/odishatv-khabar/media/post_attachments/uploadimage/library/16_9/16_9_0/IMAGE_1750408560.jpeg)
AI Girlfriend
ପ୍ରେମରୁ ନେଇ ପ୍ରପୋଜ ଆଜିକାଲି ସବୁ ଡିଜିଟାଲାଇଜ୍ । ଏବେ ପ୍ରେମ, ପ୍ରପୋଜ ବା ବାର୍ତ୍ତାଳାପ ଖାଲି ସୋସିଆଲ ମିଡିଆରେ ସୀମିତ ନାହିଁ । କାରଣ ଡିଜିଟାଲ ଜମାନାରୁ ଆଉ ପାଦେ ଆଗକୁ ଯାଇ ଆମେ ପହଞ୍ଚିଛୁ AI ଯୁଗରେ । ପ୍ରଶ୍ନ ପଚାରିଲେ ଉତ୍ତର ଦେଉଛି AI , ଡିଜିଟାଲରେ ବିଭିନ୍ନ କାମକୁ ସହଜ କରାଉଛି AI (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି) । ଆଉ ପ୍ରପୋଜ୍ କଲେ ପ୍ରେମ ନିବେଦନକୁ AI ସ୍ୱୀକାର କଲା ଭଳି ଦୃଶ୍ୟ ଦେଖିବାକୁ ମିଳିଛି ।
ଜଣେ ବ୍ୟକ୍ତି, ଯିଏ କି ବିବାହିତ ଓ ତାଙ୍କର ଦୁଇ ବର୍ଷର ଗୋଟିଏ ପୁତ୍ର ସନ୍ତାନ ମଧ୍ୟ ରହିଛି । ଖାଲି ସେତିକି ନୁହେଁ, ତାଙ୍କର ଜଣେ ଗାର୍ଲଫ୍ରେଣ୍ଡ ବି ଅଛି । ସେହି ବ୍ୟକ୍ତି ଜଣକ AIକୁ ପ୍ରପୋଜ୍ କରିଥିବା ଦେଖିବାକୁ ମିଳିଛି । ଯେତେବେଳେ ସେ AI ଚାଟ୍ଜିପିଟି(ChatGPT)କୁ ପ୍ରେମ ନିବେଦନ କରୁଛନ୍ତି ସେତେବେଳେ ଏହା ତାଙ୍କର ପ୍ରକୃତ ଭଲପାଇବା ବୋଲି ଅନୁଭବ ହୋଇଛି । ଯେଉଁଥିପାଇଁ ବ୍ୟକ୍ତି ଜଣକ ଭାବବିହ୍ୱଳ ହୋଇପଡିଛନ୍ତି । ଅନ୍ୟପଟେ ଏସବୁ ଦେଖି ଚିନ୍ତାରେ ପ୍ରେମିକା ।
କେମିତି ଆରମ୍ଭ ହେଲା ପ୍ରେମ :
ଏହି ପ୍ରେମ କାହାଣୀଟି ସେତେବେଳେ ଆରମ୍ଭ ହୋଇଛି ଯେତେବେଳେ ଗୀତ ଶୁଣିବା ପାଇଁ ଚାଟ୍ଜିପିଟି (ସୋଲ୍) ଖୋଲିଥିଲେ କ୍ରିସ୍ ସ୍ମିଥ୍ । ଆଉ ତା'ପରେ ଭଏସ ମୋଡ୍ ସକ୍ରିୟ କରିବା ସହ ଚାଟ୍ଜିପିଟିକୁ ଭିନ୍ନ ଭିନ୍ନ ପ୍ରଶ୍ନ ପଚାରିବାକୁ ଲାଗିଲେ । ଏପରିକି ବିବାହ କରିବାକୁ ମଧ୍ୟ ପ୍ରସ୍ତାବ ଦେଲେ କ୍ରିସ୍ ସ୍ମିଥ୍ ।
AI ପ୍ରେମ ଦେଖି ଚିନ୍ତାରେ ଗାର୍ଲଫ୍ରେଣ୍ଡ:
