Advertisment

Road Accident: ଭୋଜି ଖାଇ ଫେରୁଥିଲେ, ଟ୍ରକ ଧକ୍କାରେ ଚାଲିଗଲା ୯ ଜଣଙ୍କ ଜୀବନ

ସକାଳୁ ସକାଳୁ ଭୟଙ୍କର ଦୁର୍ଘଟଣା । ବାହାଘର ଭୋଜି ଖାଇ ଫେରୁଥିବାବେଳେ ଟ୍ରକ ସହ ମୁହାଁମୁହିଁ ଧକ୍କା ହେଲା କାର୍‌ । ଦୁର୍ଘଟଣାରେ କାର୍‌ରେ ଥିବା ୯ ଜଣଙ୍କ ମୃତ୍ୟୁ ।

author-image
Namita Biswal
ଅଦ୍ୟତନ ହୋଇଛି
Road Accident

Road Accident

ବାହାଘର ଭୋଜି ଖାଇ ଫେରୁଥିବା ବେଳେ ଭୟଙ୍କର ଦୁର୍ଘଟଣା । ଟ୍ରକ ସହ ମୁହାଁମୁହିଁ ଧକ୍କା ହେଲା କାର୍‌ । ଚାଲିଗଲା ୯ ଜଣଙ୍କ ଜୀବନ । ଆଜି ପଶ୍ଚିମବଙ୍ଗର ପୁରୁଲିଆ ଜିଲ୍ଲାରେ ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ସମସ୍ତ ମୃତକ ଝାଡଖଣ୍ଡ ନିମଡିହ ଅଞ୍ଚଳର ହୋଇଥିବା ଜଣାପଡିଛି ।

Advertisment

ସକାଳ ପ୍ରାୟ ସାଢେ ୬ଟାରେ ପୁରୁଲିଆ ଜିଲ୍ଲା ବଳରାମପୁର ନିକଟ NHରେ ଦୁର୍ଘଟଣା ହୋଇଛି । ପୋଲିସ ସୂଚନା ମୁତାବକ, ମୃତକମାନେ ପୁରୁଲିଆ ବରବଜାର ଅଞ୍ଚଳରେ ଏକ ବିବାହ କାର୍ଯ୍ୟକ୍ରମରେ ଯୋଗଦେବାକୁ କାର୍‌ରେ ଯାଇଥିଲେ । ଭୋଜି ଖାଇ ଆଜି ସକାଳୁ ଝାଡଖଣ୍ଡ ଫେରୁଥିବାବେଳେ ବଳରାମପୁର ନାମସୋଲର ୧୮ ନଂ ଜାତୀୟ ରାଜପଥରେ ଏକ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା ।

ଅଧିକ ପଢ଼ନ୍ତୁ: ମିଳିଲା ଦ୍ବିତୀୟ ବ୍ଲାକବକ୍ସ, ରହିଛି କକପିଟ୍ ଭଏସ୍ ରେକର୍ଡର

ଦୁର୍ଘଟଣାରେ କାର୍‌ଟି ପୂରା ଚୁରମାର୍‌ ହୋଇଯାଇଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡିରୁ ୯ ଜଣଙ୍କୁ ଉଦ୍ଧାର କରି ନିକଟସ୍ଥ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲା । ପୋଲିସ୍ ଟ୍ରକକୁ ଜବତ କରି ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି ।

Advertisment
West Bengal Road Accident Car Accident Truck Car Accident
Advertisment
Advertisment