/odishatv-khabar/media/post_attachments/uploadimage/library/16_9/16_9_0/Big_News_1752165179.jpg)
Big News
-ମହିଳାଙ୍କୁ ଗଣଦୁଷ୍କର୍ମ ମାମଲାରେ ୨୦ ବର୍ଷ ଲେଖାଏଁ ସଜା । ଦୋଷୀ ସନ୍ତୋଷ ମହାନ୍ତ ଓ ସଞ୍ଜୟ ମହାନ୍ତଙ୍କୁ ୨୦ ବର୍ଷ ଲେଖାଏଁ ଜେଲ୍ ଦଣ୍ଡ । ୨୦ ବର୍ଷ ଲେଖାଏଁ ଜେଲ୍ ଦଣ୍ଡ ଶୁଣାଇଲେ ଅତିରିକ୍ତ ଦୌରାଜଜ୍ । ୨୦୧୭ ରାସଗୋବିନ୍ଦପୁର ଥାନା ଅଞ୍ଚଳରେ ଘଟିଥିଲା ଗଣଦୁଷ୍କର୍ମ । ମହିଳା ଜଣଙ୍କ ଘରକୁ ଫେରୁଥିବା ବେଳେ ଗଣଦୁଷ୍କର୍ମର ଶିକାର ହୋଇଥିଲେ ।
-ସନ୍ଦିଗ୍ଧ ବାଂଲାଦେଶୀ ଅନୁପ୍ରବେଶକାରୀ ଚିହ୍ନଟ ପ୍ରକ୍ରିୟା ଆରମ୍ଭ । ସମ୍ବଲପୁର ଧନୁପାଲି ଥାନାରେ ରାଜ୍ୟ ବାହାର ଶ୍ରମିକଙ୍କ ପ୍ରବଳ ଭିଡ଼ । ସାଙ୍ଗରେ ଧରି ଆସିଥିବା ଆଧାର କାର୍ଡ ସମେତ ଅନ୍ୟ ପରିଚୟପତ୍ରର ଚାଲିଛି ଯାଞ୍ଚ । ଅଧିକାଂଶ ଶ୍ରମିକ ପଶ୍ଚିମବଙ୍ଗ ମୁର୍ଶିଦାବାଦର ସୂଚନା
-ଭାରତ ବିପକ୍ଷରେ ଟେଷ୍ଟରେ ୩୦୦୦ ରନ ପୂରଣ କଲେ ଜୋ ରୁଟ । ଲର୍ଡ୍ସରେ ଖେଳା ଯାଇଥିବା ତୃତୀୟ ଟେଷ୍ଟରେ ରୁଟଙ୍କ ରେକର୍ଡ । ତୃତୀୟ ଖେଳାଳି ଭାବେ କୌଣସି ଦେଶ ବିପକ୍ଷରେ ୩ ହଜାର ଟେଷ୍ଟ ରନ । ଗ୍ୟାରୀ ସୋବର୍ସ ଓ ସଚିନ ତେନ୍ଦୁଲକର ଇଂଲଣ୍ଡ ବିପକ୍ଷରେ କରିଥିଲେ ଏମିତି ରେକର୍ଡ ।
-ଛତିଶଗଡ଼ ଦନ୍ତେୱାଡ଼ାରେ ୧୨ ମାଓବାଦୀଙ୍କ ଆତ୍ମସମର୍ପଣ । ମୁଖ୍ୟ ସ୍ରୋତରେ ଫେରିବା ପାଇଁ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଆତ୍ମସମର୍ପଣ । ୧୨ ଜଣଙ୍କ ମଧ୍ୟରୁ ୯ ମାଓବାଦୀଙ୍କ ଉପରେ ୨୮ ଲକ୍ଷର ପୁରସ୍କାର ଥିଲା ।
-ଆସନ୍ତା ୧୨ ତାରିଖରେ ଓଡ଼ିଶା ଫେରିବେ ନବୀନ ପଟ୍ଟନାୟକ । ମୁମ୍ବାଇରେ ଅପରେସନ ପରେ ଓଡ଼ିଶା ଫେରିବେ ନବୀନ । ସୂଚନା ଦେଲେ ନବୀନଙ୍କ ରାଜନୈତିକ ସଚିବ ସନ୍ତୃପ୍ତ ମିଶ୍ର । ଚିକିତ୍ସା ପାଇଁ ୨୦ ତାରିଖରେ ମୁମ୍ବାଇ ଯାଇଥିଲେ ।
