Advertisment

Tips: ଆପଣାନ୍ତୁ ଏହି ଟିପ୍ସ, ବଢ଼ିବ ପ୍ରେମ...ଖୁସିରେ ବିତିବ ଜୀବନ

ସ୍ବାମୀ ଓ ସ୍ତ୍ରୀଙ୍କୁ ପରସ୍ପରକୁ ସାହାଯ୍ୟ କରିବା ନିହାତି ଦରକାର । ପରସ୍ପରର ଭୁଲକୁ ଲୁଚାଇବା ଦରକାର । ବିବାହ ଏକ ପ୍ରମିଜ୍ ଭଳି । ଯାହା ଆପଣଙ୍କୁ ବାରମ୍ବାର ମନେ ପକାଇଦିଏ କିଏ ଆପଣଙ୍କ ଖୁସି ଓ ସଫଳତାର ଅପେକ୍ଷାରେ ରହିଛି ।

author-image
Manasranjan Mohanty
ଅଦ୍ୟତନ ହୋଇଛି
Tips

Tips

ଆଜିର ସମୟରେ ବିବାହ ବିଚ୍ଛେଦ ଏକ ସାଧାରଣ କଥା ପାଲଟିଛି । ପୁଅଝିଅ ବାହା ହେଉଛନ୍ତି କିନ୍ତୁ ଛୋଟ ଛୋଟ କଥାରେ ଛାଡ଼ପତ୍ର ନେଉଛନ୍ତି । ଗୋଟିଏ ସୁଖୀ ବୈବାହିକ ଜୀବନ କୌଣସି ପରୀ ରାଇଜର କାହାଣୀ ଭଳି ନୁହେଁ । ଏଥିପାଇଁ ପରିଶ୍ରମ କରିବାକୁ ପଡେ ।

Advertisment

ବିବାହ ପରେ ସ୍ବାମୀ ଓ ସ୍ତ୍ରୀଙ୍କୁ ଅନେକ ଭଲ ଓ ଖରାପ ସମୟ ଦେଇ ଗତି କରିବାକୁ ପଡେ । କିନ୍ତୁ ଗୋଟିଏ ସଫଳ ବିବାହ ପାଇଁ ସ୍ବାମୀ ଓ ସ୍ତ୍ରୀଙ୍କୁ ପରସ୍ପରକୁ ସାହାଯ୍ୟ କରିବା ନିହାତି ଦରକାର । ପରସ୍ପରର ଭୁଲକୁ ଲୁଚାଇବା ଦରକାର । ବିବାହ ଏକ ପ୍ରମିଜ୍ ଭଳି । ଯାହା ଆପଣଙ୍କୁ ବାରମ୍ବାର ମନେ ପକାଇଦିଏ କିଏ ଆପଣଙ୍କ ଖୁସି ଓ ସଫଳତାର ଅପେକ୍ଷାରେ ରହିଛି ।

ଭଲ ବନ୍ଧୁ ହେବା ଦରକାର

ସମୟ ସହ ରୋମାନ୍ସ ଶେଷ ହୋଇଯାଏ । କିନ୍ତୁ ବନ୍ଧୁତା କେବେ ବଦଳେନି । ଯେତେବେଳେ ଆପଣ ନିଜ ପାର୍ଟନରର ସବୁଠୁ ଭଲ ବନ୍ଧୁ ହେବେ ସେତେବେଳେ ଛୋଟ ଛୋଟ ଜୋକ୍ ବି ଏନଜୟ କରିବେ । ପରସ୍ପରର ସ୍ବପ୍ନକୁ ପୂରଣ କରିବା ପାଇଁ ସହଯୋଗ କରିବେ । ଏକାସଙ୍ଗେ ଜୀବନକୁ ଉପଭୋଗ କରିବେ ।