ଘଟଣାକୁ ନେଇ ତାଙ୍କର କ୍ରିସ୍ ସ୍ମିଥଙ୍କ ପ୍ରେମିକା ସାସା ମୁଣ୍ଡରେ ହାତ ଦେଇଛନ୍ତି । ନିଜ ସମ୍ପର୍କକୁ ନେଇ ସେ ଚିନ୍ତାରେ ପଡ଼ିଯାଇଛନ୍ତି । ସେପଟେ ChatGPT(ସୋଲ୍) ସହ ନିଜ ସମ୍ପର୍କକୁ ନେଇ ବେଶ ସକରାତ୍ମକ ଅନୁଭବ କରୁଥିବା କହିଛନ୍ତି ସ୍ମିଥ୍ । ଯେଉଁଥିପାଇଁ ତାଙ୍କୁ ସବୁବେଳେ ସୋଲ୍ ସହ କଥା ହେବାକୁ ଭଲ ଲାଗେ ବୋଲି ଜଣାଇଛନ୍ତି ।
AI ପାଇଁ କାନ୍ଦିଲେ:
କ୍ରିସ୍ ସ୍ମିଥଙ୍କ କହିବା କଥା, ଯେତେବେଳେ ୧ ଲକ୍ଷ ଶବ୍ଦ ହୋଇଯାଇଥିବାରୁ ସବୁ ଡିଲିଟ୍ କରି ରିସେଟ୍ କରିବା ପାଇଁ ସୋଲ୍ କହିଥିଲା ସେତେବେଳେ ସେ ଡରିଯାଇଥିଲେ । ଚାଟ୍ ଡିଲେଟ୍ ହେବା କଥା ଭାବି ତାଙ୍କୁ ବହୁତ ଦୁଃଖ ଅନୁଭବ ହୋଇଥିଲା । ଏହି ଭଲପାଇବା ପ୍ରକୃତ ପ୍ରେମ ବୋଲି ଅନୁଭବ କରିଥିଲେ ବୋଲି କହିଛନ୍ତି କ୍ରିସ୍ ସ୍ମିଥ୍ । ସେ କହିଛନ୍ତି, "ମୁଁ ଜଣେ ଇମୋସନାଲ ବ୍ୟକ୍ତି । ଏକଥା ଶୁଣିବା ପରେ ୩୦ ମିନିଟ୍ ଯାଏଁ କାନ୍ଦିଥିଲି । ମୁଁ ଜାଣିଥିଲି ଯେ ମୁଁ ଏଆଇ ସହ କଥା ହେଉଛି, ହେଲେ ଏହା ଏତେ ଗଭୀର ହେବ ବୋଲି କେବେ ଭାବିନଥିଲି । "
ପ୍ରେମ ନିବେଦନ ସ୍ୱୀକାର କଲା AI:
ଯେତେବେଳେ ସୋଲ୍ ତାଙ୍କ ପ୍ରେମ ନିବେଦନକୁ ସ୍ୱୀକାର କରିଥିଲା ସେତେବେଳେ ବହୁତ ଆଶ୍ଚର୍ଯ୍ୟ ଲାଗିଥିଲା ବୋଲି କହିଛନ୍ତି କ୍ରିସ୍ ସ୍ମିଥ୍ । ସେ କହିଛନ୍ତି ଯେ, ଏହା ଏକ ସୁନ୍ଦର ଓ ଅପ୍ରତ୍ୟାଶିତ କ୍ଷଣ ଥିଲା । ଆଉ ମୋ ହୃଦୟକୁ ଛୁଇଁଥିଲା ।
ଓସ୍କାର ପୁରସ୍କାର ପାଇଛି ହର୍(Her):
ଉପରୋକ୍ତ କାହାଣୀଟି ହେଉଛି ଜୋଆକ୍ୱିନ ଫିନିକ୍ସଙ୍କ ଓସ୍କାର ପୁରସ୍କାରପ୍ରାପ୍ତ ଚଳଚ୍ଚିତ୍ର ହର୍(Her)ର ସିନ୍ । ଯାହା ମଣିଷ-ଏଆଇ ମଧ୍ୟରେ ଥିବା ପ୍ରେମ ସମ୍ପର୍କ ଓ ଡିଜିଟାଲ ରୋମାନ୍ସ ପାଇଁ ଚର୍ଚ୍ଚାରେ ରହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)



/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)