Advertisment

Big News: ପଢ଼ନ୍ତୁ ଆଜିର ବଡ଼ ଖବର

ଡ୍ରାଇଭର ଧର୍ମଘଟ ଯୋଗୁଁ କାଲିଠୁ ପେଟ୍ରୋଲ ସଂକଟ ଆଶଙ୍କା । ଏପରି ଆଶଙ୍କା କଲେ ପେଟ୍ରୋଲିୟମ୍‌ ଡିଲର ସଂଘ ସାଧାରଣ ସମ୍ପାଦକ ।

author-image
Manasranjan Mohanty
Big News

Big News

-ବିଜୁ ଜନତା ଦଳରୁ ସୁନୀତା ବିଶ୍ବାଳଙ୍କ ଇସ୍ତଫା । ବ୍ୟକ୍ତିଗତ କାରଣ ଦର୍ଶାଇ ବିଜେଡିର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଲେ । ବିଜେଡି ସୁପ୍ରିମୋଙ୍କୁ ଇସ୍ତଫା ପତ୍ର ପଠାଇଲେ ସୁନୀତା । ୨୦୧୯ ନିର୍ବାଚନରେ ସୁନ୍ଦରଗଡ଼ ଆସନରୁ ଲଢ଼ିଥିଲେ ।

Advertisment

-ଡ୍ରାଇଭର ଧର୍ମଘଟ ଯୋଗୁଁ କାଲିଠୁ ପେଟ୍ରୋଲ ସଂକଟ ଆଶଙ୍କା । ଏପରି ଆଶଙ୍କା କଲେ ପେଟ୍ରୋଲିୟମ୍‌ ଡିଲର ସଂଘ ସାଧାରଣ ସମ୍ପାଦକ । କହିଲେ କାଲି ବହୁତ ପେଟ୍ରୋଲ ପମ୍ପରେ ପଟ୍ରୋଲ ସରିଯିବ। କାଲି ତେଲ କ୍ରାଇସିସ୍‌ ଦେଖିବାକୁ ମିଳିପାରେ

-ନିୟମିତ ପଦବୀରେ ଅବସରପ୍ରାପ୍ତଙ୍କୁ ନିଯୁକ୍ତି ନେଇ ଅଡ଼ୁଆରେ ସରକାର । ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ପଦରେ ଅବସରଙ୍କୁ ନିଯୁକ୍ତି ନେଇ ହାଇକୋର୍ଟଙ୍କ ଛାଟ । ଅବସର ନିଯୁକ୍ତି ନେଇ ୨୦୨୪ ଗାଇଡ୍‌ଲାଇନ୍ ଉଲଂଘନ ଅଭିଯୋଗ । ନିୟମିତ ପଦବୀରେ ଅବସରପ୍ରାପ୍ତଙ୍କୁ ରଖାଯାଇପାରିବ ନାହିଁ କହିଥିଲେ କୋର୍ଟ

Advertisment

-ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନାମିବ୍ୟାର ସର୍ବୋଚ୍ଚ ବେସାମରିକ ସମ୍ମାନ । ଅର୍ଡର ଅଫ ଦ ମୋଷ୍ଟ ଆନ୍ସିଏଣ୍ଟ ୱେଲୱିଟଶ୍ଚିଆ ମିରାବିଲ୍ସ ସମ୍ମାନ ପ୍ରଦାନ । ସ୍ବତନ୍ତ୍ର ଉତ୍ସବରେ ପ୍ରଦାନ କଲେ ନାମିବ୍ୟା ରାଷ୍ଟ୍ରପତି ଡ. ନେଟୁମ୍ବୋ । ମୋଦିଙ୍କ ପାଇଁ ୨୭ତମ ଓ ଚଳିତ ଗସ୍ତର ଚତୁର୍ଥ ସର୍ବୋଚ୍ଚ ବେସାମରିକ ସମ୍ମାନ

