Advertisment

ଗୋଟିଏ ମାସ ପରେ ମୋହନ ସରକାର; ହାସଲ କଲେ ୬ଟି ବଡ଼ ଉପଲବ୍ଧି....

ନୂଆ ସରକାରକୁ ଦେଖୁ ଦେଖୁ ମାସେ ପୂରି ଗଲାଣି । ଅନେକ ଆଶା ଆକାଂକ୍ଷା ଭିତରେ ଏଇ ମାସକ ଭିତରେ ଅନେକ ବଡ଼ ଉପଲବ୍ଧି ହାସଲ କରିଛି ମୋହନଙ୍କ ସରକାର ।

author-image
Sujit kumar Swain
ଅଦ୍ୟତନ ହୋଇଛି
Key Achievements Of New BJP Govt In Odisha As It Completes 1 Month

Mohan Majhi

୧୧ ଜୁନ୍ ୨୦୨୪ ବୁଧବାର । ୨୫ ବର୍ଷ ପରେ କଡ଼ ଲେଉଟାଇଲା ଓଡ଼ିଶା ରାଜନୀତି। ୨୫ ବର୍ଷ ପୁରୁଣା ନବୀନ ସରକାରର ପତନ ପରେ ଅଢ଼େଇ ଦଶନ୍ଧି ବ୍ୟବଧାନରେ ଓଡ଼ିଶା ଦେଖିଥିଲା ନୂଆ ନେତୃତ୍ୱ। ବିଜେଡିକୁ ହଟାଇ ଶପଥ ନେଲା, ବିଜେପି ସରକାର। ମୁଖ୍ୟମନ୍ତ୍ରୀ ଭାବେ ଓଡ଼ିଶାର ମଙ୍ଗ ସମ୍ଭାଳିଥିଲେ ମୋହନ ଚରଣ ମାଝି। ଆଉ ଏହି ନୂଆ ସରକାରକୁ ଦେଖୁ ଦେଖୁ ମାସେ ପୂରି ଗଲାଣି। ଅନେକ ଆଶା ଆକାଂକ୍ଷା ଭିତରେ ଏଇ ମାସକ ଭିତରେ ଅନେକ ବଡ଼ ଉପଲବ୍ଧି ହାସଲ କରିଛି ମୋହନଙ୍କ ସରକାର।

Advertisment

ଅଧିକ ପଢ଼ନ୍ତୁ: ନବୀନଙ୍କ ଚିଠିର ଜବାବ ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

୧. ଖୋଲିଲା ୪ ଦୁଆର, ହଟିଲା ବ୍ୟାରିକେଡ୍...

ସରକାରକୁ ଆସିବା ଆଗରୁ କହିଥିଲେ, ଶପଥ ନେବୁ ତ ପ୍ରଥମେ ଖୋଲିବୁ ଶ୍ରୀମନ୍ଦିର ଚାରି ଦୁଆର। ସେଇଆ କଲେ, କୋଭିଡ ପରଠାରୁ ବନ୍ଦ ଥିବା ଶ୍ରୀମନ୍ଦିରର ବାକି ୩ ଦୁଆରକୁ, କ୍ଷମତାକୁ ଆସିବା ସଙ୍ଗେ ସଙ୍ଗେ ହିଁ ମୋହନ ମାଝୀ ସରକାର ଶ୍ରୀମନ୍ଦିରର ସବୁ ଦୁଇର ଖୋଲିବାକୁ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ ଓ ତାଙ୍କ ମନ୍ତ୍ରୀମାନଙ୍କ ଉପରସ୍ଥିତିରେ ଦୁଆର ଖୋଲା ଯାଇଥିଲା ।

୨. ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ...

ବିଜେପି ସରକାର କ୍ଷମତାକୁ ଆସିବା ପରେ ପରେ ହିଁ ହଠାତ୍ ଅପପ୍ରଚାର ଆରମ୍ଭ ହୋଇଗଲା, ନବୀନ ସରକାର ଅମଳରେ ଚାଲିଥିବା ବି.ଏସ୍.କେ.ୱାଇ. କାର୍ଡ ବନ୍ଦ ହୋଇଯିବ, ବଦଳରେ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହେବ। ହିତାଧିକାରୀଙ୍କ ଭିତରେ ଆତଙ୍କ ଖେଳିଗଲା। ବିଭ୍ରାନ୍ତିକର ବିଜ୍ଞାପନ, ଗଣମାଧ୍ୟମ ଖବର, ସୋସିଆଲ ମିଡିଆ ପୋଷ୍ଟିଂ ନିଆଁକୁ ଘିଅ ଯୋଗାଇଲା। ସ୍ଥିତିକୁ ଦେଖି ଶେଷରେ ସରକାର କହିଲେ, ବି.ଏସ୍.କେ.ୱାଇ. କାର୍ଡ ଚାଲୁ ରହିବ। ଏବେ ବନ୍ଦ ହେବାର ନାହିଁ।

Advertisment

୩. ଚାଷୀଙ୍କ ଧାନ MSP ବୃଦ୍ଧି...

