Advertisment

Belgian Man: ଭାବୀ ପତ୍ନୀକୁ ଦେଖିବାକୁ ୫୦୦ ମାଇଲ୍ ଗଲେ, କାନମୁଣ୍ଡା ଆଉଁସି ଫେରିଲେ

"ମୁଁ ଏହି ବ୍ୟକ୍ତି ପାଇଁ ବହୁତ ଦୁଃଖୀ ଅନୁଭବ କରୁଛି... ନକଲି ଆକାଉଣ୍ଟଗୁଡ଼ିକ ଠାରୁ ସାବଧାନ ରୁହନ୍ତୁ। ମୁଁ ଏହି ଭିଡିଓ ଶେୟାର କରୁଛି ଦର୍ଶାଇବା ପାଇଁ ଯେ ଏହା ସତ୍ୟ ଏବଂ ସମସ୍ତଙ୍କୁ ସତର୍କ ରହିବାକୁ ଅନୁରୋଧ କରୁଛି। ନିଜର ଯତ୍ନ ନିଅ।"

author-image
Tapan Kumar Swain
ଅଦ୍ୟତନ ହୋଇଛି
Quarrel

Quarrel

ଭାବୀ ପତ୍ନୀକୁ ଦେଖିବାକୁ ଜଣେ ବେଲଜିୟମ ଯୁବକ ପ୍ରାୟ ୫୦୦ ମାଇଲ ଡ୍ରାଇଭ୍ କରି ଗଲେ । କିନ୍ତୁ ଶିଶୁପାଳ ହୋଇ କାନମୁଣ୍ଡା ଆଉଁସି ଫେରିଲେ । ସେ ଯାହା ପାଖକୁ ଯାଇଥିଲେ ସେ ହେଉଛନ୍ତି ଜଣେ ଫ୍ରେଞ୍ଚ ମଡେଲ୍ ।

Advertisment

ତାଙ୍କର ଏହି ଯାତ୍ରା ନିରାଶାରେ ପରିଣତ ହୋଇଛି । ସେଠାରେ ପହଞ୍ଚିବା ପରେ ସେ ଯାହା ଦେଖିଲେ, ସେଥିରେ ହତବାକ୍ ହୋଇଗଲେ । ଏହି ମଡେଲଙ୍କ ଘରେ ପହଞ୍ଚି ସେ କଲିଂବେଲ୍ ମାରିବା ପରେ ତାଙ୍କ ସ୍ୱାମୀ ଆସି କଥା ହୋଇଥିଲେ ।

ମାଇକେଲ୍ ନାମକ ଏହି ଯୁବକ ମଡେଲ୍ ସୋଫି ଭୌଜେଲାଉଡଙ୍କୁ ଦେଖା କରିବାକୁ ଆସିଛନ୍ତି ବୋଲି କହିଥିଲେ । ମଡେଲଙ୍କ ସ୍ୱାମୀ ପଚାରିଥିଲେ, ତୁମେ କିଏ ? ଏହି ଯୁବକ ଜଣକ କହିଥିଲେ, ମୁଁ ତାଙ୍କର ଭାବୀ ସ୍ୱାମୀ ।

Advertisment

ତାଙ୍କ ସ୍ୱାମୀ କହିଥିଲେ, ମୁଁ ତାଙ୍କର ପ୍ରକୃତ  ସ୍ୱାମୀ । ତୁମେ ଭାବୀ ସ୍ୱାମୀ ହେଲ କେମିତି ? ଏହାକୁ ନେଇ ଦୁଇଜଣଙ୍କ ମଧ୍ୟରେ କିଛି ସମୟ ପାଇଁ ଯୁକ୍ତିତର୍କ ହୋଇଥିଲା । ଏହି ଯୁବକ ଜଣକ ଅପ୍ରସ୍ତୁତ ହୋଇପଡିଥିଲେ । ମାଇକେଲ୍ ଏହି ମଡେଲଙ୍କୁ ଭାବୀ ପତ୍ନୀ ବୋଲି ଆଗରୁ ଦୃଢ଼ ନିଶ୍ଚିତ ଥିଲେ । ତାଙ୍କ ସ୍ୱାମୀଙ୍କ ସହ ଯୁକ୍ତିତର୍କ ପରେ ସେ ବିଷାଦଗ୍ରସ୍ତ ହୋଇଯାଇଥିଲେ । ତାଙ୍କ ମୁହଁ ଶୁଖିଯାଇଥିଲା ।