-ପୁରୀ ଦଳାଚକଟା ଘଟଣାରେ ସର୍କିଟ ହାଉସ୍ରେ ସାକ୍ଷ୍ୟଗ୍ରହଣ । ଘଟଣା ନେଇ ରାଜ୍ୟ ମାନବାଧିକାର ଆୟୋଗଙ୍କ ପକ୍ଷରୁ ସାକ୍ଷ୍ୟ ପ୍ରଦାନ । ଜଗନ୍ନାଥ ଓ ବଳଭଦ୍ରଙ୍କ ବାଡ଼ଗ୍ରାହୀଙ୍କ ସହ ବରିଷ୍ଠ ଦଇତାପତିଙ୍କ ସାକ୍ଷ୍ୟ ପ୍ରଦାନ । ଶ୍ରୀମନ୍ଦିର ନୀତି ପରିଚାଳନାରେ ବିଭ୍ରାଟ ବାବଦରେ ମତ ରଖିଲେ ।
-ଜେଲ୍ ଗଲେ MCL ଚିଫ୍ ମ୍ୟାନେଜର (ମାଇନିଂ) । ସୁନ୍ଦରଗଡ଼ ବସୁନ୍ଧରା ଏରିଆ MCL ଚିଫ୍ ମ୍ୟାନେଜରଙ୍କୁ ଜେଲ୍ । ଜାମିନ ନାମଞ୍ଜୁର ହେବାରୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ । ୨୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଧରିଥିଲା ସିବିଆଇ । କ୍ଷତିପୂରଣ ରାଶି ରିଲିଜ୍ କରାଇ ଦେବାକୁ ଲାଞ୍ଚ ନେବାବେଳେ ଧରାପଡ଼ିଥିଲେ ।
-ଦୁଇ ବୁଲେଟ୍ ମୁହାଁମୁହିଁ ଧକ୍କା। ବାପପୁଅ ସମେତ ୩ ମୃତ । ଜରଡ଼ା ଥାନା ଠଣ ଗାଁ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ବାପପୁଅ ଗାଁକୁ ଫେରିବା ବେଳେ ବିପରୀତ ପଟରୁ ଧକ୍କା ଦେଲା ଆଉ ଏକ ବୁଲେଟ୍
- ଡ୍ରାଇଭରଙ୍କୁ ପିଟିଲେ ଆନ୍ଦୋଳନରତ ଡ୍ରାଇଭର । ବଲାଙ୍ଗିର-ସୋନପୁର ଏନ୍ଏଚ୍ ୫୭ ଟୋଲ୍ ଗେଟ୍ ନିକଟରେ ଆକ୍ରମଣ । ଆନ୍ଦୋଳନ ସତ୍ତ୍ବେ ଗାଡ଼ି ଚଲାଉଥିବାରୁ ଡ୍ରାଇଭର ସଂଘର ଆକ୍ରମଣ । ଗୁରୁତର ଅବସ୍ଥାରେ ଡ୍ରାଇଭର ଭୀମଭୋଇ ମେଡିକାଲରେ ଭର୍ତ୍ତି ।
-IAS ମନୋଜ କୁମାର ମହାନ୍ତି OPSC ସଦସ୍ୟ ନିଯୁକ୍ତ । ୬ ବର୍ଷ ପାଇଁ ନିଯୁକ୍ତି ଦେଲେ ରାଜ୍ୟ ସରକାର । ପୂର୍ବରୁ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ଭାବେ କାର୍ଯ୍ୟ କରୁଥିଲେ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)