Advertisment

Vigilance Raid: ଭିଜିଲାନ୍ସ ଜାଲରେ ଜଳବିଭାଜିକା ମିଶନର ପୂର୍ବତନ ପ୍ରକଳ୍ପ ନିର୍ଦ୍ଦେଶକ

ଜଳଛାୟା ବିଭାଗର ପୂର୍ବତନ ପ୍ରକଳ୍ପ ନିର୍ଦ୍ଦେଶକ ଓ ମୃତ୍ତିକା ସଂରକ୍ଷଣ ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକାସାଙ୍ଗେ ୮ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରିଛି।

author-image
Chinmayee Sahoo
ଅଦ୍ୟତନ ହୋଇଛି
Vigilance

Vigilance

ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି ଜଳବିଭାଜିକା ମିଶନର ପୂର୍ବତନ ପ୍ରକଳ୍ପ ନିର୍ଦ୍ଦେଶକ। ମୃତ୍ତିକା ସଂରକ୍ଷଣ ଓ ଜଳଛାୟା ବିଭାଗର ପୂର୍ବତନ ପ୍ରକଳ୍ପ ନିର୍ଦ୍ଦେଶକ ତଥା ବର୍ତ୍ତମାନ ମୃତ୍ତିକା ସଂରକ୍ଷଣ ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗଙ୍କ ଘରେ ରେଡ୍ । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଦୟାନିଧି ବାଗଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ । ଭୁବନେଶ୍ବର, କଳାହାଣ୍ଡି ଓ ନବରଙ୍ଗପୁରର ଏକାକାଳୀନ ୮ଟି ସ୍ଥାନରେ ଭିଜିଲାନ୍ସର ଚଢ଼ାଉ ଜାରି ରହିଛି । କଳାହାଣ୍ଡିରେ ଥିବା ଘର, ଭୁବନେଶ୍ବର ଚନ୍ଦ୍ରଶେଖରପୁର ଓ ଗୋଠପାଟଣାରେ, ସରକାରୀ କାର୍ଯ୍ୟାଳୟରେ ଛାନଭିନ୍ ସମେତ ନବରଙ୍ଗପୁରର ଏକାଧିକ ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ । 

Advertisment

ଅଧିକ ପଢନ୍ତୁ: ଭିଜିଲାନ୍ସ ଜାଲରେ ଫସିଲେ ସହକାରୀ ଯନ୍ତ୍ରୀ, ଏକକାଳୀନ ୭ ସ୍ଥାନରେ ଚଢାଉ

ଭବାନୀପାଟଣା  ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ୱାରା ଜାରି ହୋଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଏହି ଚଢ଼ାଉରେ ୧୦ ଜଣ ଡିଏସପି, ୮ ଜଣ ଇନ୍ସପେକ୍ଟରଙ୍କ ସହ ୧୦ ଜଣ ଏଏସଆଇ ଓ ଅନ୍ୟାନ୍ୟ ସହକାରୀ କର୍ମଚାରୀ ସାମିଲ ହୋଇଛନ୍ତି।

Advertisment

ନିମ୍ନଲିଖିତ ସ୍ଥାନରେ ଚଢାଉ ଜାରି ରହିଛି:-

  • କଳାହାଣ୍ଡି ଜିଲ୍ଲାର ଜୁନାଗଡ ଥାନା ଅନ୍ତର୍ଗତ ମାଲଗୁଣ୍ଡ ପୋଷ୍ଟ ଅଧିନ କୁପଗାଁରେ ଥିବା ଦୟାନିଧି ବାଗଙ୍କ ବାସଭବନ
  • କଳାହାଣ୍ଡିର ଧର୍ମଗଡର ବିକ୍ରମଗୁଡାରେ ଥିବା ତାଙ୍କ ଶ୍ୱଶୁରଙ୍କ ଘର
  • ଭୁବନେଶ୍ୱରର ଗୋଠପାଟଣାରେ ମହାନଦୀ ଆପାର୍ଟମେଣ୍ଟର ଫ୍ଲାଟ ନମ୍ବର 1-D
  • ଭୁବନେଶ୍ୱରର ଚନ୍ଦ୍ରଶେଖରପୁରରେ ଥିବା LIG ଘର
  • ଭୁବନେଶ୍ୱର ସ୍ଥିତ ଓଡ଼ିଶା ସରକାରଙ୍କ ମୃତ୍ତିକା ସଂରକ୍ଷଣ ଏବଂ ଜଳଛାୟା ବିକାଶ ବିଭାଗରେ ଥିବା କାର୍ଯ୍ୟାଳୟ
  • ନବରଙ୍ଗପୁରର ନବରଙ୍ଗପୁର ଟାଉନ ସ୍ଥିତ ପାଦଲଗୁଡାର ମାଝୀଗୁଡା ଛକରେ ଥିବା ଏକ ନିର୍ମାଣାଧୀନ ବିଲ୍ଡିଂ
  • ନବରଙ୍ଗପୁରର ଚୁଟିଆଗୁଡା ମୌଜାର ଚୁଟିଆଗୁଡା ଛକ ସ୍ଥିତ ବାଗଙ୍କ ସ୍ତ୍ରୀଙ୍କ ନାମରେ ଥିବା ଏକ ଘର
  • ନବରଙ୍ଗପୁରର ଚୁଟିଆଗୁଡା ମୌଜାର ଚୁଟିଆଗୁଡା ଛକ ସ୍ଥିତ ବାଗଙ୍କ ସ୍ତ୍ରୀଙ୍କ ନାମରେ ଥିବା ଆଉ ଏକ ଘର

ଅଧିକ ପଢନ୍ତୁ: ଭିଜିଲାନ୍ସ ଜାଲରେ ୨ ସରକାରୀ ବାବୁ, ଅଙ୍ଗନୱାଡି କର୍ମୀଙ୍କଠାରୁ ଲାଞ୍ଚ ନେଇ ଧରାପଡ଼ିଲେ

DA Case Vigilance Raid
Advertisment
Advertisment