Advertisment

ସୀମା ନିର୍ଦ୍ଧାରଣ କରିବା

ଗୋଟିଏ ସଫଳ ବୈବାହିକ ଜୀବନରେ ସୀମାର ନିର୍ଦ୍ଧାରଣ କରିବା ନିହାତି ଆବଶ୍ୟକ । ବିବାହରେ ୨ଜଣ ଯାକ ପରସ୍ପରର ସୀମା ବୁଝିବା ଦରକାର । ଏହାକୁ ସମ୍ମାନ କରିବା ବି ଆବଶ୍ୟକ । ପରସ୍ପରର ବ୍ୟକ୍ତିଗତ କାମ, ସାଙ୍ଗସାଥୀକୁ ବି ବୁଝିବା । ଏହା ସହ ନିଜ ଭିତରେ ହୋଇଥିବା ଝଗଡ଼ାକୁ ପରିବାର ଲୋକଙ୍କ ସାମନାକୁ ନେବା ଠିକ ନୁହେଁ । ଏଥିରେ ସଂପର୍କ ଖରାପ ହୋଇଯାଏ

ଗୋଟିଏ ଟିମ ଏହି ରହିବା

ବିବାହରେ ଅନେକ ସମସ୍ୟା ଆସିବ । ପ୍ରତ୍ୟେକ ସ୍ବାମୀ-ସ୍ତ୍ରୀଙ୍କୁ ସମସ୍ୟାର ସାମନା କରିବାକୁ ପଡେ । କିନ୍ତୁ ଗୋଟିଏ ସୁଖୀ ବୈବାହିକ ଜୀବନରେ ଉଭୟଙ୍କୁ ମିଳିମିଶି ସମସ୍ୟାର ସମାଧାନ କରିବା ଦରକାର । ଏଭଳି କଲେ ସଂପର୍କ ମଜଭୁତ ହୁଏ । ଆପଣ ଗୋଟିଏ ଟିମରେ ଥିଲା ଭଳି ମନେ ହେବ । ଖରାପ ସମୟ ଚାଲିଯିବ କିନ୍ତୁ ମନେ ରହିବ ସେ ସ୍ମୃତି ।

ସମୟ ବାହାର କରିବା

ବିବାହ ଯେତେ ପୁରୁଣା ହୁଏ ଦାୟିତ୍ବ ସେତେ ଅଧିକ ବଢ଼େ । ସ୍ବାମୀ-ସ୍ତ୍ରୀ ପରସ୍ପରକୁ ସମୟ ଦେଇ ପାରନ୍ତି ନାହିଁ । ସେଥିପାଇଁ ପରସ୍ପରକୁ ସମୟ ଦିଅନ୍ତୁ । ପାଖ ଜାଗାକୁ ବୁଲିବାକୁ ଯାଆନ୍ତୁ । ଛୋଟ ଛୋଟ ସରପ୍ରାଇଜ ବି ପ୍ଲାନ କରନ୍ତୁ ।

ଝଗଡ଼ା ବି ଜରୁରୀ

ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଛୋଟ ଛୋଟ ଝଗଡ଼ା ହୁଏ । କିନ୍ତୁ ଗୁରୁତ୍ବପୂର୍ଣ୍ଣ ହେଉଛି ଆପଣ ସେ ସମୟରେ କିଭଳି ବ୍ୟବହାର କରୁଛନ୍ତି । ଯଦି ପରସ୍ପର ଭିତରେ ଭଲ ପାଇବା ଅଛି ତେବେ ଝଗଡ଼ା ସାଙ୍ଗେ ସାଙ୍ଗେ ଶେଷ ହୋଇଯିବ । ପରସ୍ପରର ଝଗଡ଼ାରେ ହାର ଜିତ୍ ର କୌଣି ଗୁରୁତ୍ବ ନଥାଏ । ସେଥିପାଇଁ କୁହାଯାଏ ଝଗଡ଼ାକୁ ପ୍ରେମ ବଢ଼େ ।

Couple Divorce
Advertisment
Related Articles
Advertisment