Advertisment

Nandankanan Main Road Flooded: ମରଣଯନ୍ତା ପାଲଟିଛି ନନ୍ଦନକାନନ ମେନ୍ ରୋଡ୍

ଭୁବନେଶ୍ୱର କଟକକୁ ଯୋଡୁଥିବା ମୁଖ୍ୟ ରାସ୍ତା ବିପର୍ଯ୍ୟସ୍ତ। ନନ୍ଦନକାନନ ମେନ୍ ରୋଡ୍ ଉପରେ ଚାଲୁଛି ପାଣି।

author-image
Sujit kumar Swain
ଅଦ୍ୟତନ ହୋଇଛି
Nandankanan Main Road Flooded

Nandankanan Main Road Flooded

ନନ୍ଦନ କାନନ ପ୍ରାଣୀ ଉଦ୍ୟାନ ସମ୍ମୁଖରେ ଜଳବନ୍ଦୀ ସ୍ଥିତି। ଭୁବନେଶ୍ୱର କଟକକୁ ଯୋଡୁଥିବା ମୁଖ୍ୟ ରାସ୍ତା ବିପର୍ଯ୍ୟସ୍ତ। ନନ୍ଦନକାନନ ମେନ୍ ରୋଡ୍ ଉପରେ ଚାଲୁଛି ପାଣି। ଭୁବନେଶ୍ୱରରୁ କଟକ ଉଭୟ ପାର୍ଶ୍ୱ ରାସ୍ତାରେ ବଡ ବଡ ଖାଲ। ଯାହା ଫଳରେ ଲୋକେ ଦୁର୍ଘଟଣାର ଶିକାର ହେଉଛନ୍ତି। ଦୁଇ ଚକିଆ ଯାନ ଠାରୁ ଆରମ୍ଭ କରି ବସ, ଚାରି ଚକିଆ ଗାଡ଼ି, ଅଟୋ ରାସ୍ତା ଅତିକ୍ରମ କରିବାକୁ ନାହିଁ ନଥିବା ଅସୁବିଧାର ଶିକାର ହେଉଛନ୍ତି।

Advertisment

ଅଧିକ ପଢନ୍ତୁ: ରଥଯାତ୍ରା ସରୁ ସରୁ ଶ୍ରୀମନ୍ଦିରକୁ ବିପଦ ଆଶଙ୍କା !

ଏପଟେ କଟକ ଜିଲ୍ଲା ବଡ଼ମ୍ବାର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକାଙ୍କ ମନ୍ଦିର ବେଢ଼ା ଡେଇଁଲା ବନ୍ୟାପାଣି। ହୀରାକୁଦ ଡ୍ୟାମରୁ ଛଡ଼ାଯାଇଥିବା ମହାନଦୀର ପ୍ରଥମ ବନ୍ୟା ପାଣି ମନ୍ଦିର ବେଢ଼ା ଡେଇଁଛି। ଏଥିପାଇଁ ବ୍ୟାନର୍ ଲଗାଇ ସତର୍କ କରିଛି ଦେବତ୍ତୋର ବିଭାଗ। ମନ୍ଦିର ଅଞ୍ଚଳକୁ କେହି ନଆସିବାକୁ ଲୋକଙ୍କୁ ବିଭାଗ ପକ୍ଷରୁ ସତର୍କ କରିଦିଆଯାଇଛି। ବନ୍ୟାପାଣି ଡେଇଁବା ପରେ ଘଟଣାସ୍ଥଳରେ ମୁତୟନ କରାଯାଇଛି ପୋଲିସ ଫୋର୍ସ। ଗତକାଲି ସକାଳ ଠାରୁ ବନ୍ୟାଜଳ ବଢିବାରେ ଲାଗିଛି। ବନ୍ୟାଜଳ ପ୍ରବେଶ କରିବାରୁ ମନ୍ଦିର ପାଖରେ ଥିବା ରୋଷ ଘରକୁ ମା’ଙ୍କୁ ସ୍ଥାନାନ୍ତର କରାଯିବ ବୋଲି ସୂଚନା ମିଳିଛି। ସେଥିପାଇଁ ମା’ଙ୍କ ସେବାୟତ ଏବଂ ଦେବୋତ୍ତର ବିଭାଗ ସଜାଗ ରହିଛି। ମନ୍ଦିରରେ ମାଆଙ୍କର ଦୈନନ୍ଦିନ ନୀତିକାନ୍ତିରେ ଯେମିତି କୌଣସି ବ୍ୟାଘାତ ନଘଟେ, ସେଥିପ୍ରତି ବଡମ୍ବା ଦେବୋତ୍ତର ବିଭାଗ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

Waterlogging Heavy Waterlogging
Advertisment
Related Articles
Advertisment