ୍ତ ପ୍ରକୃତ ହିତାଧିକାରୀଙ୍କୁ ଆବାସ ଘର ମିଳିନାହିଁ, ସେପର୍ଯ୍ୟନ୍ତ ସରକାରୀ କାର୍ଯ୍ୟକ୍ରମକୁ ସହଯୋଗ କରାଯିବ ନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)