/odishatv-khabar/media/post_attachments/uploadimage/library/16_9/16_9_0/IMAGE_1751084388.jpg)
Vigilance raid
ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି ସହକାରୀ ନିର୍ବାହୀ ଯନ୍ତ୍ରୀ । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଗଞ୍ଜାମ ବ୍ଲକର କାର୍ଯ୍ୟକାରୀ ସହକାରୀ ଯନ୍ତ୍ରୀ ସୁଶୀଲ କୁମାର ପଣ୍ଡାଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ । ଗଞ୍ଜାମ ଓ ପୁରୀ ସମେତ ଏକାକାଳୀନ ୭ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି । ବ୍ରହ୍ମପୁର ରାମହରି ନଗର, ଆଙ୍କୁଲି, ପୁରୀ ଚୂଡଙ୍ଗ ସାହି, କବିସୂର୍ଯ୍ୟନଗରର ଗୁଡିଆଳି, ପୁରୁଷୋତ୍ତମପୁରର ବେଢ ଗାଁ, ଗଞ୍ଜାମ ବ୍ଲକ କାର୍ଯ୍ୟାଳୟରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ ।
ବ୍ରହ୍ମପୁର ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ୱାରା ଜାରି ହୋଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଏହି ଚଢ଼ାଉରେ ୬ ଜଣ ଡିଏସପି, ୭ ଜଣ ଇନ୍ସପେକ୍ଟରଙ୍କ ସହ ଅନ୍ୟାନ୍ୟ ସହକାରୀ କର୍ମଚାରୀ ସାମିଲ ହୋଇଛନ୍ତି । ଭିଜିଲାନ୍ସ ଚଢ଼ାଉ ସମୟରେ ଲକ୍ଷାଧିକ ନଗଦ ଟଙ୍କା ସହ କିଛି ସୁନା ଅଳଙ୍କାର ଜବତ କରିଛି ଭିଜିଲାନ୍ସ । ଏବେ ବି ଚଢାଉ ଜାରି ରହିଛି ।
ନିମ୍ନଲିଖିତ ସ୍ଥାନରେ ଚଢାଉ ଜାରି ରହିଛି:-
ବ୍ରହ୍ମପୁରର ରାମହରି ନଗରରେ ଥିବା ତିନି ମହଲା ବିଲ୍ଡିଂ
ବ୍ରହ୍ମପୁରର ଆଙ୍କୁଲିରେ ଥିବା ମୁକ୍ତେଶ୍ୱର ଆପାର୍ଟମେଣ୍ଟର ଫ୍ଲାଟ ନମ୍ବର- ୨୦୫
ବ୍ରହ୍ମପୁରର ଆଙ୍କୁଲିରେ ତାଙ୍କ ଭାଇଙ୍କ ନାମରେ ଥିବା ମୁକ୍ତେଶ୍ୱର ଆପାର୍ଟମେଣ୍ଟର ଅନ୍ୟ ଏକ ଫ୍ଲାଟ
ଗଞ୍ଜାମର କବିସୂର୍ଯ୍ୟନଗରର ଗୁଡିଆଳି ଗାଁରେ ଥିବା ତାଙ୍କ ପୈତୃକ ଘର
ଗଞ୍ଜାମ ପୁରୁଷୋତ୍ତମପୁରର ବେଢାରେ ଥିବା ତାଙ୍କ ଶ୍ୱଶୁରଙ୍କ ଘର
ଗଞ୍ଜାମ ବ୍ଲକରେ ଥିବା କାର୍ଯ୍ୟାଳୟ
ପୁରୀର ଚୂଡଙ୍ଗ ସାହିରେ ଥିବା ଫ୍ଲାଟ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)