/odishatv-khabar/media/post_attachments/uploadimage/library/16_9/16_9_0/Aircraft_1752067980.jpg)
Aircraft
ଗତ ୫ ମାସ ଭିତରେ ଏଭଳି ୩ଟି ଘଟଣା ଘଟିଲାଣି । ବାୟୁସେନାର ୩ଟି ଲଢ଼ୁଆ ଜାଗୁଆର ବିମାନ ଦୁର୍ଘଟଣାଗ୍ରସ୍ତ ହେଲାଣି । ଗତ ମାର୍ଚ୍ଚ ୭ ତାରିଖରେ ଅମ୍ୱାଲା ଠାରେ ଉଡାଣ ଭରିବାର ଅଳ୍ପ ସମୟ ମଧ୍ୟରେ ଜାଗୁଆର ବିମାନଟି ଖସି ପଡିଥିଲା । ଏହା ଏକ ନିୟମିତ ଉଡାଣ ଥିଲା । ସେଥିରେ ବୈଷୟିକ ତ୍ରୁଟି ଥିବାର ଜଣାଡିଥିଲା । ହେଲେ ସୌଭାଗ୍ୟକ୍ରମେ ପାଇଲଟ୍ ସେହି ବିମାନରୁ ନିରାପଦରେ ବାହାରି ଆସିଥିଲେ । ଗତ ଏପ୍ରିଲ ୨ ତାରିଖରେ ଗୁଜରାଟର ଜାମନଗର ନିକଟରେ ଏକ ଜାଗୁଆର ବିମାନ ଖସିପଡିଥିଲା । ସେଥିରେ ଦୁଇ ଜଣ ପାଇଲଟ୍ ଥିଲେ । ଜଣକର ମୃତ୍ୟୁ ହୋଇଥିଲା ବେଳେ ଅନ୍ୟ ଜଣେ ବଞ୍ଚିଯାଇଥିଲେ । ଗତ ୭ ମାସ ଭିତରେ ୫ଟି ଏହିଭଳି ଘଟଣା ଘଟିଛି ।
ଭାରତୀୟ ବାୟୁସେନା ପାଖରେ ଏବେ ୬ ସ୍କ୍ୱାଡ୍ରନ ଲଢୁଆ ଜାଗୁଆର୍ ବିମାନ ରହିଛି । ଅର୍ଥାତ ୧୨୦ଟି ଜାଗୁଆର୍ ବିମାନ ରହିଛି ଭାରତ ପାଖରେ । ଭାରତୀୟ ବାୟୁସେନା ପାଇଲଟମାନଙ୍କର ଦକ୍ଷତା ବେଶ୍ ଭଲ । ସାରା ବିଶ୍ୱରେ ଏହି ପାଇଲଟମାନଙ୍କର ସୁନାମ ରହିଛି । ତେବେ ବାରମ୍ୱାର ବିମାନ ଦୁର୍ଘଟଣା ଉଦବେଗ ସୃଷ୍ଟି କରିଛି । ସଂସଦରେ ଉପସ୍ଥାପିତ ହୋଇଥିବା ତଥ୍ୟ ଅନୁଯାୟୀ, ୨୦୧୭ରୁ ୨୦୨୨ ମଧ୍ୟରେ ୨୦ଟି ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହା ବ୍ୟତୀତ ୭ଟି ହେଲିକପ୍ଟର, ୬ଟି ଟ୍ରେନିଂ ବିମାନ ଓ ଗୋଟିଏ ପରିବହନ ବିମାନ ମଧ୍ୟ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି । ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଥିଲା, ୨୦୧୭ରୁ ୨୦୨୨ ମଧ୍ୟରେ ୩୪ଟି ତଦନ୍ତ ହୋଇଛି । ୨୦୦୦ ରୁ ୨୦୦୫ ମଧ୍ୟରେ ପ୍ରତି ୧୦ ହଜାର ଫ୍ଲାଇଂରେ ୦.୯୩ ପ୍ରତିଶତ ବିମାନ ଦୁର୍ଘଟଣା ଘଟିଥିବା ବେଳେ ୨୦୨୨ରେ ଏହା ୦.୨୭କୁ ଖସି ଆସିଥିଲା । ୨୦୨୪ରେ ଏହା ଥିଲା ୦.୨୦ ପ୍ରତିଶତ ।
ଆଜି ଜୁଲାଇ ୯ ତାରିଖରେ ରାଜସ୍ଥାନର ଚୁରୁରେ ଘଟିଥିବା ବିମାନ ଦୁର୍ଘଟଣାରେ ଦୁଇ ଜଣ ପାଇଲଟଙ୍କର ମୃତ୍ୟୁ ଘଟିଛି । ୨୦୨୪ ନଭେମ୍ୱର ମାସରେ ଆଗ୍ରାରେ ଏକ ମିଗ୍-୨୯ ଳଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ହେଲେ ଜାଗୁଆର୍ ବାରମ୍ବାର ଦୁର୍ଘଟଣାଗ୍ରସ୍ତ ହେବା ପରେ ଏହା ଉଦବେଗ ସୃଷ୍ଟି କରିଛି ।
ଜାଗୁଆର ବିମାନ ୧୯୭୯ରେ ପ୍ରଥମେ ଭାରତୀୟ ବାୟୁସେନାରେ ସାମିଲ ହୋଇଥିଲା । ୧୯୯୯ରେ କାରଗିଲ୍ ଯୁଦ୍ଧ ଓ ୨୦୧୯ରେ ବାଲାକୋଟ୍ ଏୟାର୍ ଷ୍ଟ୍ରାଇକରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ଜାଗୁଆର୍ । ଏହା ୨୦୩୧ ସୁଦ୍ଧା ସେବା ଯୋଗାଇବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)