Advertisment

Mass Suicide: କାହିଁକି ନେଲେ ଏଭଳି ନିଷ୍ପତ୍ତି, କାରଣ ଖୋଜୁଛି ପୋଲିସ୍

ଏହି ପରିବାର ବଗୋଦରା ବସଷ୍ଟାଣ୍ଡ ନିକଟରେ ଏକ ଭଡ଼ା ଘରେ ରହୁଥିଲେ। ସେମାନେ ବିଷ ପିଇ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଘଟଣା ସମ୍ପର୍କରେ ସୂଚନା ମିଳିବା ମାତ୍ରେ ବଗୋଦରା ପୋଲିସ ଏବଂ ୧୦୮ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚିଥିଲେ।

author-image
Tapan Kumar Swain
End Life

End Life

ଗୋଟିଏ ପରିବାରର ୫ ଜଣ ସଦସ୍ୟ ଆତ୍ମହତ୍ୟା କରିଛନ୍ତି। ପୋଲିସ ସେମାନଙ୍କ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି । ଗୁଜରାଟର ଅହମଦାବାଦ ଜିଲ୍ଲାର ବାବଲା ତହସିଲ ଅନ୍ତର୍ଗତ ବଗୋଦରା ଗାଁରେ ଏହି ଦୁଃଖଦ ଘଟଣା ଘଟିଛି ।

Advertisment

ଏହି ଘଟଣା ଶନିବାର ରାତିରେ ଘଟିଥିବା ଜଣାପଡ଼ିଛି ।

ପୋଲିସ ସୂଚନା ଅନୁସାରେ, ଏହି ପରିବାର ବଗୋଦରା ବସଷ୍ଟାଣ୍ଡ ନିକଟରେ ଏକ ଭଡ଼ା ଘରେ ରହୁଥିଲେ। ସେମାନେ ବିଷ ପିଇ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଘଟଣା ସମ୍ପର୍କରେ ସୂଚନା ମିଳିବା ମାତ୍ରେ ବଗୋଦରା ପୋଲିସ ଏବଂ ୧୦୮ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚିଥିଲେ।

ଘଟଣାର ଗମ୍ଭୀରତାକୁ ଦେଖି ଅହମଦାବାଦ ରୁରାଲ୍ ଏସପି, ସ୍ୱତନ୍ତ୍ର ଅପରେସନ ଗ୍ରୁପ (SOG) ଏବଂ ଧନ୍ଧୁକା ASP ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଏହି ଘଟଣାର ସାଇଣ୍ଟିଫିକ ତଦନ୍ତ ମଧ୍ୟ କରାଯାଉଛି । ମୃତକମାନେ ହେଉଛନ୍ତି ବିପୁଳ କାଞ୍ଜି ବାଘେଲା (୩୪), ତାଙ୍କ ପତ୍ନୀ ସୋନାଲ (୨୬), ଏବଂ ସେମାନଙ୍କର ତିନି ସନ୍ତାନ— ଦୁଇ ଝିଅ (୧୧ ଓ ୫ ବର୍ଷ) ଏବଂ ଗୋଟିଏ ପୁଅ (୮ ବର୍ଷ)। ବିପୁଳ କାଞ୍ଜି ବାଘେଲା ଜଣେ ଅଟୋରିକ୍ସା ଚାଳକ ଭାବେ କାର୍ଯ୍ୟ କରୁଥିଲେ । ଏହି ପରିବାର ମୂଳତଃ ଧୋଲକାର ବାସିନ୍ଦା ଥିଲେ। ସେମାନେ ବାବଲାରେ ଏକ ଭଡ଼ା ଘରେ ରହୁଥିଲେ।

Advertisment

ବର୍ତ୍ତମାନ ସୁଦ୍ଧା ଏହି ସାମୂହିକ ଆତ୍ମହତ୍ୟାର ନିର୍ଦ୍ଦିଷ୍ଟ କାରଣ ସ୍ପଷ୍ଟ ହୋଇନାହିଁ। ପୋଲିସ ଏହାର ତଦନ୍ତ ଜାରି ରଖିଛି। ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ ପରିବାର ସଦସ୍ୟମାନେ ବିଷ ପିଇଛନ୍ତି । ଏହି ଆତ୍ମହତ୍ୟାର କାରଣ ଜଣାପଡିନାହିଁ ।

ଏହି ଘଟଣା ଅହମଦାବାଦ ଏବଂ ଆଖପାଖ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ସୋସିଆଲ ମିଡିଆରେ ଏହି ଦୁଃଖଦ ଘଟଣା ନେଇ ବିସ୍ମୟ ଏବଂ ଶୋକ ପ୍ରକାଶ ପାଇଛି। ପୋଲିସ ଘଟଣାସ୍ଥଳରୁ ଆବଶ୍ୟକ ପ୍ରମାଣ ସଂଗ୍ରହ କରୁଛି ଏବଂ ଘଟଣାର ଅଧିକ ତଦନ୍ତ ପାଇଁ ଫୋରେନ୍ସିକ ଟିମକୁ ମଧ୍ୟ ନିୟୋଜିତ କରାଯାଇଛି।

ଏହା ପୂର୍ବରୁ ଦିଲ୍ଲୀର ବୁରାରୀ ଏବଂ ହରିୟାଣାର ପଞ୍ଚକୁଲାରେ ସାମୂହିକ ଆତ୍ମହତ୍ୟା ଘଟଣା ସାମ୍ନାକୁ ଆସିଥିଲା । ବହୁ ବର୍ଷ ପୂର୍ବେ ଜଗତସିଂହପୁର ଜିଲ୍ଲାରେ ମଧ୍ୟ ଗୋଟିଏ ପରିବାର ସାମୂହିକ ଆତ୍ମହତ୍ୟା କରିଥିଲେ । ଏହା ମାନସିକ ସ୍ୱାସ୍ଥ୍ୟ, ଆର୍ଥିକ ଚାପ, ଏବଂ ସାମାଜିକ ସଚେତନତାର ଅଭାବ ଆଦି ବିଷୟଗୁଡ଼ିକୁ ପଦାକୁ ଆଣୁଛି ।

ମୃତଦେହଗୁଡ଼ିକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି ଏବଂ ରିପୋର୍ଟ ଆସିବା ପରେ ଅଧିକ ତଥ୍ୟ ମିଳିବ ବୋଲି ପୋଲିସ ଆଶା ରଖିଛି। କୌଣସି ପରିସ୍ଥିତିରେ ଏମିତି ନିଷ୍ପତ୍ତି ନିଆଯିବା ଠିକ୍ ନୁହେଁ ବୋଲି ମନସ୍ତତ୍ତ୍ୱବିତମାନେ କହୁଛନ୍ତି ।

ଅଧିକ ପଢ଼ନ୍ତୁ: ଫୋନ୍ ଚାଟିଂ ଧରାଇଦେଲା, ସ୍ତ୍ରୀ ଓ ତାର ପ୍ରେମିକ ମାରିଛନ୍ତି ସ୍ୱାମୀକୁ

Ahmedabad Couple Died
Advertisment
Advertisment