-ସାଂସଦ ମହୁଆ ମୈତ୍ରଙ୍କ ଆରୋପ ନେଇ ଉତ୍ତରାଞ୍ଚଳ IGଙ୍କ ‘X’ ସ୍ପଷ୍ଟୀକରଣ । ‘ଦେଶର ସୁରକ୍ଷା ସହ ଆଦୌଁ ସାଲିସ୍‌ କରାଯାଇ ପାରିବ ନାହିଁ’ । ‘ଅଟକ ବ୍ୟକ୍ତିମାନଙ୍କର ନାଗରିକତ୍ବ ପ୍ରମାଣ ନେଇ ଡକ୍ୟୁମେଣ୍ଟ ଅଭାବ ରହିଛି’ । ‘ତେଣୁ ସେମାନଙ୍କୁ ନେଇ ବରିଷ୍ଠ ଅଧିକାରୀଙ୍କ ମିଳିତ ଯାଞ୍ଚ ଚାଲିଛି’

-ଝାରପଡ଼ା ଜେଲ୍‌ରୁ ବାହାରିଲେ ଜଗନ୍ନାଥ ପ୍ରଧାନ । BMC ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣାରେ ଗିରଫ ହୋଇଥିଲେ । ଜେଲ୍‌ରୁ ବାହାରିଲା ବେଳେ ସ୍ବାଗତ କଲେ ଶୁଭେଚ୍ଛୁ, ସମର୍ଥକ । BMC ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣାରେ ଗିରଫ ହୋଇଥିଲେ ।

- ପାଣିକୋଇଲି ଥାନା ମାଳହାଟ ନିକଟରୁ ଯୁବକ-ଯୁବତୀ ଉଦ୍ଧାର । ଯୁବକ-ଯୁବତୀଙ୍କୁ ଧାରୁଆ ଅସ୍ତ୍ରରେ ଗଳାକାଟି ହତ୍ୟା ଉଦ୍ୟମ । ଗୁରୁତର ଅବସ୍ଥାରେ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି । ଯୁବକ-ଯୁବତୀ କୋରେଇ ଥାନା ଅଞ୍ଚଳର ହୋଇଥିବା ସୂଚନା

-ଡେଲାଙ୍ଗରେ ବାର୍ଡଫ୍ଲୁ ଆତଙ୍କ, ପହଞ୍ଚିଲା ସ୍ବତନ୍ତ୍ର ଡାକ୍ତରୀ ଟିମ୍ । ଏଯାଏଁ ଡେଲାଙ୍ଗରେ ପ୍ରାୟ ୩ ହଜାର କୁକୁଡ଼ା ମରିଥିବା ଅଭିଯୋଗ । ବିଭିନ୍ନ କୁକୁଡ଼ା ଫାର୍ମରୁ ମଳ, ଲାଳ ନମୁନା ନେଲେ ସ୍ବତନ୍ତ୍ର ଡାକ୍ତରୀ ଟିମ୍‌ । ପ୍ରଶାସନ ତରଫରୁ ୩ ଜଣିଆ ରାପିଡ୍ ରେସ୍‌ପନ୍ସ ଟିମ୍‌ ଗଠନ ।

-ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସଂଶୋଧନ ନେଇ ଗଣଶିକ୍ଷା ବିଭାଗର ବିଜ୍ଞପ୍ତି । ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ପିଲା ଫେଲ୍‌ ହେଲେ ପୁଣି ପରୀକ୍ଷା ସୁଯୋଗ । ୨ ମାସ ମଧ୍ୟରେ ପୁନଃ ପରୀକ୍ଷା ପାଇଁ ସୁଯୋଗ ଦେବେ ସ୍କୁଲ କର୍ତ୍ତୃପକ୍ଷ । ଯଦି ପାସ୍‌ କଲେ ଉତ୍ତୀର୍ଣ୍ଣ, ଫେଲ୍‌ ହେଲେ ଉକ୍ତ ଶ୍ରେଣୀରେ ହିଁ ପଢ଼ିବେ । ପ୍ରାଥମିକ ଶିକ୍ଷା ଶେଷ ପର୍ଯ୍ୟନ୍ତ ପିଲାଙ୍କୁ ସ୍କୁଲ୍‌ରୁ ବହିଷ୍କାର କରାଯାଇ ପାରିବନି

India News Odisha News
Advertisment
Related Articles
Advertisment