ମଡେଲଙ୍କ ସ୍ୱାମୀ ଫାବିୟେନ୍ ଏହି କଥାବାର୍ତ୍ତାର କିଛି ଅଂଶ ଭିଡିଓ ରେକର୍ଡିଂ କରିଛନ୍ତି । ସେ ଏହାକୁ ସୋସିଆଲ୍ ମିଡିଆରେ ଶେୟାର କରିଛନ୍ତି । ଏହି ଭିଡିଓରେ କୁହାଯାଇଛି,

"ମୋତେ ଏହା ଫିଲ୍ମ କରିବାକୁ ପଡ଼ିବ କାରଣ ଜଣେ ବ୍ୟକ୍ତି ମୋ ଦ୍ୱାରବେଲ ବଜାଇଲେ ଏବଂ ସେ କହୁଛନ୍ତି 'ମୁଁ ସୋଫି ଭୌଜେଲାଉଡଙ୍କର ଭାବୀ ସ୍ୱାମୀ'।" ଫାବିୟେନ ଭିଡିଓରେ କହିଛନ୍ତି  "ଠିକ୍ ଅଛି, ମୁଁ ବର୍ତ୍ତମାନର ସ୍ୱାମୀ।" ଏହା ପରେ ଏକ ଅପ୍ରୀତିକର ବାର୍ତ୍ତାଳାପ ହୋଇଥିଲା, ଯେଉଁଥିରେ ମାଇକେଲ୍ ତାଙ୍କର ଦାବି ଉପରେ ଦୃଢ଼ ଥିଲେ, ଆଉ ଫାବିୟେନ ପରିସ୍ଥିତିର ବାସ୍ତବତା ଜଣାଇବାକୁ ଚେଷ୍ଟା କରୁଥିଲେ।

ନିଜେ ମଡେଲ୍ ସୋଫି ଭୌଜେଲାଉଡ ଏକ ଭିଡିଓ ଇନଷ୍ଟାଗ୍ରାମରେ ଶେୟାର କରିଥିଲେ, ଯାହାର କ୍ୟାପସନ ଫ୍ରେଞ୍ଚ ଭାଷାରେ ଲେଖାଯାଇଥିଲା। ଇଂରାଜୀରେ ଅନୁବାଦ କଲେ ଏହା ଏପରି ହେବ: "ମୁଁ ଏହି ବ୍ୟକ୍ତି ପାଇଁ ବହୁତ ଦୁଃଖୀ ଅନୁଭବ କରୁଛି... ନକଲି ଆକାଉଣ୍ଟଗୁଡ଼ିକ ଠାରୁ ସାବଧାନ ରୁହନ୍ତୁ। ମୁଁ ଏହି ଭିଡିଓ ଶେୟାର କରୁଛି ଦର୍ଶାଇବା ପାଇଁ ଯେ ଏହା ସତ୍ୟ ଏବଂ ସମସ୍ତଙ୍କୁ ସତର୍କ ରହିବାକୁ ଅନୁରୋଧ କରୁଛି। ନିଜର ଯତ୍ନ ନିଅ।"

ମାଇକେଲ୍ ସ୍ୱୀକାର କରିଥିଲେ ଯେ ତାଙ୍କର ଘଟଣା ବିଷୟରେ ଧାରଣାରେ କିଛି "ଭୁଲ" ହୋଇଥାଇପାରେ। ଏହି ଘଟଣା ସମସ୍ତ ପକ୍ଷଙ୍କୁ ଅବିଶ୍ୱାସ ଲାଗିଥିଲା । "ମୁଁ ଭାବୁଛି ସେ ମୋ ସହ କିଏ ଜଣେ ଚାଲାକି କରିଛନ୍ତି" ।

ପରେ ଜଣାପଡିଥିଲା, ଅନଲାଇନରେ ସୋଫି ଭୌଜେଲାଉଡ ଭାବରେ ନିଜକୁ ପୋଜ କରି କେହି ଦୁବୃର୍ତ୍ତ ଏହି ଯୁବକଙ୍କ ଠାରୁ ପ୍ରାୟ ୩୫,୦୦୦ ଡଲାର ନେଇଯାଇଛନ୍ତି ।

ଅଧିକ ପଢ଼ନ୍ତୁ: ଆପ୍ ଜରିଆରେ ପାକିସ୍ତାନରୁ ଆସୁଥିଲା ଆତଙ୍କବାଦୀଙ୍କ ମେସେଜ୍, ନେଟୱାର୍କ ଭାଙ୍ଗିଦେଲା ପୋଲିସ୍

Social Media By Husband Belgium
Advertisment
Advertisment