ଟ୍ରାନ୍ସଫର ନେବାକୁ ଚାହୁଁଥିବା ଶିକ୍ଷକଙ୍କ ପାଇଁ ଖୁସି ଖବର । ପୁଣି ବଦଳିଲା ପ୍ରାଥମିକ ଶିକ୍ଷକଙ୍କ ବଦଳି କ୍ୟାଲେଣ୍ଡର । ଜିଲ୍ଲା ଭିତରେ ଓ ଜିଲ୍ଲା ବାହାରକୁ ବଦଳି ପାଇଁ ଆବେଦନ ଅନୁମତି ମିଳିଛି । ଜୁନ ୬ ତାରିଖ ଭିତରେ ପୋର୍ଟାଲ ଜରିଆରେ ଆବେଦନ କରିପାରିବେ ଶିକ୍ଷକ ଶିକ୍ଷୟିତ୍ରୀ । ଜୁନ୍ ୯ରୁ ୧୬ ଭିତରେ ଭେରିଫିକେସନ ହେବ ବୋଲି ସୂଚନା ଦିଆଯାଇଛି । ଏନେଇ ସମସ୍ତ ବିଇଓଙ୍କୁ ଓ ଡିଇଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ନିଜର ବଦଳି ତାଲିକା ଜୁଲାଇ ୧୮ରେ ଦେଖିପାରିବେ ଆବେଦନ କରିଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀ । ଓସେପା (OSEPA) ୱେବସାଇଟରେ ତାଲିକା ପ୍ରକାଶ ପାଇବ ।
Also Read
ବଦଳି ପାଇଁ ଆବେଦନ କରିବାକୁ ଥିବା ଶିକ୍ଷକମାନେ, ଯେଉଁମାନେ ସ୍ଥାନୀୟ ବିଧାୟକଙ୍କ ସୁପାରିଶ ଚାହୁଁଥିଲେ ତାହା ମିଳିବାରେ ବିଳମ୍ବ ହୋଇଥିବା ଅନୁମାନ କରାଯାଉଛି । ଯେଉଁ କାରଣରୁ ବଦଳି ଆବେଦନ ପାଇଁ ସମୟସୀମା ବୃଦ୍ଧି କରାଯାଇଥିବା କୁହାଯାଉଛି । ଏହାଦ୍ୱାରା ଆବେଦନ କରିବାରୁ ବଞ୍ଚିଯାଇଥିବା ଶିକ୍ଷକମାନେ ମଧ୍ୟ ଲାଭବାନ ହେବେ ।