• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ରାଜଗାଙ୍ଗପୁର ଡାଲମିଆ ସିମେଣ୍ଟ କଂପାନୀରେ କୋଇଲା ହପର ଭୁଶୁଡ଼ି ୩ କର୍ମଚାରୀ ନିଖୋଜ । ୧୮ ଘଣ୍ଟାରୁ ଅଧିକ ସମୟ ବିତିଥିଲେ ବି ସେମାନଙ୍କର କୌଣସି ସନ୍ଧାନ ମିଳିପାରିନି। ଏହାକୁ ନେଇ ଡାଲମିଆ ସିମେଣ୍ଟ କଂପାନୀରେ ଧସେଇ ପଶିଲେ ଉତ୍ୟକ୍ତ ଲୋକ । ଚାପି ହୋଇ ରହିଥିବା ୩ ଶ୍ରମିକଙ୍କ ସମ୍ପର୍କୀୟମାନେ ଡାଲମିଆ ସିମେଣ୍ଟ କମ୍ପାନୀ ଭିତରକୁ ଧସେଇ ପଶିଥିଲେ ।

ଅଧିକ ପଢ଼ନ୍ତୁ: ଡାଲମିଆ ସିମେଣ୍ଟରେ ଅଘଟଣ, କୋଇଲା ଗଦା ତଳେ ଫଶିଛନ୍ତି ୩ ଶ୍ରମିକ

ସୂଚନା ଅନୁସାରେ କାଲି ଷ୍ଟକ୍ ରଖାଯାଉଥିବା କୋଇଲା ହପର ଭୁଶୁଡ଼ି ପଡ଼ିଥିଲା । ଯାହାଫଳରେ ୩ ଜଣ ଶ୍ରମିକ କୋଇଲା ତଳେ ଚାପି ହୋଇ ନିଖୋଜ ଥିବା ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି । କୋଇଲା ତଳେ ଚାପି ହୋଇଥିବା ୩ ଜଣ ଶ୍ରମିକ ହେଲେ ସୁଶାନ୍ତ ରାଉତ, ଦଶରଥ ପାତ୍ର ଏବଂ ରଞ୍ଜିତ ଭୋଳ । ତେବେ ଫସିଥିବା ଶ୍ରମିକଙ୍କୁ ଉଦ୍ଧାର ଲାଗି ବଡ଼ ବଡ଼ କ୍ରେନ୍ ଓ ଅଗ୍ନିଶମ ବାହିନୀର ୬ଟି ଟିମ୍ ନିୟୋଜିତ ହୋଇଛନ୍ତି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଗତକାଲି ଏହି ଦୁର୍ଘଟଣା ପରଠୁ କମ୍ପାନୀ ଭିତରକୁ ଫସିଥିବା ଶ୍ରମିକଙ୍କ ସମ୍ପର୍କୀୟଙ୍କୁ ଛଡ଼ା ଯାଉନଥିଲା । ଯାହାକୁ ନେଇ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖିବାକୁ ମିଳିଥିଲା ।

କୋଇଲା ହପରରେ ଟନ୍ ଟନ୍ କୋଇଲା ଗଛିତ ରହିଥାଏ । ପରେ କୋଇଲାକୁ କନଭେୟର ବେଲ୍ଟ ମାଧ୍ୟମରେ ବଏଲରକୁ ପଠାଯାଇଥାଏ । ସେପଟେ ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଡାଲମିଆ ସିମେଣ୍ଟ କର୍ତ୍ତୃପକ୍ଷ । ପ୍ରେସ୍‌ ରିଲିଜରେ କହିଛନ୍ତି, କୋଲ୍ ହପରକୁ ଅପରେଟ୍ କରୁଥିଲା ଥାର୍ଡ ପାର୍ଟି ଭେଣ୍ଡର । ଏହି ଅଘଟଣ ଗତକାଲି ସନ୍ଧ୍ୟା ୬ଟା ସମୟରେ ହୋଇଥିଲା । ଯାହାଫଳରେ ୩ ଜଣ ଶ୍ରମିକ କୋଇଲା ତଳେ ଚାପି ହୋଇ ନିଖୋଜ ହୋଇଯାଇଥିଲେ । ତେବେ ଦୁର୍ଘଟଣାରେ ଆହତଙ୍କୁ ତ୍ୱରିତ ଓ ଉତ୍ତମ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଛି । ସଙ୍ଗେ ସଙ୍ଗେ ସମସ୍ତ ଜରୁରୀକାଳୀନ ସେବାକୁ କାର୍ଯ୍ୟକ୍ଷମ କରାଯାଇଥିଲା । ସଂପୃକ୍ତ ଅଞ୍ଚଳକୁ ସିଲ୍ କରାଯାଇଛି । ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କ ସହାୟତାରେ ପ୍ଲାଣ୍ଟ ଅପରେସନ୍ସ ଦଳ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି ବୋଲି କମ୍ପାନୀ କର୍ତ୍ତୁପକ୍ଷ ପକ୍ଷରୁ ପ୍ରେସ୍‌ ରିଲିଜ୍‌ ମାଧ୍ୟମରେ କୁହାଯାଇଛି ।

ଅଧିକ ପଢ଼ନ୍ତୁ: କ୍ଷଣିକ ଭିତରେ ଜଳିଗଲା ହସଖୁସିର ଘର; ଉଡ଼ିଗଲା ଚାଳ ଛପର

OTV is now on Whatsapp

Join and get latest news update delivered to you via whatsapp

Join Now