/odishatv-khabar/media/post_attachments/uploadimage/library/16_9/16_9_0/IMAGE_1704723177.jpg)
Air Pollution In Odisha
ରାଜ୍ୟରେ ଅସହ୍ୟ ହେଲାଣି ବାୟୁ ପ୍ରଦୂଷଣ । ଆଜି କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ରିପୋର୍ଟ ଅନୁସାରେ ଅତି ସାଙ୍ଘାତିକ ସ୍ଥିତିରେ ଦେଶର ୧୬ଟି ସହର ଥିବା ବେଳେ, ଏଥିରେ ଓଡ଼ିଶାର ୬ ସହର ରହିଛି । ଅନୁଗୁଳରେ ବାୟୁ ପ୍ରଦୂଷଣ ମାତ୍ରା ସର୍ବାଧିକ ୩୫୨ ରହିଛି, ଯାହାକି ଦିଲ୍ଲୀର ୩୪୫ ତୁଳନାରେ ଅଧିକ ।
ସେହିପରି କଟକରେ ବାୟୁ ପ୍ରଦୂଷଣ ମାତ୍ରା ୩୪୦ ଥିଲା ବେଳେ ବାଲେଶ୍ୱରରେ ୩୩୪, ଭୁବନେଶ୍ୱରରେ ୩୩୪, କେନ୍ଦୁଝରରେ ୩୨୬, ତାଳଚେରରେ ୩୦୪ ରହିଛି । ରାଇରଙ୍ଗପୁରରେ ବାୟୁ ପ୍ରଦୂଷଣ ମାତ୍ରା ୩୦୦ ଓ ବଡ଼ବିଲରେ ୨୯୨ ରହିଛି, ଯାହାକି ସାଙ୍ଘାତିକ ସ୍ଥିତି ବୋଲି ଦର୍ଶାଯାଇଛି । AQI କ୍ୟାଟାଗୋରୀ ଅନୁଯାୟୀ, ବାୟୁ ପ୍ରଦୂଷଣ ମାତ୍ରା ୩୦୦ରୁ ଅଧିକ ରହିଲେ ସାଂଘାତିକ ବୋଲି ଧରାଯାଏ ।
ବାୟୂ ପ୍ରଦୂଷଣ କ୍ଷେତ୍ରରେ ଦିଲ୍ଲୀକୁ ଟପିଗଲା ଓଡ଼ିଶା । ଭୁବନେଶ୍ୱର, କଟକ, ବାରିପଦା, ବାଲେଶ୍ୱର, କେନ୍ଦୁଝର, ରାଇରଙ୍ଗପୁର ଭଳି ସ୍ଥାନରେ ୩ ଶହ ପାର୍ କରିଛି ଇଣ୍ଡେକ୍ସ । ୬ଟି ସହରରେ AIR QUALITY INDEX ବା AQI ୩ ଶହ ପାର କରିଛି । ସେଥିମଧ୍ୟରୁ ବାଲେଶ୍ୱରର ସର୍ବାଧିକ AQI ୩୩୪ ରହିଛି ।
ସେହିପରି କଟକରେ ୩୨୦, ବାରିପଦାରେ ୩୧୬, ଭୁବନେଶ୍ୱରରେ ୩୧୧, କେନ୍ଦୁଝରରେ ୩୧୪, ରାଇରଙ୍ଗପୁରରେ ୩୦୮ ରହିଛି । ଏପଟେ ଅନୁଗୁଳରେ ୩ଶହ ଏବଂ ତାଳଚେରରେ AQI ଭାଲ୍ୟୁ ୨୫୧ ରହିଛି । ଗତକାଲି ଅପରାହ୍ଣରେ ଦିଲ୍ଲୀର AQI ୩୩୩ ରହିଥିଲା । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଏନେଇ ସୂଚନା ରହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)