Advertisment

ରାଜଧାନୀର କୁକୁର ମାଲିକ ସାବଧାନ ! ପୋଷା କୁକୁରଙ୍କ ପାଇଁ ଆସୁଛି କଡ଼ା ନିୟମ

BMCର ନୂଆ ବାଇ-ଲ କଥା ଶୁଣି ଚିନ୍ତାରେ କୁକୁର ମାଲିକ ।

author-image
Chandan Shishu
ଅଦ୍ୟତନ ହୋଇଛି
BMC Guidlines For Pet Dogs

BMC plans chip-based registration of pet dogs

କୁକୁର ମାଲିକ ସାବଧାନ ! ଜାଣିରଖନ୍ତୁ କୁକୁର ପାଳିବା ନିୟମ ଖିଲାପ ହେଲେ ଗଣିବେ ୧୦ ହଜାର ତଣ୍ଡ । ରାଜଧାନୀ ଭୁବନେଶ୍ୱର ରେ ପୋଷା କୁକୁର ପାଳନ ପାଇଁ ଚିଠା ମାର୍ଗଦର୍ଶିକା ଚୂଡ଼ାନ୍ତ କରିଛି BMC । ଯେଉଁଥିରେ ଉଲ୍ଲେଖ ରହିଛି ଅନେକ ନିୟମ ।
ଯେମିତିକି

Advertisment
  • -ମାଲିକମାନେ ୫ଶହ ଟଙ୍କା ଦେଇ ଅନଲାଇନରେ ପୋଷା କୁକୁରଙ୍କ ପଞ୍ଜୀକରଣ କରିବେ ।
  • -ପ୍ରତିବର୍ଷ ଏପ୍ରିଲ ପହିଲା ପୂର୍ବରୁ ୨୫୦ ଟଙ୍କା ଦେଇ ତାକୁ ରିନ୍ୟୁ କରିବେ ।
  • -ମାଲିକଙ୍କ ନାଁ ଓ ଠିକଣା ଲିଖିତ ଚିପ୍-ଟ୍ୟାଗ୍ କୁକୁର ବେକରେ ଝୁଲାଇବାକୁ ବାଧ୍ୟ ।
  • -କୁକୁର ପାଇଁ ରାବିସ୍ ଭ୍ୟାକସିନ୍ ବାଧ୍ୟତାମୂଳକ।
  • -କୁକୁର କାହାକୁ ଆକ୍ରମଣ କଲେ ବା କ୍ଷତି ପହଞ୍ଚାଇଲେ ମାଲିକ ତଣ୍ଡ ଗଣିବେ।
  • -ପାର୍କ, ରେସ୍ତୁରାଁ, ଜିମ୍ ଓ ସପିଂମଲକୁ କୁକୁର ନେବା ଉପରେ କଟକଣା ରହିବ।

ଅଧିକ ପଢ଼ନ୍ତୁ: ବୁଲା କୁକୁରଙ୍କ ସଂଖ୍ୟାରେ ଓଡ଼ିଶା ଦ୍ୱିତୀୟ, ୟୁପି ପ୍ରଥମ

  • -ସର୍ବସାଧାରଣ ସ୍ଥାନରେ ବା ରାସ୍ତାକଡ଼ରେ କୁକୁର ମଳତ୍ୟାଗ କଲେ ମାଲିକ ଫାଇନ୍ ଦେବେ
  • - ଖେଳକୁଦ କିମ୍ବା ବ୍ୟବସାୟ ଭିତ୍ତିକ କୁକୁର ପାଳନ ପାଇଁ ସ୍ବତନ୍ତ୍ର ବିଧି ରହିବ।
  • -କୁକୁରର ମୃତ୍ୟୁ ହେଲେ BMC ନିୟମ ଅନୁସାରେ ଏହାର ସତ୍କାର କରିବାକୁ ପଡ଼ିବ।
  • -ନିୟମ ଉଲ୍ଲଂଘନ ହେଲେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ।
Advertisment

ଏସବୁ ବ୍ୟତୀତ ଜଣେ ୨ରୁ ଅଧିକ କୁକୁର ରଖିବା ଏବଂ କୁକୁରଙ୍କ ବୀମା ସଂପର୍କରେ ମଧ୍ୟ ଗାଇଡଲାଇନ ଆସିପାରେ। ତେବେ BMC ର ନୂଆ ବାଇ-ଲ କଥା ଶୁଣି ଚିନ୍ତାରେ କୁକୁର ମାଲିକ । କାରଣ କୁକୁରକୁ ସେ ଘର ପାଖ ଡ୍ରେନକଡ଼କୁ ନେଉଥିଲେ ମଳତ୍ୟାଗ କରାଇବା ପାଇଁ । ହେଲେ ଆଗକୁ କଣ କରିବେ, ତାକୁ ନେଇ ସେ ସନ୍ଦିହାନ ।

ତେଣେ ଯେଉଁ ପଶୁପ୍ରେମୀମାନେ ଗୋଟିଏ କି ଦୁଇଟି ନୁହେଁ, ବହୁ ସଂଖ୍ୟକ ବୁଲା କୁକୁରଙ୍କ ପାଇଁ ଆଶ୍ରୟ ବ୍ୟବସ୍ଥା କରିଛନ୍ତି, ସେମାନଙ୍କ ପାଇଁ ପଞ୍ଜୀକରଣ ଫି ବୋଝ ଉପରେ ନଳିତା ବିଡ଼ା ହେବାକୁ ଯାଉଛି ବୋଲି କହିଛନ୍ତି ଜଣେ ପଶୁ ଅଧିକାର କର୍ମୀ । BMC ଏଭଳି ନିୟମ ଲାଗୁ କଲେ, କେହି ବୁଲା କୁକୁରଙ୍କୁ ରଖିବେନି ଓ ତା ଦ୍ବାରା କୁକୁର କାମୁଡ଼ା ସମସ୍ୟା ଆହୁରି ବଢ଼ିବ ବୋଲି ସେ ଆଶଙ୍କା କରିଛନ୍ତି। ଭୁବନେଶ୍ବର ମହାନଗର ନିଗମ ବୈଠକରେ ପ୍ରତିଦିନ ଶହେଟି ବୁଲା କୁକୁର ବନ୍ଧ୍ୟାକରଣ ଓ ମଞ୍ଚେଶ୍ବରରେ ନୂଆ ପଶୁ ଡାକ୍ତରଖାନା ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି।

ଭୁବନେଶ୍ବରରୁ ଅତୁଲ୍ୟ ବାଉତ ଓ ଅର୍ଚ୍ଚନା ଶତପଥୀଙ୍କ ରିପୋର୍ଟ

BMC Dog Lover BMC Guidelines
Advertisment
Advertisment