/odishatv-khabar/media/post_attachments/uploadimage/library/16_9/16_9_0/IMAGE_1668516223.jpg)
Narendra Modi on Balijatra
ବାଲିରେ ବାଲିଯାତ୍ରା କଥା କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜି-୨୦ ସମ୍ମଳନୀରେ ଯୋଗ ଦେବାକୁ ଇଣ୍ଡୋନେସିଆର ବାଲି ଯାଇଥିବା ପ୍ରଧାନମନ୍ତ୍ରୀ ସେଠାରେ କଟକ ବାଲିଯାତ୍ରା କଥା ଉଲ୍ଲେଖ କରିଛନ୍ତି । ବାଲିରେ ଭାରତୀୟ କମ୍ୟୁନିଟିକୁ ସମ୍ବୋଧନ କରି ବାଲିଯାତ୍ରା କଥା ମନେ ପକାଇଛନ୍ତି । ଏଠାରୁ ୧୫ ଶହ କିମି ଦୂର କଟକରେ ବାଲିଯାତ୍ରା ମହୋତ୍ସବ ଚାଲିଛି ବୋଲି ମୋଦି କହିଛନ୍ତି । ଭାରତ-ଇଣ୍ଡୋନେସିଆ ବାଣିଜ୍ୟିକ ସଂପର୍କ ସ୍ମୃତିରେ ଏହି ବାଲିଯାତ୍ରା ଅନୁଷ୍ଠିତ ହେଉଛି । ବାଲିଯାତ୍ରା ହଜାରେ ବର୍ଷ ତଳର ଦୁଇ ଦେଶର ବାଣିଜ୍ୟିକ ସଂପର୍କ । ନେଟ୍ରେ ବାଲିଯାତ୍ରା ଫଟୋ ଦେଖି ଏଠିକା ଲୋକ ଗର୍ବିତ ଓ ଖୁସିହେବେ । ଏଥର ବାଲିଯାତ୍ରା ବିରାଟ ଆକାରରେ ଆୟୋଜନ ହୋଇଛି ବୋଲି କହିଛନ୍ତି ମୋଦି ।
ଅଧିକ ପଢ଼ନ୍ତୁ: ବାଲିଯାତ୍ରାରେ ନିଆରା ଖାଦ୍ୟ; ଖାଇଲେ ପାଟି କାନରୁ ବାହାରୁଛି ଧୂଆଁ
ମୋଦି ଆହୁରି କହିଛନ୍ତି ଲକ୍ଷାଧିକ ଲୋକ ଏହି ମହୋତ୍ସବରେ ସାମିଲ ହୋଇ ଏହାକୁ ଭବ୍ୟ କରିଛନ୍ତି । ଓଡ଼ିଶା ରେ ଆଜି ଯେଉଁମାନେ ବାଲିଯାତ୍ରାରେ ଏକାଠି ହୋଇଛନ୍ତି, ସେମାନଙ୍କ ଶରୀର ସେଠାରେ ଅଛି କିନ୍ତୁ ମନ ଏଠାରେ (ବାଲି) ରହିଛି ବୋଲି ମୋଦି କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)