Advertisment

Zero Night Celebrations: ଜିରୋ ନାଇଟ୍ ବେଳେ ଜିରୋ ଟଲେରାନ୍ସ ନୀତି, ଟ୍ବିନସିଟିରେ କଡ଼ାକଡ଼ି ହେବ ଡ୍ରିଙ୍କ୍ ଆଣ୍ଡ ଡ୍ରାଇଭ୍ ଧରପଗଡ଼

ଜିରୋ ନାଇଟ୍ ପାଇଁ ପୋଲିସର ଜିରୋ ଟଲେରାନ୍ସ। ସେଲିବ୍ରେସନ କର, କିନ୍ତୁ ସୀମା ଭିତରେ । ନୂଆବର୍ଷ ପାଳନ ଭିତରେ କେହି ଭୁଲି ନଯାଆନ୍ତୁ ନିୟମ । ଡ୍ରିଙ୍କ୍‌ ଏଣ୍ଡ ଡ୍ରାଇଭ୍ ଉପରେ ପୋଲିସର ଆଖି ।

undefined

ଜିରୋ ନାଇଟ୍‌ରେ ଜିରୋ ଟଲେରାନ୍ସ

Advertisment

ଆଉ ମାତ୍ର ଦୁଇ ଦିନ ବାକି। ବିଦାୟ ନେବ ବର୍ଷ ୨୦୨୪। ନୂଆବର୍ଷକୁ ସ୍ବାଗତ ସହ ଜିରୋ ନାଇଟ୍ ସେଲିବ୍ରେସନ୍ ପାଇଁ ପ୍ରସ୍ତୁତି ଜୋର୍ । ଏହି ତୟାରି ଭିତରେ ଟୁଇନ୍ ସିଟି ସମେତ ବିଭିନ୍ନ ସହରରେ ବଢ଼ିଲାଣି ସୁରକ୍ଷା ବ୍ୟବସ୍ଥା। ଜିରୋ ନାଇଟ୍ ବେଳେ ଜିରୋ ଟଲେରାନ୍ସ ନୀତି ଆପଣାଇଥିବା ପୋଲିସ ଡ୍ରିଙ୍କ୍ ଆଣ୍ଡ ଡ୍ରାଇଭ୍ ଅଭିଯାନକୁ ଜୋରଦାର କରିବ। ସେପଟେ ପୁରୀରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ସହ ୩୧ ଓ ୧ ତାରିଖ ପାଇଁ ଜାରି ହୋଇଛି ଟ୍ରାଫିକ୍ କଟକଣା ।

Advertisment

ଜିରୋ ନାଇଟ୍ ପାଇଁ ପୋଲିସର ଜିରୋ ଟଲେରାନ୍ସ। ସେଲିବ୍ରେସନ କର, କିନ୍ତୁ ସୀମା ଭିତରେ । ନୂଆବର୍ଷ ପାଳନ ଭିତରେ କେହି ଭୁଲି ନଯାଆନ୍ତୁ ନିୟମ । ଡ୍ରିଙ୍କ୍‌ ଏଣ୍ଡ ଡ୍ରାଇଭ୍ ଉପରେ ପୋଲିସର ଆଖି । ବାର, ପବ୍ ଓ ହୋଟେଲରେ କଡ଼ାକଡ଼ି ହେବ ଚେକିଂ। ଜିରୋ ନାଇଟ୍ ପୂର୍ବରୁ ଟୁଇନ୍ ସିଟିରେ ସୁରକ୍ଷାକୁ କଡ଼ାକଡ଼ି କରିଛି କମିଶନରେଟ ପୋଲିସ । ଜୋରଦାର ହେବ ନାଇଟ୍ ଚେକିଂ, ବ୍ଲକିଂ, ନାକାବନ୍ଦୀ ସହ ମଦୁଆ ଧରପଗଡ଼ ଅଭିଯାନ । ୩୧ ସନ୍ଧ୍ୟାରୁ ଆହୁରି କଡ଼ାକଡ଼ି ହେବ ଯାଞ୍ଚ । ମଦ ପିଇ ଗାଡ଼ି ଚଳାଇଲେ ବାନ୍ଧିବ ପୋଲିସ। ସେହିପରି ରୋଡ୍ ରୋମିଓଙ୍କ ଉପରେ ତୀକ୍ଷଣ ନଜର ରହିବ । ସେମାନଙ୍କ ପାଇଁ ଜିରୋ ଟଲେରାନ୍ସ ନୀତି ଆପଣେଇଛି କମିଶନରେଟ ପୋଲିସ ।