ନିର୍ବାଚନ ବେଳେ ଇସ୍ତାହାରରେ ଘୋଷଣା କରିଥିଲେ, କ୍ଷମତାକୁ ଆସିଲେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୧ଶହକୁ ବୃଦ୍ଧି ପାଇବ। ସେଇଆ ହେଲା, କେନ୍ଦ୍ର କ୍ୟାବିନେଟର ନିଷ୍ପତ୍ତି ମୁତାବକ ଚାଷୀଙ୍କ ପାଇଁ ବଡ ଘୋଷଣା କଲା ମୋହନ ସରକାର । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୧୦୦ ଟଙ୍କା କରିବାକୁ ପ୍ରତିଶ୍ରୁତି ମିଳିଲା । କେନ୍ଦ୍ର କ୍ୟାବିନେଟର ନିଷ୍ପତ୍ତି ମୁତାବକ ଚାଷୀଙ୍କୁ ୫.୩୫% ବର୍ଦ୍ଧିତ ଭାବେ କ୍ୱିଣ୍ଟାଲ ପିଛା ୨୩୦୦ ଟଙ୍କା ମିଳିବ, ଆଉ ରାଜ୍ୟ ସରକାର ଏଥିରେ ୮ଶହ ଟଙ୍କା ମିଶାଇ ମୋ ୩୧୦୦ ଟଙ୍କା ଦେବେ।

ଅଧିକ ପଢ଼ନ୍ତୁ: ଅମାନିଆ ସାବଧାନ୍‌, ଟ୍ରାଫିକ୍‌ ନିୟମ ଭାଙ୍ଗିଲେ ଚକାରୁ ହାୱା ଖୋଲିଦେବ ପୋଲିସ୍‌

୪. ବନ୍ଦ କଲେନି ମିଶନ ଶକ୍ତି...

ମହିଳା ସଶକ୍ତିକରଣ ମୂଳ ଲକ୍ଷ୍ୟ। ଲୋକଙ୍କ ମନରେ ଆଶଙ୍କା ଥିଲା ବିଜେପି ଆସିଲେ ମହିଳାଙ୍କ ସଶକ୍ତିକରଣ ପାଇଁ ଚାଲିଥିବା ମିଶନ ଶକ୍ତି ଯୋଜନା ବନ୍ଦ କରିଦେବେ। କିନ୍ତୁ ଏହି ଆଶଙ୍କାକୁ ଅମୂଳକ ପ୍ରମାଣିତ କରି ବିଭାଗୀୟ ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଘୋଷଣା କଲେ, ମିଶନ ଶକ୍ତି ପୂର୍ବବତ୍ ଚାଲୁ ରହିବ। ବରଂ ୨୦୦୧ ମାର୍ଚ୍ଚ ୮ରେ ଆରମ୍ଭ ହୋଇଥିବା ଏହି ମହିଳା ସ୍ୱାବଲମ୍ବୀ ଯୋଜନାକୁ ଅଧିକ ଶକ୍ତିଶାଳୀ କରିବାକୁ ସରକାର ଘୋଷଣା କଲେ ।

୫. ଲକ୍ଷ୍ମୀ ବସ୍ ନାଁ ଓ ରଙ୍ଗ ବଦଳିଲା...