ଅଧିକ ପଢ଼ନ୍ତୁ: ଘର ଦୁଆରେ ପ୍ରଶାସନକୁ ପହଞ୍ଚାଇବାକୁ ବଡ଼ ଯୋଜନା; ରାଜ୍ୟରେ ବିଭାଜନ ହେବ ବ୍ଲକ୍, ବଢିବ ପଞ୍ଚାୟତ

Advertisment

ଟୁଇନ୍ ସିଟିରେ କିଛି ହୋଟେଲ ଓ ଖୋଲା ସ୍ଥାନରେ ଜିରୋ ନାଇଟ ସେଲିବ୍ରେସନ ପାଇଁ ଅନୁମତି ମିଳିଛି। ଏନେଇ ଅବକାରୀ ବିଭାଗ ସହ ଆଲୋଚନା କରିଛି କମିଶନରେଟ ପୋଲିସ । କଟକରେ ମୁତୟନ ରହିବେ ୮ ପ୍ଲାଟୁନ୍ ଫୋର୍ସ । ରାତି ୧୨ଟା ପରେ ଜିରୋ ନାଇଟ୍ ସେଲିବ୍ରେସନରେ ମାତିଲେ କାର୍ଯ୍ୟାନୁଷ୍ଠାନ ଚେତାବନୀ ଦେଇଛନ୍ତି କଟକ ଡିସିପି ।

ସେହିପରି ନୂଆବର୍ଷ ପାଇଁ ପୁରୀରେ ବଢ଼ିଲାଣି ଭିଡ଼। ଶ୍ରୀକ୍ଷେତ୍ରକୁ ଛୁଟିଲାଣି ରାଜ୍ୟ ତଥା ଦେଶ ବିଦେଶରୁ ପର୍ଯ୍ୟଟକ ସୁଅ । ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଦର୍ଶନ ବ୍ୟବସ୍ଥା କରିଛି ଶ୍ରୀମନ୍ଦିର ପ୍ରଶାସନ। ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରୁ ମାର୍କେଟ୍ ଛକ ଯାଏ ବ୍ୟାରିକେଡ୍ କରାଯାଇଛି । ୩୧ ଓ ୧ ତାରିଖରେ କେବଳ ସିଂହଦ୍ବାର ଦେଇ ପ୍ରବେଶ କରିବେ ଭକ୍ତ। ଅନ୍ୟ ୩ ଦ୍ବାର ଦେଇ ପ୍ରସ୍ଥାନ କରିବେ। ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ସେହିପରି ୩୧ ଓ ୧ ତାରିଖ ପାଇଁ ପୁରୀରେ ଜାରି ହୋଇଛି ସ୍ବତନ୍ତ୍ର ଟ୍ରାଫିକ କଟକଣା। ମେଡିକାଲ ଛକରୁ ଶ୍ରୀମନ୍ଦିର ନୋ ଭେହିକିଲ୍ ଜୋନ୍ ହେବ । ସହରର ମୁଖ୍ୟ ପ୍ରବେଶ ପଥରେ କଡ଼ାକଡ଼ି ହେବ ଚେକିଂ। ଭୁବନେଶ୍ବର ପଟୁ ଆସୁଥିବା ଚାରି ଚକିଆ ଗାଡ଼ି ଜେଲ ରୋଡରେ ପାର୍କିଂ କରିବେ । କୋଣାର୍କ ପଟରୁ ଆସିଲେ ତାଳବଣିଆ ଓ ବ୍ରହ୍ମଗିରି ପଟରୁ ଆସୁଥିବା ଗାଡ଼ି ଗାଡ଼ି ଷ୍ଟର୍ଲିନ କିମ୍ବା ଯାତ୍ରୀକାରେ କରିବେ ପାର୍କିଂ। ସମୁଦ୍ରରେ ସୁରକ୍ଷିତ ସ୍ନାନ ପାଇଁ ପର୍ଯ୍ୟାପ୍ତ ଲାଇଫଗାର୍ଡ ମୁତୟନ ରହିବେ। ନୂଆବର୍ଷରକୁ ଦୃଷ୍ଟିରେ ରଖି ପୁରୀରେ ମୁତୟନ ରହିବେ ୬୦ ପ୍ଲାଟୁନ୍ ଫୋର୍ସ ।

Advertisment

ଅଧିକ ପଢ଼ନ୍ତୁ: ମିଳେଇଗଲା ନୂଆବର୍ଷ ଖୁସି; ଘାଟିରେ ୧୦ ଫୁଟ୍ ତଳକୁ ଖସିଲା ବସ୍, ଚାଲିଗଲା ୩ ଜୀବନ,୨୫ ଆହତ...

Bhubaneswar Commissionerate Police Zero Night Celebrations
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