ଯୋଜନା ବନ୍ଦ ହେବନି, କିନ୍ତୁ ବଦଳି ଯିବ ନାଁ ଓ ରଙ୍ଗ। କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଜେଡି ସରକାର ଆରମ୍ଭ କରିଥିବା ଲକ୍ଷ୍ମୀ ବସ୍ ଯୋଜନା ବା Location Accessible Multi-modal Initiative (LAccMI). ଯୋଜନାକୁ ସରକାର ବନ୍ଦ କରିଦେବେ ବୋଲି ସମସ୍ତେ କହୁଥିଲେ। କିନ୍ତୁ ଏହାଦ୍ୱାରା ଗୁଡ଼ାଏ ଟଙ୍କା ବରବାଦ ହୋଇଥାନ୍ତା। ସେଥିପାଇଁ ମୋହନ ସରକାର ଏହି ଯୋଜନାକୁ ଚାଲୁ ରଖିବାକୁ ଘୋଷଣା କରିବା ସହ ଏହାର ନାଁ ମୁଖ୍ୟମନ୍ତ୍ରୀ ବସ୍ ସେବା ରଖିବାକୁ ମନ୍ତ୍ରୀ ସୂଚନା ଦେଇଛନ୍ତି।

୬. ଖୋଲିଲା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ...

ଅଭିଯୋଗ ପ୍ରକୋଷ୍ଠ ଥିଲା, କିନ୍ତୁ ଖୋଲୁ ନଥିଲା, କିମ୍ବା ମୁଖ୍ୟମନ୍ତ୍ରୀ ସେଠାକୁ ଆସୁନଥିଲେ। କିନ୍ତୁ ବିଜେପି ସରକାର କ୍ଷମତାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ଅଗ୍ରାଧିକାର ଭିତ୍ତିରେ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠକୁ ଖୋଲିବା ସହିତ ସେ ନିଜେ ଲୋକଙ୍କୁ ଭେଟି ସେମାନଙ୍କ ଅଭିଯୋଗ ଶୁଣିଛନ୍ତି। ନିଜକୁ ଲୋକଙ୍କ ସରକାର ବୋଲି ବାରମ୍ବାର କହୁଥିବା ମୋହନ ମାଝୀଙ୍କର ଏହି ପଦକ୍ଷେପ ସାଧାରଣ ଓଡ଼ିଆଙ୍କ ମନରେ ଆଶା ସଂଚାର କରିପାରିଛି।

ଏହିସବୁ ବଡ଼ ଉପଲବ୍ଧି ହାସଲ କରିଥିବା ମୋହନ ସରକାରକୁ, ଗତ ମାସକ ଭିତରେ କିଛି ଘଟଣା ଅଡୁଆରେ ମଧ୍ୟ ପକାଇଛି । ଯେମିତିକି ରତ୍ନଭଣ୍ଡାର ଖୋଲିବା । ଯଦିଓ ଏବାବଦରେ ସରକାର ତାଙ୍କ ପ୍ରୟାସ ଜାରି ରଖିଛନ୍ତି, କିନ୍ତୁ ବାରମ୍ବାର ଏ ପ୍ରସଙ୍ଗରେ ପ୍ରଶ୍ନର ସାମ୍ନା କରିବାକୁ ପଡୁଛି। ସେହିପରି ଅତ୍ୟଧିକ ବର୍ଷା ଯୋଗୁ, ଡ୍ରେନରେ ଜଣେ ଛୋଟ ପିଲା ଭାସିଯାଇ ପ୍ରାଣ ହରାଇବା ଘଟଣାରେ, ମୋହନ ସରକାରକୁ ସାଧାରଣ ଲୋକଙ୍କ ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିଛି । ସେହିପରି ରଥରେ ପହଣ୍ଡି ବେଳେ ବଡ଼ଠାକୁର ପଡ଼ିଯିବା ଘଟଣା ସରକାରଙ୍କ ପାଇଁ ସର୍ବାଧିକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଛି  । ସେହିପରି କେନ୍ଦ୍ର ସୁଭଦ୍ରା ଯୋଜନାକୁ ଓଡ଼ିଶାରେ ଲାଗୁ କରିବା ସରକାର ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି । ନିର୍ବାଚନ ପୂର୍ବରୁ ବିଜେପି ଏ ସଂପର୍କରେ ଇସ୍ତାହାରରେ ଲେଖିଥିଲା । ତେବେ ଏହା କିପରି ଲାଗୁ ହେବ ତାହା ହିଁ ବଡ଼ ଆହ୍ୱାନ । 

ଅଧିକ ପଢ଼ନ୍ତୁ: ସଚିବ ସ୍ତରରେ ଅଦଳବଦଳ; ହଟିଲେ ଇଡକୋର ଚେୟାରମ୍ୟାନ୍ ହେମନ୍ତ ଶର୍ମା

BJP Odisha CM Mohan Majhi
Advertisment
Advertisment